ଜଟଣୀରେ ହେବ କ୍ୟାନ୍ସର୍ ହସ୍ପିଟାଲ୍

ଭୁବନେଶ୍ୱର,୧୦ା୫(ବୁ୍ୟରୋ): ଜଟଣୀରେ ସ୍ଥାପନ କରାଯିବ କ୍ୟାନ୍ସର୍ ହସ୍ପିଟାଲ୍ ଓ ଗବେଷଣା କେନ୍ଦ୍ର । ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନସିଂରେ ହୋମି ଭାବା କ୍ୟାନ୍ସର ହସ୍ପିଟାଲର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ହସ୍ପିଟାଲ କାର୍ଯ୍ୟକ୍ଷମ ହେଲେ କ୍ୟାନ୍ସର୍ ରୋଗୀଙ୍କ ଉତ୍ତମ ଚିକିତ୍ସା ଓ କ୍ୟାନ୍ସର ନିରାକରଣ ଦିଗରେ ବେଶ ସହାୟକ ହୋଇପାରିବ । ୨୦୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲ ନିର୍ମାଣ ପାଇଁ ମୋଟ ୬୫୦ କୋଟି ଟଙ୍କା ବିନିଯୋଗ ହେବ । କେନ୍ଦ୍ର ଆଟମିକ୍ ଏନର୍ଜି ମୋଟ ବ୍ୟୟ ଅଟକଳର ୪୦୦ କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଓ ଟାଟା ଟ୍ରଷ୍ଟ ୨୫୦ କୋଟି ଟଙ୍କା ବ୍ୟୟ କରିବ ।
ଓଡ଼ିଶା ସରକାରଙ୍କ ପକ୍ଷରୁ ଏହି ହସ୍ପିଟାଲ କରିବା ନିମନ୍ତେ ୪୨ ଏକର ଜମି ଓ ଆବଶ୍ୟକ ଅନ୍ୟ ସହାୟତା କରାଯାଉଛି । ପୂର୍ବରୁ ଏହି ହସ୍ପିଟାଲ୍ ପାଇଁ ରାଜ୍ୟ ସରକାରଙ୍କ ସହ ଟାଟା ଚୁକ୍ତି ସ୍ୱାକ୍ଷର କରିଥିଲା । ଏବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୯ଟି ରାଜ୍ୟରେ ନୂଆ କ୍ୟାନ୍ସର ହସ୍ପିଟାଲ୍ ନିର୍ମାଣ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛିା ଗୁରୁବାର ଜାତୀୟ ପ୍ରଯୁକ୍ତି ଦିବସ ଅବସରରେ ପ୍ରଧାନମନ୍ତ୍ରୀ ସାରା ଦେଶରେ୫୮ ଶହ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବୈଜ୍ଞାନିକ ଓ ବୈଷୟିକ ପ୍ରଗତି ସହ ଜଡିତ ଅନେକ ପ୍ରକଳ୍ପକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି । ଭିସି ମାଧ୍ୟମରେ ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ପ୍ରକଳ୍ପଗୁଡିକ ମଧ୍ୟରେ ଜଟଣୀ ହୋମି ଭାବା କ୍ୟାନସର ହସ୍ପିଟାଲ ଓ ଗବେଷଣା କେନ୍ଦ୍ର, ଲେଜର ଇଣ୍ଟର ଫେରୋମିଟର ଗ୍ରାଭିଟେସ୍ନାଲ୍ ୱେବ୍ ଅବଜରଭେଟୋରୀ (ହିଙ୍ଗୋଲି), ମୁମ୍ବାଇର ଟାଟା ମେମୋରିଆଲ୍ ହସ୍ପିଟାଲର ପ୍ଲାଟିନମ୍ ଜୁବୁଲି ବ୍ଲକ୍ ଅନ୍ୟତମ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *