ହାଜି ସଲିମ୍ ଆଇଏସ୍ଆଇର ନୂଆ ଦାଉଦ୍

ବର୍ଷକରେ ୪ଠ ହଜାର କୋଟିର ଡ୍ରଗ୍ସ ଜବତ
ନୂଆଦିଲ୍ଲୀ (ଏଜେନ୍ସି): ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନ୍ସିବି) ବିଭିନ୍ନ ଗୋଇନ୍ଦା ଏଜେନ୍ସି ସହିତ ମିଶି ବର୍ଷକ ମଧ୍ୟରେ ୪୦ ହଜାର କୋଟି ଟଙ୍କା ମୂଲ୍ୟର ଡ୍ରଗ୍ସ ଜବତ କରିଛି । ଏନ୍ସିବି ପକ୍ଷରୁ ଆରମ୍ଭ ହୋଇଥିବା ଅପରେସନ୍ ସମୁଦ୍ରଗୁପ୍ତ ମାଧ୍ୟମରେ ସମୁଦ୍ର ପଥରେ ଚୋରାରେ ଆସୁଥିବା ଡ୍ରଗ୍ସ ଜବତ କରାଯାଇଛି । ପାକିସ୍ତାନରେ ରହି ଡ୍ରଗ୍ସ ବ୍ୟବସାୟ କରୁଥିବା ହାଜି ସଲିମ ଭାରତକୁ ଡ୍ରଗ୍ସ ପଠାଇବାର ମାଷ୍ଟରମାଇଣ୍ଡ ବୋଲି ଭାରତୀୟ ଗୋଇନ୍ଦା ଏଜେନ୍ସିକୁ ସୂଚନା ମିଳିଛି । ଡ୍ରଗ୍ସ ଚୋରା ·ଲାଣରେ ପାକିସ୍ତାନ ଗୋଇନ୍ଦା ଏଜେନ୍ସି ଆଇଏସ୍ଆଇ ଏବଂ ଅଣ୍ଡରୱାର୍ଲ୍ଡର ହାତ ରହିଛି । କୁହାଯାଉଛି ଯେ, ଭାରତକୁ ପଠାଯାଉଥିବା ଡ୍ରଗ୍ସରୁ ଆଇଏସ୍ଆଇ ଏବଂ ଅଣ୍ଡରୱାର୍ଲ୍ଡ ମଧ୍ୟ ଅର୍ଥ ପାଇଛନ୍ତି । ଏନ୍ସିବି, ଏନ୍ଆଇଏ, ର’, ଆଇବି ଭଳି ଭାରତୀୟ ଗୋଇନ୍ଦା ସଂସ୍ଥା ଗୁଡ଼ିକର ରାଡାର୍ରେ ଆଇଏସ୍ଆଇ ତିଆରି କରିଥିବା ନୂଆ ଦାଉଦ୍ ହାଜି ସଲିମ ରହିଛି ।
ଏନସିିବି ନିଦେ୍ର୍ଦଶକ ସଞ୍ଜୟ ସିଂହ କହିଛନ୍ତି, ପାକିସ୍ତାନ, ବହାରିନ୍, ଦୁବାଇ ଦେଇ ଭାରତକୁ ଡ୍ରଗ୍ସ ଚୋରା ଚାଲାଣ ହେଉଛି । ଏଥିରୁ ମିଳୁଥିବା ଅର୍ଥର କିଛି ଅଂଶ ଆଇଏସ୍ଆଇ ନେଉଛି । ତଟରକ୍ଷୀ ବାହିନୀ ଓ ନୌସେନା ଡ୍ରଗ୍ସ ଚୋରାଚାଲାଣ ନିୟନ୍ତ୍ରଣରେ ସହଯୋଗ କରୁଛନ୍ତି । ୨୦୨୨ରେ ନୌସେନା ସହଯୋଗରେ ୭୦୦ କେଜି ଡ୍ରଗ୍ସ ଜବତ କରାଯାଇଥିଲା । ଗତ ଅକ୍ଟୋବରରେ ମଧ୍ୟ ବିପୁଳ ପରିମାଣର ନିଶାଦ୍ରବ୍ୟ ଜବତ ହୋଇଥିଲା । ସଲିମର ଅବସ୍ଥାନ ସଂପର୍କରେ ଜାଣିବା ଲାଗି ଉଦ୍ୟମ ହେଉଛି ।
ଶନିବାର ନୌବାହିନୀ ଓ ଏନ୍ସିବି ମିଳିତ ଚଢ଼ଉ କରି କେରଳ ଉପକୂଳରେ ଏକ ଜାହାଜରୁ ୧୫ ହଜାର କୋଟି ଟଙ୍କା ମୂଲ୍ୟର ପ୍ରାୟ ୨,୫୦୦ କିଲୋଗ୍ରାମ୍ ମେଥାମ୍ଫେଟାମାଇନ୍ (ଡ୍ରଗ୍ସ) ଜବତ କରିଛନ୍ତି । ଏପର୍ଯ୍ୟନ୍ତ ଜବତ କରାଯାଇଥିବା ଏହା ସର୍ବାଧିକ ପରିମାଣର ଡ୍ରଗ୍ସ । ଏଥିରେ ସମ୍ପୃକ୍ତ ଜଣେ ପାକିସ୍ତାନୀ ନାଗରିକକୁ ମଧ୍ୟ ଗିରଫ କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *