ଲୁଟିଲେ ୧୨ କୋଟିର ଗହଣା

ସୁନା ଦୋକାନରେ ଦିନବେଳା ଡକାୟତି
କୋରେଇ, ୧୫ା୫(ଆପ୍ର): ସୋମବାର ମଧ୍ୟାହ୍ନରେ ଯାଜପୁର ରୋଡ ଥାନା ଅନ୍ତର୍ଗତ ବ୍ୟାସନଗର ସହରରେ ଏକ ବଡଧରଣର ଲୁଟ୍ ହୋଇଛି । ସହରର ପ୍ରତିଷ୍ଠିତା ସେନକୋ ଗୋଲ୍ଡ ସୁନା ଦୋକାନରୁ ପାଖାପାଖି ୧୨ କୋଟି ଟଙ୍କାର ସୁନାଗହଣା ଓ ହୀରା ଅଳଙ୍କାର ଲୁଟ୍ ହୋଇଥିବା ଜଣାଯାଇଛି । ସୂଚନାନୁଯାୟୀ, ଆଜି ମଧ୍ୟାହ୍ନ ସାଢେ ଗୋଟାଏ ବେଳେ ଗ୍ରାହକ ସାଜି୨ ଜଣ ବ୍ୟକ୍ତି ସୋରୁମ ଭିତରକୁ ପ୍ରବେଶ କରିଥିଲେ । ଦୁଇଜଣ ସୁନା ଗହଣା ଦେଖୁଥିବା ବେଳେ ହଠାତ୍ ଜଣେ ଶୌଚାଳୟ ଯିବା ଆଳରେ ବାହାରେ ଥିବା ସହଯୋଗୀଙ୍କୁ ଫୋନ୍ କରିଥିଲା । ସ୍ୱଳ୍ପ ସମୟ ଭିତରେ ସୋରୁମ୍ ଭିତରକୁ ସେମାନଙ୍କ ଅନ୍ୟ ୫ ଜଣ ସହଯୋଗୀ ପ୍ରବେଶ କରିଥିଲେ । ସନ୍ଦିଗ୍ଧ ୭ଜଣ ହଠାତ୍ ସୋରୁମର ସୁରକ୍ଷା କର୍ମୀଙ୍କୁ ମାଡ଼ମାରି ତାଙ୍କ ବନ୍ଧୁକ ଛଡାଇ ନେବା ପରେ ବନ୍ଧୁକ ମୁନରେ ସୋରୁମ ର ସମସ୍ତ କର୍ମଚାରୀମାନଙ୍କୁ ଗୋଟିଏ ସ୍ଥାନରେ ବସାଇ ସେମାନଙ୍କ ହାତବାନ୍ଧି ଦେଇଥିଲେ । କେବଳ କିଛି ରୂପା ଅଳଙ୍କାର ଛାଡି ୧୭ କେଜିର ସୁନାଗହଣା ଓ ହୀରା ଅଳଙ୍କାର ନେଇ ଆଖି ପିଛୁଳାକେ ୭ଲୁଟେରା ଫେରାର ହୋଇଯାଇଥିଲେ । ଏହି ସମୟରେ ସୋରୁମକୁ ସୁନା କିଣିବାକୁ ଅ୍ରାସିଥିବା ଦୁଇ ଜଣ ଗ୍ରାହକଙ୍କୁ ମଧ୍ୟ ଲୁଟେରାମାନେ ମାଡ଼ ମାରି ସେମାନଙ୍କ ମୋବାଇଲ ଛଡାଇ ନେଇଥିଲେ । ଖବର ପାଇ ଯାଜପୁର ରୋଡ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଦାନ ଆରମ୍ଭ କରିଛି । ସହରର ସମସ୍ତ ସିସିଟିଭି ଯାଞ୍ଚ ପକ୍ରିୟା ଆରମ୍ଭ ହୋଇଛି । ଏହି ଲୁଟ୍ ସମୟରେ କିଛି ମହିଳା କର୍ମଚାରୀ ଆହତ ହୋଇଥିବା ଯୋଗୁଁ ସେମାନଙ୍କୁୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *