ଦିଶା, ପ୍ରିୟଙ୍କା ଓ ବିଷ୍ଣୁ ଓଡ଼ିଶା ଟପ୍ପର
ଆଇସିଏସ୍ଇ ପରୀକ୍ଷା ଫଳ ପ୍ରକାଶ
ଭୁବନେଶ୍ୱର,୧୪ା୫(ବୁ୍ୟରୋ): କାଉନ୍ସିଲ୍ ଫର୍ ଦି ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ଏଗ୍ଜାମିନେସନ୍ (ସିଆଇଏସ୍ସିଇ) ୨୦୨୩ର ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଫଳ ରବିବାର ଅପରାହ୍ଣରେ ପ୍ରକାଶ ପାଇଛି । ଚଳିତ ବର୍ଷ ଦଶମରେ ପାସ୍ ହାର ୯୮.୯୪% ହୋଇଥିବା ବେଳେ ଦ୍ୱାଦଶରେ ପାସ୍ ହାର ୯୬.୯୩% ରହିଛି । ଦଶମରେ ଛାତ୍ର ଓ ଛାତ୍ରୀଙ୍କ ପାସ୍ ହାର ୯୮.୭୧ ଓ ୯୯.୨୧%, ଦ୍ୱାଦଶରେ ଛାତ୍ର ଓ ଛାତ୍ରୀଙ୍କ ପାସ୍ ହାର ଯଥାକ୍ରମେ ୯୫.୯୬ ଓ ୯୮.୦୧% । ଦଶମ ପରୀକ୍ଷାରେ ପ୍ରିୟଙ୍କା ପରାଶର ଓ ବିଷ୍ଣୁ ପ୍ରସାଦ ଶତପଥୀ ଉଭୟେ ୯୯.୪୦% ମାର୍କ ରଖି ମିଳିତ ଭାବେ ଓଡ଼ିଶା ଟପ୍ପର ହୋଇଛନ୍ତି । ସେହିପରି ସଞ୍ଜନା ପଲେଇ, ପ୍ରତିକା ମିଶ୍ର, ପ୍ରେମା ମଞ୍ଜରୀ, ଆୟୁଷ ନନ୍ଦ ୯୯.୨୦% ମାର୍କ ରଖିଥିବା ବେଳେ ଅନୁଷ୍କା ମିତ୍ତଲ, ଓଜଲ ଆକାଶ, ଓକାର ମହାପାତ୍ର ଓ ଅମରେନ୍ଦ୍ର ସ୍ୱାଇଁ ୯୯.୦ ପ୍ରତିଶତ ମାର୍କ ରଖି ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ।
ଦ୍ୱାଦଶ ପରୀକ୍ଷାରେ ଦିଶା ଗୋଏଲ ଓଡ଼ିଶା ଟପ୍ପର ହୋଇଛନ୍ତି । ସେ ୯୮.୨୬ ପ୍ରତିଶତ ମାର୍କ ରଖିଥିବା ବେଳେ ସ୍ତୁତିଲେଖା ପଟ୍ଟନାୟକ ୯୮.୦୦%, ସୁଦୀପ ଅଧିକାରୀ ଓ ଶ୍ରୀୟା ଦତ୍ତ ୯୭.୫ ପ୍ରତିଶତ ମାର୍କ ରଖିଛନ୍ତି ।
ଆଶ୍ଚର୍ଯ୍ୟର ବିଷୟ, ଦ୍ୱାଦଶ ପରୀକ୍ଷାରେ ସାରା ଦେଶରେ ଯେଉଁ ୫ ଜଣ (୨ ଛାତ୍ର, ୩ ଛାତ୍ରୀ) ଟପ୍ପର ହୋଇଛନ୍ତି, ସମସ୍ତଙ୍କ ମାର୍କ ସମାନ (୯୯.୭୫%) ରହିଛି ।