ପୁଞ୍ଜିନିବେଶରେ ଓଡ଼ିଶା ଦେଶରେ ଦ୍ୱିତୀୟ
ଭୁବନେଶ୍ୱର,୧୭ା୫(ବୁ୍ୟରୋ): ଦେଶରେ ପୁଞ୍ଜି ନିବେଶର ଟପ ଡେଷ୍ଟିନେସନରେ୍ ଓଡ଼ିଶା ଦ୍ୱିତୀୟ ସା୍ଥନ ପାଇଛି । ସିଆଇଆଇ ରିସର୍ଚ୍ଚ ଓ ସେଣ୍ଟର ଫର ମନିଟରିଂ ଇଣ୍ଡିଆନ୍ ଇକୋନୋମି ବା ସିଏମଆଇଇ ପକ୍ଷରୁ ହୋଇଥିବା ସର୍ଭେରୁ ମିଳିଥିବା ତଥ୍ୟରେ ସାରା ଦେଶରେ ଓଡ଼ିଶା ପୁଞ୍ଜିନିବେଶ ଆକର୍ଷିତ କରିବାରେ ଦ୍ୱିତୀୟ ସ୍ଥାନରେ ରହିଛି । ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ ୨୦.୧ଲକ୍ଷ କୋଟି ପୁଞ୍ଜିନିବେଶ ହୋଇଛି ।
ସର୍ଭେ ରିପୋର୍ଟ ଅନୁଯାୟୀ , ଗୁଜରାଟ, ଆନ୍ଧ୍ରପ୍ରଦେଶ ପରି ବଡ଼ ରାଜ୍ୟକୁ ପଛରେ ପକାଇଛି ଓଡ଼ିଶା । ତାଲିକାର ୧ ନମ୍ବର ସ୍ଥାନରେ ମହାରାଷ୍ଟ୍ର ରହିଥିବା ବେଳେ ତାଲିକାର ଶେଷରେ ଉତ୍ତର ପ୍ରଦେଶ ରହିଛି । କରୋନା ସମୟରେ ଦେଶରେ ସର୍ବାଧିକ ନିବେଶ ଆଣିଥିଲା ଓଡ଼ିଶା । ପୁଞ୍ଜିନିବେଶରେ ମହାରାଷ୍ଟ୍ରକୁ ପଛରେ ପକାଇ ୧ନମ୍ବର ସ୍ଥାନ ହାସଲ କରିଥିଲା । ୨୦୨୦ ଆର୍ଥିକ ବର୍ଷରେ ମହାରାଷ୍ଟ୍ରରେ ୧୬ପ୍ରତିଶତ ନିବେଶ ହୋଇଥିଲା । ତେବେ ସେହି ସମୟରେ ଓଡ଼ିଶାକୁ ୧୨ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିଲା । ଦେଶର ପୁଞ୍ଜିନିବେଶରୁ ୧୮ପ୍ରତିଶତ କେବଳ ଓଡ଼ିଶାରେ ହୋଇଥିଲା । ଦେଶର ଆର୍ଥିକ ରାଜଧାନୀ କୁହାଯାଉଥିବା ମହାରାଷ୍ଟ୍ରକୁ ପଛରେ ପକାଇ ପୁଞ୍ଜିନିବେଶର ଶୀର୍ଷ ଛୁଇଁଥିଲା ଓଡ଼ିଶା । କେବଳ ଶିଳ୍ପ ନୁହେଁ, କୃଷି କ୍ଷେତ୍ରରେ ବି ରାଜ୍ୟ ଆଗୁଆ ରହିଥିଲା । ଦେଶର ଅଭିବୃଦ୍ଧି ହାର ୨.୮୦ ପ୍ରତିଶତ ହୋଇଥିବା ବେଳେ ରାଜ୍ୟରେ ଅଭିବୃଦ୍ଧି ହାର ୭.୬୧ ପ୍ରତିଶତ ରହିଥିଲା ।