ପୂର୍ବତନ ସରପଞ୍ଚଙ୍କୁ ହତ୍ୟା କଲେ ମାଓବାଦୀ
ଫୁଲବାଣୀ,୧୧ା୫(ବୁରୋ): କିଛିଦିନର ବ୍ୟବଧାନ ପରେ ପୁଣି ଲାଲବାହିନୀ ରକ୍ତମୁହାଁ ହୋଇ ସୁମରବନ୍ଧର ପୂର୍ବତନ ସରପଞ୍ଚଙ୍କୁ ହତ୍ୟା କରିଛନ୍ତି । କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁରରେ ହୋଇଥିବା ମାଓ ଏନ୍କାଉଣ୍ଟର ପରେ ଏବେ ରକ୍ତମୁଖା ହୋଇ କନ୍ଧମାଳ ମୁହାଁ ହୋଇଛନ୍ତି ମାଓବାଦୀ । ଫିରିଙ୍ଗିଆ ବ୍ଲକ ଅଧୀନ ସୁମେରବନ୍ଧ ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁବଳ କହଁରଙ୍କୁ ସେମାନେ ବୁଧବାର ହତ୍ୟାକରି ସେଠାରେ ପୁଣି ଥରେ ନିଜର ସ୍ଥିତି ଜାହିର କରିଛନ୍ତି ।
ମୃତ ସୁବଳ କହଁର ସୁମେରବନ୍ଧ ପଞ୍ଚାୟତ ଗଠନ ପରେ ପ୍ରଥମ ସରପଞ୍ଚ ଦାୟିତ୍ୱ ନେଇଥିଲେ । ବିଭିନ୍ନ ସମୟରେ ସେ ମାଓବାଦୀଙ୍କ ଠାରୁ ଧମକଚମକ ପାଇବା ସହ ଟାର୍ଗେଟରେ ଥିଲେ । ବୁଧବାର ରାତି ପ୍ରାୟ ୮ଟା ବେଳେ ସୁବଳ ପରିବାର ସହ ତାଙ୍କ ପୈତୃକ ଗାଁ ସାଉଲିପଡା ସ୍ଥିତ ଘରେ ଶୋଇଥିବା ବେଳେ ହଠାତ୍ ୧୫ରୁ ୨୦ ଜଣ ସଶସ୍ତ୍ର ମାଓବାଦୀ ତାଙ୍କ ଘରକୁ ପ୍ରଥମେ ଘେରି ଯାଇ ବାହାରକୁ ଡାକିଥିଲେ । ମାଓବାଦୀମାନଙ୍କୁ ଚିହ୍ନି ପରି ସୁବଳ ଘରୁ ଦୋ÷ଡ଼ି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ମାଓବାଦୀମାନେ ତାଙ୍କୁୁ ଗୁଳମାଡ କରିଥିଲେ । ଏଥିରେ ସେ ତଳେ ପଡିଯିବାରୁ ଏକ ଧାରୁଆ ଟାଙ୍ଗିଆରେ ଅତି ନିର୍ମମ ଭାବରେ ମାଓବାଦୀମାନେ ତାଙ୍କୁ ହତ୍ୟା କରିଥିଲେ । । ପରିବାର ଲୋକଙ୍କ ସୁଚନାନୁଯାୟୀ ମାଓବାଦୀମାନେ ୫ଥର ତାଙ୍କୁ ଗୁଳି କରିଥିଲେ । ତେବେ ଘଟଣାସ୍ଥଳରୁ ସୁମେରବନ୍ଧ ସିଆରପିଏଫ କ୍ୟାମ୍ପ ମାତ୍ର ଗୋଟିଏ କିଲୋମିଟର ଦୂର ଓ କଡା ସୁରକ୍ଷା ବ୍ୟବସ୍ତା ଥାଇ କିପରି ଏତେବଡ କାଣ୍ଡ ଘଟିପାରିଲା ତାହା ସନେ୍ଦହ ସୃଷ୍ଟି କରିଛି । ଏହି ଘଟଣା ଗତକାଲି ରାତିରୁ ହୋଇଥିଲେ ମଧ୍ୟ ଆଜି ଦିନ ୧୨ଟା ସୁଧା କୋ÷ଣସି ପୋଲିସ ଅଧିକାରୀ କିମ୍ବା ସୁରକ୍ଷା କର୍ମୀ ଘଟଣା ସ୍ଥଳରେ ପହଞ୍ଚôନଥିବା ଜଣାଯାଇଛି । ସ୍ଥାନୀୟ ଲୋକେ ଫୋନ୍ ଯୋଗେ ପୋଲିସକୁ ସୁଚନା ଦେବାପରେ ମୃତ ଦେହକୁ ସାଡ଼ିଙ୍ଗିଆ ଆଣିବାକୁ ତାଙ୍କ ପରିବାର ଲୋକଙ୍କୁ କହିଥିଲେ । ଗ୍ରାମବାସୀଙ୍କ ସହାୟତାରେ ପରିବାର ଲୋକେ ଏକ ଅଟୋରେ ମୃତଦେହକୁ ସାଡ଼ିଙ୍ଗିଆ ଆଣିଥିଲେ । ଏସପିଙ୍କ ନିଦେ୍ର୍ଧଶ କ୍ରମେ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକଙ୍କ ତତ୍ୱାବଧାନରେ କଡା ସୁରକ୍ଷା ବ୍ୟବସ୍ଥାରେ ଏକ ଆମ୍ବଲାନ୍ସ୍ସ ଯୋଗେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରାଇବା ପରେ ପୁଲିସ ତାଙ୍କ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଥିଲା । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ପୁଲିସ ପକ୍ଷରୁ କୁଂମ୍ବି ଅପରେସନକୁ ଜୋରଦାର କରାଯାଇଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଏକ କିଲୋମିଟର ଦୁରରେ ସିଆରପିଏଫ୍ କ୍ୟାମ୍ପ୍ ଥିବା ବେଳେ ଏତେ ସଂଖ୍ୟକ ମାଓବାଦୀ ଗ୍ରାମରେ ପଶିଲେ କିପରି । ପୋଲିସର ଗୁଇଁନ୍ଦା ବିଭାଗ କରୁଥିଲା କଣ ?