୧୯ରେ ଆସିବେ ଟ୍ରିବୁ୍ୟନାଲ୍ ଟିମ୍

ଭୁବନେଶ୍ୱର,୧୭ା୫(ବୁ୍ୟରୋ): ଛତିଶଗଡ଼ ପରେ ଏବେ ଓଡ଼ିଶା ଗସ୍ତରେ ଆସି କ୍ଷେତ୍ର ପରିଦର୍ଶନ କରିବା ସହିତ ସ୍ଥିତି ସମୀକ୍ଷା କରିବ ଟ୍ରିବୁ୍ୟନାଲ୍ ଟିମ୍ । ମହାନଦୀ ସିଷ୍ଟମରେ ୧୯ ତାରିଖରୁ ୨୩ ତାରିଖ ଯାଏ ଟ୍ରିବ୍ୟୁନାଲ୍ ସଦସ୍ୟ କ୍ଷେତ୍ର ପରିଦର୍ଶନ କରିବେ । ଦୀର୍ଘଦିନ ଧରି ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଚାଲିଥିବା ମହାନଦୀ ଜଳ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ ସଦସ୍ୟଙ୍କ ଓଡ଼ିଶା ଗସ୍ତ ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଛି ବୋଲି କୁହାଯାଉଛି ।
ମହାନଦୀ ଜଳ ବିବାଦର ଟ୍ରିବ୍ୟୁନାଲ୍ ଅଧ୍ୟକ୍ଷ ଜଷ୍ଟିସ ଏ.ଏମ୍ ଖାନ୍ୱିଲକର୍ଙ୍କ ନେତୃତ୍ୱରେ ୫୦ ଜଣିଆ ସଦସ୍ୟ ପର୍ଯ୍ୟାୟ କ୍ରମେ ଅନ୍ୟ ସ୍ଥାନ ପରିଦର୍ଶନ କରିବେ । ଗ୍ରୀଷ୍ମ ଋତୁରେ ମହାନଦୀରେ କେତେ ଜଳ ଉପଲବ୍ଧ ହେଉଛି, କେତେ ବର୍ଷାଜଳ ଗଚ୍ଛିତ ରହୁଛି, ମହାନଦୀରେ ଜଳ ପ୍ରବାହ କେତେ ରହୁଛି, ଏ ସମସ୍ତ ଦିଗ ଉପରେ ଟ୍ରିବ୍ୟୁନାଲ୍ ସଦସ୍ୟ ବିସ୍ତୁତ ଅନୁଧ୍ୟାନ କରି ରିପୋର୍ଟ ପ୍ରସ୍ତୁତ କରିବେ ବୋଲି ଜଣାପଡିଛି ।
ସୂଚନାଯୋଗ୍ୟ, ମହାନଦୀରର ଉପର ମୁଣ୍ଡରେ ଛତିଶଗଡ ସରକାର ବେଆଇନ ଭାବେ ବ୍ୟାରେଜ୍ ନିର୍ମାଣ କରିବା ଯୋଗୁଁ ମହାନଦୀର ଜଳସ୍ତର କମିବାରେ ଲାଗିଛି । ଏହାକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ବିବାଦ ଦେଖାଦେଇଥିଲା । ବିବାଦର ସମାଧାନ ଲାଗି କେନ୍ଦ୍ର ସରକାର ଗତ ୨୦୧୮ ମସିହା ମାର୍ଚ୍ଚ ୧୩ ତାରିଖରେ ଟ୍ରିବୁ୍ୟନାଲ୍ ଗଠନ କରିଥିଲେ । ଏହି ଟ୍ରିବୁ୍ୟନାଲ୍ର କାର୍ଯ୍ୟକାଳ ୫ ବର୍ଷ ରହିଥିଲେ । ତେବେ ଏହି ୫ ବର୍ଷ ମଧ୍ୟରେ ମାମଲାର କୋ÷ଣସି ନିଷ୍କର୍ସ ବାହାରି ପାରିନି । ମାମଲାର ସମ୍ବଦନଶୀଳତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଟ୍ରିବୁ୍ୟନାଲ୍ର କାର୍ଯ୍ୟକାଳକୁ ଆଉ ୨୧ ମାସ ପାଇଁ ବୃଦ୍ଧି କରିଛନ୍ତି । ଯଦିଓ ଜଳ ବିବାଦର ଚୁଡାନ୍ତ ସମାଧାନ ବାହିରି ପାରିନି, ତେବେ ଏହାରି ଭିତରେ ଉଭୟ ଟ୍ରିବୁ୍ୟନାଲ୍ରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ କରାଯାଇଛି । ଓଡିଶାକୁ ତାର ହକ୍କୁ କିଭଳି ବଞ୍ଚିତ କରାଯାଉଛି , ସେନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଟ୍ରିବୁ୍ୟନାଲ୍ରେ ସତ୍ୟପାଠ ଜରିଆରେ ଦାଖଲ କରାଯାଇଛି । ଏହାରି ଭିତରେ ଟ୍ରିବୁ୍ୟନାଲ୍ ଟିମ୍ ଗତ ଏପ୍ରିଲ ୧୯ ତାରିଖରେ ଛତିଶଗଡ ଗସ୍ତ କରି ଗ୍ରାଉଣ୍ଡ ଜିରୋରେ ସ୍ଥିତି ଅନୁଧ୍ୟାନ କରିଥିଲା । ଏହି ଗସ୍ତ ସମୟରେ ଅନୁଧ୍ୟାନକାରୀ ଦଳ ମହାନଦୀର ଉତ୍ପତ୍ତି ସ୍ଥଳୀ ଫାରସିୟା ଗ୍ରାମ, ସୁନ୍ଦରଡ୍ୟାମ୍ର କ୍ଷେତ୍ର ପରିଦର୍ଶନ କରିବା ସହିତ ଉପର ମୁଣ୍ଡରେ ନିର୍ମାଣ କରାଯାଇଥିବା ୭ ଟି ବ୍ୟାରେଜ୍ ର ମଧ୍ୟ ସ୍ଥିତି ଅନୁଧ୍ୟାନ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *