ଦୁଇ ଦିନ ପରେ ମୁକୁଳିଲେ ଇମ୍ରାନ୍

ଇସ୍ଲାମାବାଦ, ୧୧ା୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କୁ ସୁପ୍ରିମ୍କୋର୍ଟଙ୍କ ଆଦେଶରେ ଗୁରୁବାର ଜେଲ୍ରୁ ମୁକ୍ତ କରିଦିଆଯାଇଛି । ଇମ୍ରାନ୍ଙ୍କ ଗିରଫଦାରୀ ଅବୈଧ ବୋଲି ସୁପ୍ରିମ୍କୋର୍ଟ କହିବା ସହ ଘଣ୍ଟାଏ ଭିତରେ (ସ୍ଥାନୀୟ ସମୟ ଅପରାହ୍ନ ସାଢେ ୪ଟାବେଳେ) କୋର୍ଟରେ ତାଙ୍କୁ ହାଜର କରିବା ଲାଗି ନିଦେ୍ର୍ଦଶ ଦେଇଥିଲେ । ସୁରକ୍ଷା ଦୃଷ୍ଟିରୁ ଇମ୍ରାନ୍ଙ୍କୁ ନିଜ ବାସଭବନକୁ ଯିବା ଲାଗି ବାରଣ କରାଯାଇଛି । ଗୁରୁବାର ରାତିରେ ସେ ପୁଲିସ ଲାଇନ୍ସ ଗେଷ୍ଟ ହାଉସ୍ରେ ରହି ଶୁକ୍ରବାର ସାଢେ ୧୧ଟାବେଳେ ସୁପ୍ରିମ୍କୋର୍ଟଙ୍କ ନିଦେ୍ର୍ଦଶକ୍ରମେ ଇସ୍ଲାମାବାଦ ହାଇକୋର୍ଟରେ ହାଜର ହେବେ । ମୁକ୍ତି ଆଦେଶ ଦେବା ସମୟରେ ହିଂସାକାଣ୍ଡକୁ ନିନ୍ଦା କରିବା ସହ ଶାନ୍ତି ସ୍ଥାପନ ପାଇଁ ସମର୍ଥକମାନଙ୍କୁ ନିବେଦନ କରିବା ଲାଗି ସୁପ୍ରିମ୍କୋର୍ଟର ପ୍ରଧାନ ବିଚାରପତି ଇମ୍ରାନ୍ଙ୍କୁ କହିଥିଲେ । ଜେଲ୍ରୁ ମୁକୁଳିବା ମାତ୍ରେ ଇମ୍ରାନ୍ ତାଙ୍କ ସମର୍ଥକମାନଙ୍କୁ ଶାନ୍ତି ରକ୍ଷା ପାଇଁ ନିବେଦନ କରିଛନ୍ତି । ସର୍ବୋଚ୍ଚ ଅଦାଲତରେ ଇମ୍ରାନ୍ ଅଭିଯୋଗ କରିଥିଲେ ଯେ ତାଙ୍କୁ ହାଇକୋର୍ଟ ପରିସରରୁ ଅପହରଣ କରାଯାଇଥିଲା । ରେଞ୍ଜରମାନେ ତାଙ୍କୁ ଲାଠିରେ ପିଟିଥିଲେ । ଆତଙ୍କବାଦୀ ବା ଅପରାଧୀ ଭଳି ବିବେଚନା କରି ତାଙ୍କୁ ଶାରୀରିକ ନିର୍ଯାତନା ଦିଆଯାଇଥିଲା ।
ଉଲ୍ଲେଖଯୋଗ୍ୟ ଯେ ଅଲ୍ କାଦିର୍ ଟ୍ରଷ୍ଟ ମାମଲାରେ ଇମ୍ରାନ୍ଙ୍କୁ ପାକିସ୍ତାନର ଅର୍ଦ୍ଧ ସାମରିକ ବାହିନୀର ୪୦ଜଣ ରେଞ୍ଜର ହାଇକୋର୍ଟ ପରିସରରୁ ୯ତାରିଖ ଦିନ ବଳପୂର୍ବକ ଉଠାଇ ଆଣିଥିଲେ । ଏଥିପାଇଁ ରେଞ୍ଜରମାନେ ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ଅନୁମତି ମଧ୍ୟ ନେଇନଥିଲେ । ସେମାନେ ହାଇକୋର୍ଟ କର୍ମଚାରୀଙ୍କୁ ମଧ୍ୟ ଦୁର୍ବବ୍ୟବହାର କରିଥିଲେ । ଏହି କାରଣରୁ ସୁପ୍ରିମ୍କୋର୍ଟ ଗିରଫଦାରୀ ଅବୈଧ ବୋଲି ରାୟ ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *