କରେଣ୍ଟ୍ରେ ୪ ହାତୀ ମୃତ
ରାୟଗଡା, ୧୨ା୫(ଆପ୍ର): ରାୟଗଡା ଜିଲ୍ଲା ସୀମାନ୍ତବର୍ତ୍ତୀ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲାର କାଟ୍ରାଗଡା ଠାରେ ୪ ହାତୀ (୨ଟି ମାଈ ଓ ୨ଟି ଅଣ୍ଡିରା)ଙ୍କ ମୃତଦେହ ଠାବ କରାଯାଇଛି । ହାତୀଙ୍କ ମୃତୁ୍ୟର କାରଣ ସ୍ପଷ୍ଟ ହୋଇ ନ ଥିଲେହେଁ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଥିବା କୁହାଯାଉଛି । ବିଦୁ୍ୟତ୍ ଟ୍ରାନ୍ସଫର୍ମର ନିକଟରେ ହାତୀଙ୍କ ମୃତଦେହ ପଡ଼ିରହିଥିବାରୁ ଏପରି ସନେ୍ଦହ କରାଯାଉଛି ।
ଓଡ଼ିଶାରୁ ୬ ଟିକିଆ ହାତୀପଲ ଆନ୍ଧ୍ର ସୀମା ପାର ହେଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଆଉ ଦୁଇଟି ହାତୀ ଜୀବନ ବିକଳରେ ପାଖ ଜଙ୍ଗଲକୁ ପଳାଇଛନ୍ତି । ଘଟଣାସ୍ଥଳରେ ଆନ୍ଧ୍ର ପୁଲିସ୍ ଓ ବନ ବିଭାଗ ପହଞ୍ଚôଛନ୍ତି । ବ୍ୟବଛେଦ ପରେ ନିୟମ ମୁତାବକ ଶବଗୁଡିକୁ ପୋତି ଦିଆଯିବ ।
ରାୟଗଡ଼ା ଜିଲ୍ଲା ପଦ୍ମପୁର ଓ ଗୁଣପୁର ବ୍ଲକର ଘଞ୍ଚ ଜଙ୍ଗଲରେ ୬ଟିକିଆ ହାତୀ ପଲ ଅନେକ ଦିନ ଧରି ଚଳପ୍ରଚଳ କରୁଥିଲେ । ଏହି ହାତୀପଲ ନାରାୟଣପୁର ସଂରକ୍ଷିତ ଜଙ୍ଗଲରେ ବୁଲୁଥିବା ବେଳେ ରାତିରେ ପାହାଡ଼ତଳି ଜନବସତିକୁ ଆସି ଧାନ, ଝୁଡ଼ଙ୍ଗ, କାଙ୍ଗୁଲ, ଖୋସଲା, ରାଶି, ଖମ୍ବଆଳୁ, କଦଳୀ ଫସଲ ନଷ୍ଟ କରୁଥିଲେ । ଗତ ଏକ ସପ୍ତାହ ଧରି ଗୁଣୁପୁର ଅଂଚଳରେ ଏହି ହାତୀ ପଲର ଉପଦ୍ରବ ଦେଖିବାକୁ ମିଳିଥିଲା ।
ଗୁରୁବାର ରାତିରେ ସେମାନେ କାଟ୍ରାଗଡାସ୍ଥିତ ଏକ ଟ୍ରାନ୍ସଫର୍ମର୍ ନିକଟକୁ ଆସିଥିଲେ । ୪ଟି ସେହିଠାରେ ବିଦୁ୍ୟତ୍ ସଂସ୍ପର୍ଶରେ ଆସି ମରିପଡିଥିବା ଲୋକମାନେ ଦେଖିବାକୁ ପାଇଥିଲେ । ଅନ୍ୟ ଦୁଇଟି ହାତୀ ଜୀବନ ବିକଳରେ ପାଖ ଜଙ୍ଗଲକୁ ପଳାଇଛନ୍ତି ।