ମାଟ୍ରିକ୍ ପରୀକ୍ଷାରେ ୯୬.୧୯% ପାସ୍

କଟକ, ୧୮ା୫ (ବୁ୍ୟରୋ): ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ଼) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ଗୁରୁବାର ପ୍ରକାଶିତ ହୋଇଛି । ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣ ଶିକ୍ଷାମନ୍ତ୍ରୀ ପ୍ରମିଳା ମଲ୍ଲିକ ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ବେଶ୍ ଉତ୍ସାହଜନକ ରହିଛି । ଏବର୍ଷ ଛାତ୍ରଛାତ୍ରୀଙ୍କ ୯୬.୧୯ ପ୍ରତିଶତ ପିଲା କୃତକାର୍ଯ୍ୟ ହୋଇଛନ୍ତି । ଗତ ବର୍ଷ ଫଳାଫଳ ୯୦.୫୫% ରହିଥିଲା । । କଟକ ଓ ଜଗତସିଂହପୁର ଜିଲ୍ଲାର ପାସ୍ ହାର ସର୍ବାଧିକ ୯୭.୯୯ ରହିଥିବା ବେଳେ ମାଲକାନଗିରିରେ ସର୍ବନିମ୍ନ ୯୨.୬୮ % ରହିଛି । ପୂର୍ବ ବର୍ଷମାନଙ୍କ ଭଳି ଏଥର ମଧ୍ୟ ଛାତ୍ରୀମାନେ ଛାତ୍ରଙ୍କୁ ପଛରେ ପକାଇଛନ୍ତି । ଏଥର ୨ ଲକ୍ଷ ୫୭ ହଜାର ୨୯୮ ଛାତ୍ର ଓ ୨ଲକ୍ଷ ୫୭ ହଜାର ୧୦୬ ଛାତ୍ରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ବୋଲି ବୋର୍ଡ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମନ୍ତ୍ରୀ ପ୍ରମିଳା ମଲ୍ଲିକ । ଚଳିତବର୍ଷ ୩୨୨୨ ବିଦ୍ୟାଳୟର ଶତ ପ୍ରତିଶତ ଫଳାଫଳ ରହିଛି । ଶୂନ୍ ଫଳାଫଳ କରିଥିବା ତାଲିକାରେ କୌଣସି ଗୋଟିଏବି ସ୍କୁଲ ନାହିଁ ।
ଚଳିତ ବର୍ଷ ରେଗୁଲାରରେ ୫ ଲକ୍ଷ ୧୬ ହଜାର ୪୩୫ ଜଣ ପିଲା ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ଏ-୧ଗ୍ରେଡରେ ୪ ହଜାର ୧୫୮ ଜଣ, ଏ-୨ରେ ୨୯ ହଜାର ୮୩୮, ବି-୧ରେ ୭୭ ହଜାର ୫୬୭, ବି-୨ରେ ୧ ଲକ୍ଷ ୧୮ ହଜାର ୭୫୦, ସି-ରେ ୧ ଲକ୍ଷ ୨୧ ହଜାର ୬୧୧, ଡି-ରେ ୯୫ ହଜାର ୬, ଇ-ରେ ୬୧ ହଜାର ୪୭୪ ଜଣ ପାସ୍ କରିଥିବା ବେଳେ ଏଫ୍-ଗ୍ରେଡ ପାଇ ୭ ହଜାର ୬୪୫ ଛାତ୍ରଛାତ୍ରୀ ଫେଲ୍ ହୋଇଛନ୍ତି । ରେଗୁଲାର ପାସ୍ ଛାତ୍ରୀଙ୍କ ସଂଖ୍ୟା ୨ ଲକ୍ଷ ୫୭ ହଜାର ୧୦୬ ଥିଲା ବେଳେ ୨ ଲକ୍ଷ ୫୧ ହଜାର ୨୯୮ ଜଣ ଛାତ୍ର ପାସ୍ କରିଛନ୍ତି । ମୋଟ ପାସ୍ ହାର ୯୬.୪୦ ରହିଛି । ଏକ୍ସ ରେଗୁଲାରରେ ୨୦୮୪ ସ୍କୁଲର ୪୦୦୧ ପିଲା ଫର୍ମ ପୂରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୩ ହଜାର ୭୦୬ ଜଣ ପରୀକ୍ଷା ଦେଇଥିଲେ । ୨୯୫ ଜଣ ଅନୁପସ୍ଥିତ ରହିଥିଲେ । ସେମାନଙ୍କ ମଧ୍ୟରୁ ଏ-୧ରେ କେହି ଜଣେ ବି ପାସ୍ କରି ନାହାନ୍ତି । ଏ-୨ରେ ୧୧ ଜଣ, ବି-୧ରେ ୧୦୦, ବି-୨ରେ ୨୩. ସି-ରେ ୪୬୯, ଡି-ରେ ୬୫୨, ଇ-ରେ ୯୪୦ ଓ କମ୍ପାଟମେଣ୍ଟାଲ୍ ୫୩୦ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଏଫ୍ ଗ୍ରେଡ ପାଇ ୭୬୭ ଜଣ ଫେଲ ହୋଇଛନ୍ତି । ପାସ ପିଲାଙ୍କ ମଧ୍ୟରେ ୧୭୬୮ ଛାତ୍ର ଓ ୧୧୬୯ ଛାତ୍ରୀ ରହିଛନ୍ତି ଓ ପାସ ହାର ୭୩.୪୧ ରହିଛି । ପତ୍ରବିନିମୟ ନିୟମିତ ଛାତ୍ରଛାତ୍ରୀ ଭାବେ ୧୨୮୧ ଜଣ ଫର୍ମ ପୂରଣ କରିଥିଲେ । ୧୨୨୫ ଜଣ ପରୀକ୍ଷା ଦେଇଥିଲେ ଏବଂ ଏ-୨ରେ ୬, ବି-୧ରେ ୯୫, ବି-୨ରେ ୧୫୩, ସି-୧୮୯, ଡି-୨୬୮, ଇ-ରେ ୩୫୬ ପାସ୍ କରିଛନ୍ତି ଓ ୧୬୫ ଜଣ ଏଫ୍ ଗ୍ରେଡ ପାଇ ଫେଲ୍ ହୋଇଛନ୍ତି । ପାସ୍ ହାର ୮୧.୮୯ ରହିଛି । ପତ୍ରବିନିମୟ ଏକ୍ସ ରେଗୁଲାର ଛାତ୍ରଛାତ୍ରୀ ଭାବେ ୯୦ ଜଣ ଫର୍ମ ପୂରଣ କରିଥିଲେ ଓ ୭୮ ଜଣ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ସି-ରେ ୨ ଜଣ, ଡି-ରେ ୮, ଇ-ରେ ୨୧ ଓ କମ୍ପାଟମେଣ୍ଟାଲ ୩୯୬ ଜଣ ପାସ କରିଥିବା ବେଳେ ୮ ଜଣ ଏଫ୍ ଗ୍ରେଡ ପାଇ ଫେଲ ହୋଇଛନ୍ତି । ପାସ୍ହାର ୭୭.୭୮ ରହିଛି । ସଂସ୍କୃତ ମଧ୍ୟମାରେ ୩ ହଜାର ୬୨୭ ଜଣ ଫର୍ମ ପୂରଣ କରିଥଲେ ଓ ୪୭୯ ଜଣ ଅନୁପସ୍ଥିତ ଥିଲେ । ୩ ହଜାର ୧୧୭ ଜଣ ପାସ୍ କରିଛନ୍ତି । ସେମାନଙ୍କ ମଧ୍ୟରେ ଏ-୧ରେ ୧୪, ଏ-୨ରେ ୫୮୯ ଜଣ, ବି-୧ରେ ୧ ହଜାର ୫୧, ବି-୨ରେ ୮୩୪ ଜଣ, ସି-ରେ ୪୭୫, ଡି-ରେ ୧୦୩ ଜଣ, ଇ-ରେ ୫୧ ଜଣ ପାସ୍ କରିଥିବା ବେଳେ ୩୧ ଜଣ ଏଫ ଗ୍ରେଡ ପାଇ ଫେଲ ହୋଇଛନ୍ତି । ପାସ୍ ହାର ୮୫.୯୪ ରହିଛି । ରାଜ୍ୟ ମୁକ୍ତ ବିଦ୍ୟାଳୟରେ ୫ ହଜାର ୧୮ ଜଣ ଫର୍ମ ପୂରଣ କରିଥିଲେ । ସେମାନଙ୍କ ମଧ୍ୟରେ ୫୨୮ ଜଣ ଅନୁପସ୍ଥିତ ରହିଥିଲେ । ମୋଟ ୩ ହଜାର ୭୪୬ ଜଣ ପାସ୍ କରିଛନ୍ତି ଓ ପାସ୍ ହାର ୭୫.୦୭ ରହିଛି । ପାସ୍ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏ-୨ରେ ୨୧, ବି-୧ରେ ୧୬୮, ବି-୨ରେ ୭୧୬, ସି-ରେ ୯୧୩, ଡି-ରେ ୧୨୦୪ ଓ ଇ-ରେ ୭୨୪ ଜଣ ପାସ କରିଛନ୍ତି ଓ ୭୦୧ ଜଣ ଏଫ୍ ଗ୍ରେଡ ପାଇ ଫେଲ ହୋଇଛନ୍ତି । ଫଳ ପ୍ରକାଶ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ଅଶ୍ୱଥି ଏସ, ମାଧ୍ୟମିକ ଶିକ୍ଷା ପରିଷଦ ସଭାପତିି ରାମାଶିଷ ହାଜରା, ଉପସଭାପତି ଡ. ନିହାର ରଞ୍ଜନ ମହାନ୍ତି, ସଂପାଦକ ସୁମିତା ସରକାର, ପରୀକ୍ଷା ନିୟନ୍ତ୍ରକ ସୁସ୍ମିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହାବ୍ୟତୀତ ଯେଉଁ ଛାତ୍ରଛାତ୍ରୀ ଫଳାଫଳରେ ଅସନ୍ତୋଷ ପ୍ରକାଶ କରିବେ ସେମାନେ ଅନ୍ଲାଇନ୍ରେ ରି-ଚେକିଂ ପାଇଁ ଆବେଦନ କରିପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଚଳିତବର୍ଷ ଅସଫଳ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ସପ୍ଲିମେଣ୍ଟାରୀ ପରୀକ୍ଷା କରାଯିବାର ବ୍ୟବସ୍ଥା ରହିଥିବା ମନ୍ତ୍ରୀ ଶ୍ରୀମତୀ ମଲ୍ଲିକ ସୂଚନା ଦେଇଛନ୍ତି । ଅନୁପସ୍ଥିତ ଥିବା ଛାତ୍ରଛାତ୍ରୀମାନେ ଚାହିଁଲେ ରାଜ୍ୟ ମୁକ୍ତ ବିଦ୍ୟାଳୟ ମାଧ୍ୟମରେ ପରୀକ୍ଷା ଦେଇପାରିବେ ଓ ତାହାର ସମସ୍ତ ଦେୟ ସରକାର ବହନ କରିବେ ବୋଲି ସଚିବ ଅଶ୍ୱଥି ଏସ. କହିଛନ୍ତି । ପରୀକ୍ଷାରେ ଅନୁପସ୍ଥିତଙ୍କ ସଂଖ୍ୟା ହ୍ରାସ ପାଇଁ ସରକାର ସମସ୍ତ ପ୍ରକାର ପଦକ୍ଷେପ ନେଉଥିବା ସେ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଏବର୍ଷ ୮ ହଜାର ୯୪୫ଟି ସ୍କୁଲର ୫ ଲକ୍ଷ ୩୨ ହଜାର ୭୪୬ ପିଲା ଫର୍ମ ପୂରଣ କରିଥିଲେ । ୫ ଲକ୍ଷ ୨୧ ହଜାର ୪୪୪ ଜଣ ପରୀକ୍ଷା ଦେଇଥିଲେ ଓ ୧୧ ହଜାର ୩୦୨ ପିଲା ଅନୁପସ୍ଥିତ ରହିଥିଲେ । ଅସାଧୁ ଉପାୟ ଅବଲମ୍ବନ କରିଥିବା ୩୯୯ ଜଣ ପରୀକ୍ଷାର୍ଥୀଙ୍କୁ ମାଲ୍ପ୍ରାକ୍ଟିସରେ ବୁକ୍ କରାଯାଇଥିଲା । ଏକ୍ସ ରେଗୁଲାରରେ ୨୦୮୪ ସ୍କୁଲର ୪୦୦୧ ପିଲା ଫର୍ମ ପୂରଣ କରିଥିଲେ । ୩ ହଜାର ୭୦୬ ଜଣ ପରୀକ୍ଷା ଦେଇଥିଲେ ଓ ୨୯୫ ଜଣ ଅନୁପସ୍ଥିତ ରହିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *