କଶ୍ମୀରରେ ୨୬/୧୧ ଭଳି ଆକ୍ରମଣ ପ୍ରସ୍ତୁୂତି
ନୂଆଦିଲ୍ଲୀ, ୧୫ା୫: ଲସ୍କର-ଏ-ତୋୟବା ଆତଙ୍କବାଦୀମାନେ ଜମ୍ମୁ-କଶ୍ମୀରରେ ୱାଇଏସ୍ଏମ୍ଏସ୍ ପ୍ରଯୁକ୍ତିର ଉପଯୋଗ ପୂର୍ବକ ଆଗାମୀ ଜି-୨୦ ସମ୍ମିଳନୀକୁ ଭଣ୍ଡୁର କରିବା ଲାଗି ଷଡ୍ୟନ୍ତ୍ର ରଚିଛନ୍ତି । ସେମାନେ ୨୬/୧୧ ଭଳି ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛନ୍ତି । ଏହି ସୂଚନା ପାଇବା ପରଠାରୁ ସୁରକ୍ଷା ଏଜେନ୍ସିମାନଙ୍କ ଦୁଃଶ୍ଚିନ୍ତା ବଢ଼ିଛି । ନିକଟରେ ତୁଙ୍ଗ ସୁରକ୍ଷା ଅଧିକାରୀଙ୍କ ବୈଠକରେ ଏହି ବିଷୟରେ ବିଶଦ ଆଲୋଚନା ହୋଇଛି ।
ଭେରି ହାଇ ଫ୍ରିକ୍ୱେନ୍ସି (ଭିଏଚ୍ଏଫ୍) ଜରିଆରେ, ବିନା ସିମ୍ରେ ସ୍ମାର୍ଟଫୋନ୍ ସହାୟତାରେ ଯୋଗାଯୋଗକୁ ୱାଇଏସ୍ଏମ୍ଏସ୍ ପ୍ରଯୁକ୍ତି କୁହାଯାଉଛି । ତେଣୁ ଏହି ପ୍ରଯୁକ୍ତିର ଉପଯୋଗ କରୁଥିବା ଆତଙ୍କବାଦୀଙ୍କ ଉପସ୍ଥିତି ଜାଣିବା ସୁରକ୍ଷା ଏଜେନ୍ସିଙ୍କ ପାଇଁ ସହଜ ହେଉନାହିଁ । ଗୁଇନ୍ଦା ସୂତ୍ର ଅନୁଯାୟୀ, ରାଜୌରୀ ଓ ପୁ‚ରେ ଲସ୍କର ଆତଙ୍କବାଦୀମାନେ ହାଇ-ଏଣ୍ଡ୍ ଟେକ୍ନିକ୍ ପ୍ରୟୋଗ କରୁଥିବାରୁ ସୁରକ୍ଷା ଏଜେନ୍ସିମାନେ ଚିନ୍ତାରେ ପଡିଛନ୍ତି । ପୂର୍ବରୁ ୱାଇଏସ୍ଏମ୍ଏସ୍ ଟେକ୍ନିକ୍
୨୦୧୬-୨୦୧୯ରେ ଘାତକ ହମ୍ଲା ବେଳେ କରାଯାଇଥିଲା । ବିନା ସିମ୍ରେ ଆତଙ୍କୀମାନେ ସ୍ମାର୍ଟ ଫୋନ୍ ବ୍ୟବହାର କରି ସେମାନଙ୍କ ବାର୍ତ୍ତା ବ୍ଲୁଟୁଥ୍ ମାଧ୍ୟମରେ ରେଡିଓ ସେଟ୍କୁ ପଠାଉଥିଲେ । ରାଜୌରୀ ଓ ପୁ‚ ଇଲାକାରେ ୱାଏସ୍ଏମ୍ଏସ୍ ଉପରେ ତାଲିମ ପାଇଥିବା ୧୨ ଜଣ ଆତଙ୍କୀ ଅଛନ୍ତି । ଏହା ମାଧ୍ୟମରେ ସେମାନେ ସୁରକ୍ଷିତ ରାସ୍ତାରେ ଆସି ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରୁଛନ୍ତି ।