ଶାସନ ବ୍ୟବସ୍ଥାର ଆଧାର ପ୍ରଯୁକ୍ତି

ଭୁବନେଶ୍ୱର,୧୮ା୫(ବୁ୍ୟରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ଡାଟା ଏବଂ ଆନାଲିଟିକ୍ସ- ପରିଚାଳିତ ପ୍ଲାଟଫର୍ମ ରାଜ୍ୟ ଡାସ୍ବୋର୍ଡ ଲୋକାର୍ପିତ ହୋଇଛି । ଲୋକଙ୍କ ସୁବିଧା ପାଇଁ ତଥ୍ୟ ଭିତ୍ତିରେ ସରକାରୀ ଯୋଜନାଗୁଡ଼ିକର ତଦାରଖ ଏବଂ ଉତ୍ତମ ପରିଚାଳନା ଦିଗରେ ଏହା ବିଶେଷ ସହାୟକ ହେବ । ରାଜ୍ୟ ଡାସ୍ବୋର୍ଡରେ ୩ଟି ପ୍ରମୁଖ ବର୍ଗ ରହିଛି । ଯଥା- ମୁଖ୍ୟମନ୍ତ୍ରୀ ଡାସ୍ବୋର୍ଡ, ବିଭାଗ ଡାସ୍ବୋର୍ଡ ଏବଂ ପ୍ରଶାସନିକ ପଦକ୍ଷେପ ତଦାରଖ ପୋର୍ଟାଲ୍ । ଏହି ବ୍ୟବସ୍ଥା ଦ୍ୱାରା ୫-ଟି ଭିତ୍ତିରେ ବିଭିନ୍ନ ପ୍ରଶାସନିକ ବିଭାଗର କାର୍ଯ୍ୟଦକ୍ଷତା ମୂଲ୍ୟାୟନ ହେବ । ଏହି ଡାସ୍୍ବୋର୍ଡର ପ୍ରମୁଖ ବୈଶିଷ୍ଟ୍ୟ ହେଉଛି କେପିଆଇ (କି ପ୍ରଫରମାନ୍ସ ଇଣ୍ଡିକେଟର)ପ୍ରଦର୍ଶନ ମୂଲ୍ୟାଙ୍କନ ବ୍ୟବସ୍ଥା ଏବଂ କାର୍ଯ୍ୟର ଅଗ୍ରଗତି ଦର୍ଶାଉଥିବା ଏକ ଭିଜୁଆଲ ଡିସ୍ପ୍ଲେ । ଯାହା ସମୟାନୁଚିତ ପଦକ୍ଷେପ ନେବାରେ ବେଶ୍୍ ସହାୟକ ହେବ । ବର୍ତ୍ତମାନ ଏଥିରେ ୩୦ ଟି ଭିନ୍ନ ଭିନ୍ନ ଡାସ୍ବୋର୍ଡ ମାଧ୍ୟମରେ ୧୬ ଟି ବିଭାଗ ଯୋଡ଼ି ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଅନ୍ୟାନ୍ୟ ବିଭାଗକୁ ଏଥିରେ ଅନ୍ତର୍ଭୁକ୍ତ କରିବାକୁ ଯୋଜନା ରହିଛି । ବିଭାଗ ଗୁଡ଼ିକର କାର୍ଯ୍ୟଦକ୍ଷତା ଏବଂ ସେମାନଙ୍କ ଦ୍ୱାରା ପରିଚାଳିତ ଯୋଜନାଗୁଡ଼ିକର ମୂଲ୍ୟାୟନ କରିବା ପାଇଁ ଏଥିରେ ଭିଜୁଆଲାଇଜେସନ୍‌ ଏବଂ ଆଡଭାନ୍ସଡ ଆନାଲିଟିକ୍ସର ବ୍ୟବହାର କରାଯାଇଛି । ରାଜ୍ୟ ଡାସ୍ବୋର୍ଡ ମଧ୍ୟରେ ମୁଖ୍ୟମନ୍ତ୍ରୀ ଡାସ୍େବାର୍ଡ ରହିଛି । ଲୋକଙ୍କ ସୁବିଧା ପାଇଁ ଏଥିରେ ସମସ୍ତ ତଥ୍ୟ ଉପଲବ୍ଧ ରହିଛି । ଜନ ଭାଗିଦାରୀ ଦ୍ୱାରା ବିଭାଗଗୁଡ଼ିକର ଉତ୍ତରଦାୟୀତ୍ୱ ବଢିବା ସହ ଲୋକଙ୍କୁ ଉତ୍ତମ ସେବା ପ୍ରଦାନ ବ୍ୟବସ୍ଥାରେ ଆହୁରି ସ୍ୱଚ୍ଛତା ଆସିବ । ୫-ଟିକୁ ଭିତ୍ତିକରି ବ୍ୟବସ୍ଥାରେ ସ୍ୱଚ୍ଛତା ବଜାୟ ରଖିବା ସହ ସମୟାନୁଚିତ୍ କାର୍ଯ୍ୟ ସମ୍ପାଦନ ପାଇଁ ଏଥିରେ ଅଭିନବ ଜ୍ଞାନକୌଶଳ ଉପଯୋଗ କରଯାଇଛି । ଏହି ଅତ୍ୟାଧୁନିକ ଡାସ୍ବୋର୍ଡ ଜରିଆରେ ପ୍ରଶାସନିକ ଅଧିକାରୀମାନଙ୍କୁ ବିଭିନ୍ନ ଯୋଜନା ଏବଂ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ତଥ୍ୟ ନେଇ ପୁଙ୍ଖାନୁପୁଙ୍ଖ ସୂଚନା ମିଳିପାରିବ । ଏହି ଡାସ୍ବୋର୍ଡ ଉନ୍ମାଚନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଟେକ୍ନାଲୋଜି ଆମ ଶାସନ ମଡେଲ୍ର ଅଧାରବନ୍ଦୁୁ ପାଲଟିଛି । ଶାସନ ବ୍ୟବସ୍ଥାକୁ ଆହୁରି ପ୍ରଭାବୀ କରିବା ସହ ଜନସେବାରେ ଆହୁରି ସ୍ୱଚ୍ଛତା ଆଣିବାକୁ ଆମେ ଶ୍ରେଷ୍ଠ ଟେକ୍ନାଲୋଜିର ନିରନ୍ତର ବ୍ୟବହାର ଜାରି ରଖିବୁ । ଏହି ସମ୍ମନ୍ନୀତ ଡାସ୍ବୋର୍ଡର ଶୁଭାରମ୍ଭ ୫-ଟି ଶାସନ ମଡେଲକୁ ଆହୁରି ଆଗକୁ ନେବ । ଆମ ୫-ଟି ଶାସନ ମଡେଲ ସହ ତଥ୍ୟ ଭିତ୍ତିକ ସମୟାନୁଚିତ ପଦକ୍ଷେପ ସୁନିଶ୍ଚିତ କରିବାରେ ସହାୟକ ହେବ । ସରକାରୀ ଯୋଜନା ଗୁଡ଼ିକ ତଦାରଖ ବ୍ୟତୀତ, ଏହି ଡାସ୍ବୋର୍ଡ ଦ୍ୱାରା ଯୋଜନା ଗୁଡ଼ିକର ଅଗ୍ରଗତି ନେଇ ଅଧିକାରୀମାନେ ତୁରନ୍ତ ପଦକ୍ଷେପ ନେଇପାରିବେ । ରାଜ୍ୟ ଡାସ୍ବୋର୍ଡରୁ ନାଗରିକମାନଙ୍କୁ ନୀତି ନିର୍ଦ୍ଧାରଣ, ବଜେଟ୍‌ ଆବଣ୍ଟନ ଏବଂ ସାଧାରଣ ଖର୍ଚ୍ଚ ବାବଦ ସୂଚନା ସହଜରେ ମିଳିପାରିବ । ଲୋକମାନେ ସହଜରେ ସରକାରୀ ସେବାର ଲାଭ ଉଠାଇପାରିବେ । ଏହାଦ୍ୱାରା ରାଜ୍ୟ ବିକାଶରେ ଲୋକଙ୍କ ଭାଗିଦାରୀ ବୃଦ୍ଧି ପାଇବ । ଲୋକଙ୍କ କଲ୍ୟାଣ ପାଇଁ ଗୁରତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ ଏବଂ ତଥ୍ୟ ପରିଚାଳିତ ଶାସନ ବ୍ୟବସ୍ଥାରେ ଏହି ଡାସ୍ବୋର୍ଡ ଏକ ନୂଆ ଅଧ୍ୟାୟ ଯୋଡ଼ିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *