ଗଡିଲା ବନେ୍ଦ ଭାରତ

ପୁରୀ-ବଙ୍ଗବାସୀଙ୍କ ବହୁଦିନର ସ୍ୱପ୍ନ ସାକାର
ପୁରୀ, ୧୮ା୫(ବୁ୍ୟରୋ): ‘ବନେ୍ଦ ଭାରତ’ରେ ଭାରତର ଗତି ଓ ପ୍ରଗତି ପ୍ରତିଫଳିତ ହେଉଛି । ବନେ୍ଦ ଭାରତ ଏକ୍ସପ୍ରେସ୍ ଆଧୁନିକ ଏବଂ ଆକାଂକ୍ଷୀ ଭାରତର ପ୍ରତୀକ । ବନେ୍ଦ ଭାରତ ଟ୍ରେନ୍ ଓଡ଼ିଶା ପଶ୍ଚିମବଙ୍ଗର ଆଧ୍ୟାତ୍ମିକ, ସାଂସ୍କୃତିକ ସମ୍ବନ୍ଧକୁ ସମୃଦ୍ଧ କରିବ । ଶ୍ରୀ ଜଗନ୍ନାଥ ଦର୍ଶନ ପାଇଁ କୋଲକତାରୁ ପୁରୀ ଯାତ୍ରାର ସମୟ ଏବେ ସାଢ଼େ ୬ ଘଣ୍ଟାକୁ ହ୍ରାସ ପାଇଛି । ଏହାଦ୍ୱାରା ସମୟ ସଞ୍ଚୟ ସହ ବ୍ୟବସାୟିକ ସୁଯୋଗ ସୃଷ୍ଟି ହେବ ଏବଂ ଯୁବକମାନଙ୍କ ପାଇର୍ ନୂତନ ସୁଯୋଗ ଉପଲବ୍ଧ ହେବ ବୋଲି ଗୁରୁବାର ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପୁରୀ-ହାୱାଡ଼ା ବନେ୍ଦ ଭାରତ ଏକ୍ସପ୍ରେସ୍ ପ୍ରକଳ୍ପର ଶୁଭାରମ୍ଭ ଅବସରରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ପୁରୀ ଧାମରୁ ବନେ୍ଦ ଭାରତ ଟ୍ରେନ୍ର ଚଳାଚଳ ପାଇଁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ଯେ ନୂଆ ଭାରତର ସାମର୍ଥ୍ୟ ଏବଂ ସଂକଳ୍ପର ପ୍ରତୀକ ହେଉଛି ବନେ୍ଦ ଭାରତ । ଏହି ଟ୍ରେନ୍ ଏକବିଂଶ ଶତାବ୍ଦୀରେ ରେଳ କ୍ଷେତ୍ରରେ ଭାରତକୁ ନୂଆ ପରିଚୟ ଦେଇଛି । ରଥଯାତ୍ରା ପୂର୍ବରୁ ଓଡ଼ିଶାରେ ପ୍ରଥମ ଥର ପାଇଁ ବନେ୍ଦ ଭାରତ ଟ୍ରେନ୍ ଆରମ୍ଭ ହେବା ଖୁସିର ବିଷୟ । ଦେଶର ଦ୍ରୁତଗାମୀ ଟ୍ରେନ୍ ବନେ୍ଦ ଭାରତ ଏକ୍ସପ୍ରେସ୍ ଓଡ଼ିଶା ପାଇଁ ନୂଆ ସମ୍ଭାବନା ଆଣିବ । ଏହି ଟ୍ରେନ୍ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ପର୍ଯ୍ୟଟନ ଓ ଅର୍ଥନୀତିକୁ ଗତି ଦେବା ସହ ଭାରତର ନାଗରିକଙ୍କ ସୁବିଧାକୁ ସୁଦୃଢ଼ କରିବ ।
ଆଗାମୀ ଦିନରେ ଓଡ଼ିଶାରେ ଦ୍ୱିତୀୟ ବନେ୍ଦ ଭାରତ ଏକ୍ସପ୍ରେସ୍ ଏବଂ ପ୍ରଥମ ବନେ୍ଦ ମେଟ୍ରୋ ଚଳାଚଳ କରିବାର କଳ୍ପନା କରିଥିବା କାରଣରୁ ରେଳ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀ ପ୍ରଧାନ । ଏହାସହ ବନେ୍ଦ ମେଟ୍ରୋକୁ କ୍ୟାପିଟାଲ୍ ରିଙ୍ଗ୍ ରୋଡ୍ ଆଲାଇନ୍ମେଣ୍ଟ ଆକାରରେ କରି ଢେଙ୍କାନାଳ ସହ ମଧ୍ୟ ଯୋଡ଼ିବାକୁ ଯୋଜନା କରିବା ପାଇଁ ସେ ଅନୁରୋଧ କରିଛନ୍ତି । ପୁରୀ ହେଉଛି ଆଧ୍ୟାତ୍ମିକ କେନ୍ଦ୍ର । ପୁରୀ ଓ ଶ୍ରୀଜଗନ୍ନାଥଙ୍କ ପ୍ରତି ପ୍ରଧାନମନ୍ତ୍ରୀଙ୍କ ଅତ୍ୟନ୍ତ ଶ୍ରଦ୍ଧା ଓ ସମ୍ମାନ ଏବଂ ସମର୍ପଣ ଭାବ ରହିଛି । ମହାପ୍ରଭୁଙ୍କ ଆଶୀର୍ବାଦରେ ସେ ଦେଶବାସୀଙ୍କ ସେବା କରିଆସୁଛନ୍ତି । ମୋଦି ଭାରତର ସନ୍ତୁଳିତ ବିକାଶକୁ ଆଖି ଆଗରେ ରଖି ପୂର୍ବୋଦୟ ମିଶନରେ ପୂର୍ବ ଭାରତର ବିକାଶ ଓ ଓଡ଼ିଶା ଉପରେ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ମୋଦି ସରକାରରେ ରେଳ, ଜାତୀୟ ରାଜପଥ, କୋଷ୍ଟାଲ୍ ହାଇୱେ, ବିମାନବନ୍ଦର, ଇଣ୍ଟରନେଟ୍ ସଂଯୋଗ ସହ ଭାରତ ବର୍ଷରେ ନୂଆ ଯୁଗ ଆରମ୍ଭ ହୋଇଛି । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଓଡ଼ିଶାକୁ ଆର୍ଥିକ ସହାୟତା, ପଦ୍ମ ପୁରସ୍କାରରେ ଓଡ଼ିଶାର ପ୍ରତିଭାଙ୍କୁ ସମ୍ମାନିତ କରିବା ଓ ମନ୍ କୀ ବାତ୍ରେ ସ୍ୱଚ୍ଛ ଭାରତରେ ନିଜକୁ ସାମିଲ୍ କରିଥିବା ପୁରୀର ରାହୁଲ ମହାରଣା, କେନ୍ଦ୍ରାପଡ଼ାର କମଳା ମହାରଣାଙ୍କ କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରି ଓଡ଼ିଶାକୁ ଯଥୋଚିତ ସମ୍ମାନ ଦେଇଛନ୍ତି ।
ଓଡ଼ିଶାର ଏହି ଐତିହାସିକ କାର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ ଓ ଭର୍ଚ୍ଚୁଆଲ୍ ପ୍ଲାଟ୍ଫର୍ମରେ ଅନେକ ବ୍ୟକ୍ତିବିଶେଷଙ୍କ ସହ ବିଭିନ୍ନ ସ୍ଥାନରେ ଜନସାଧାରଣଙ୍କ ଅଂଶଗ୍ରହଣ ଏକ ସ୍ମରଣୀୟ ହୋଇ ରହିବ ।
କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନ୍ ବୈଷ୍ଣବ, ଧର୍ମେନ୍ଦ୍ର ପ୍ରଧାନ, ସମ୍ବିତ ପାତ୍ର, ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ସମେତ ରେଲ୍ୱେ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *