ନିର୍ବାଚିତ ସରକାର ମୁଖ୍ୟ କ୍ଷମତାକେନ୍ଦ୍ର

କେଜରୀଙ୍କ ସୁପ୍ରିମ୍ ବିଜୟ
ନୂଆଦିଲ୍ଲୀ, ୧୧ା୫: କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କ ମଧ୍ୟରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପ୍ରଶାସନିକ ସେବା ଉପରେ ନିୟନ୍ତ୍ରଣକୁ ନେଇ ବର୍ଷ ବର୍ଷ ଧରି ଚାଲିଥିବା ବିବାଦରେ ପଡିଛି । ସୁପ୍ରିମ୍କୋର୍ଟର ପ୍ରଧାନ ବିଚାରପତି ଡି.ୱାଇ.ଚନ୍ଦ୍ରଚୂଡଙ୍କ ନେତୃତ୍ୱାଧୀନ ୫ ଜଣିଆ ସମ୍ବିଧାନ ପୀଠ ଗୁରୁବାର ଫଇସଲା ଶୁଣାଇଛନ୍ତି । ପୀଠ କହିଛନ୍ତି ଜମି, ପୁଲିସ ଓ ଆଇନଶୃଙ୍ଖଳାକୁ ଛାଡି ଅନ୍ୟ ସମସ୍ତ ପ୍ରଶାସନିକ ସେବା ଦିଲ୍ଲୀର ନିର୍ବାଚିତ ସରକାରଙ୍କ ନିୟନ୍ତ୍ରଣରେ ରହିବ । ନିର୍ବାଚିତ ସରକାର ହିଁ ମୁଖ୍ୟ କ୍ଷମତାକେନ୍ଦ୍ର । ତେଣୁ ଏହି ପ୍ରସଙ୍ଗକୁ ଛାଡି ଅନ୍ୟ ସବୁ ବିଷୟରେ ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତି ମାନିବାକୁ ଉପରାଜ୍ୟପାଳ (ଲେଫ୍ଟନାଣ୍ଟ ଗଭର୍ଣ୍ଣର ବା ଏଲ୍ଜି) ।
ଏଲ୍ଜି ବନାମ ଦିଲ୍ଲୀ ସରକାର ମାମଲାରେ ସୁପ୍ରିମ୍କୋର୍ଟଙ୍କ ଫଇସଲା ଆସିବା ପରେ ଅରବିନ୍ଦ କେଜରିୱାଲ୍ ସରକାର ଆକ୍ସନ୍ ମୋଡକୁ ଆସିଛନ୍ତି । ସେବା ସଚିବ ଆଶିଷ ମୋରେଙ୍କୁ ବଦଳି ଆଦେଶ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ସୌରଭ ଭରଦ୍ୱାଜ । ଆଶିଷଙ୍କ ସ୍ଥାନରେ ୧୯୯୫ ବ୍ୟାଚ୍ର ଆଇଏଏସ୍ ଅଫିସର ଅନୀଲ କୁମାର ସିଂହଙ୍କୁ ସଚିବ କରାଯାଇଛି ।
ସୁପ୍ରିମ୍କୋର୍ଟଙ୍କୁ ଧନ୍ୟବାଦ ଜଣାଇବା ସହ ମୁଖ୍ୟମନ୍ତ୍ରୀ କେଜରିୱାଲ୍ କହିଛନ୍ତି ଏଣିକି ଦିଲ୍ଲୀର ବିକାଶ ଦ୍ରୁତତର ହେବ । ରାୟ ଘୋଷଣା ପରେ ଗୁରୁବାର ମୁଖମନ୍ତ୍ରୀ କେଜରିୱାଲ୍ ଏଲ୍ଜି ବି.କେ.ସକ୍ସେନାଙ୍କୁ ଭେଟି ୧୫ ମିନିଟ୍ ଧରି ଆଲୋଚନା କରିଥିବା ଜଣାଯାଇଛି । ଖଣ୍ଡପୀଠର ଅନ୍ୟ ସଦସ୍ୟମାନେ ହେଲେ ଜଷ୍ଟିସ୍ ଏମ୍.ଆର୍.ଶାହ, ଜଷ୍ଟିସ୍ କୃଷ୍ଣ ମୁରାରୀ, ଜଷ୍ଟିସ୍ ହେମା କୋହଲି ଓ ଜଷ୍ଟିସ୍ ପିଏସ୍ ନରସିଂହା । ୫ଜଣିଆ ସମ୍ବିଧାନ ପୀଠ ୨୦୧୯ ମସିହାର ଜଷ୍ଟିସ୍ ଅଶୋକ ଭୂଷଣଙ୍କ ଫୈସଲାରେ ଅସହମତ ହୋଇ ସର୍ବସମ୍ମତି କ୍ରମେ କେଜରିୱାଲ୍ଙ୍କ ସପକ୍ଷରେ ରାୟ ଦେଇଛନ୍ତି । ଏଣିକି ଆଇଏଏସ୍ ଅଫିସରମାନଙ୍କ ଉପରେ ଦିଲ୍ଲୀ ସରକାରଙ୍କ ନିୟନ୍ତ୍ରଣ ରହିବ ଯଦିଓ ସେମାନେ ଦିଲ୍ଲୀ ସରକାରଙ୍କ ଦ୍ୱାରା ନିଯୁକ୍ତ ହେଉ ନାହାନ୍ତି । ପୀଠ କହିଛନ୍ତି ଅଫିସରମାନଙ୍କ ଉପରେ ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ସରକାରଙ୍କ ନିୟନ୍ତ୍ରଣ ନ ରହିଲେ ନାଗରିକଙ୍କ ନିକଟରେ ସରକାର ଉତ୍ତରଦାୟୀ ରହିବା ସିଦ୍ଧାନ୍ତର ମାନେ ରହିବ ନାହିଁ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *