ଗୃହଯୁଦ୍ଧ ଅଭିମୁଖେ ପାକିସ୍ତାନ

ହିଂସାରେ ୮ ମୃତ, ଇଣ୍ଟରନେଟ୍ ବନ୍ଦ
୨ ରାଜ୍ୟରେ ସେନା ମୁତୟନ
୮ ଦିନ ରିମାଣ୍ଡରେ ଇମ୍ରାନ
ଇସ୍ଲାମାବାଦ୍, ୧ଠା୫: ଅଲ୍ କାଦିର ଟ୍ରଷ୍ଟ ବିଶ୍ୱବିଦ୍ୟାଳୟ ମାମଲାରେ ମଙ୍ଗଳବାର ଗିରଫ ହୋଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କୁ ଦୁର୍ନୀତି ନିରୋଧୀ ଅଦାଲତ ୮ ଦିନ ରିମାଣ୍ଡରେ ପଠାଇଛନ୍ତି । ଇମ୍ରାନ୍ ଗିରଫ ହେବା ପରଠାରୁ ସମଗ୍ର ପାକିସ୍ତାନରେ ଆଇନଶୃଙ୍ଖଳା ସ୍ଥିତି ଉପୁଜିଛି । ମଙ୍ଗଳବାର ଭଳି ବୁଧବାର ମଧ୍ୟ ହିଂସା ଜାରି ରହିଛି । ସେଥିରେ ୮ ଜଣ ନାଗରିକ ପ୍ରାଣ ହରାଇଥିବା ଖବର ମିଳିଛି । ସବୁଠୁ ଅଶାନ୍ତ ପଞ୍ଜାବ ଓ ଖାଇବର ପଖତୁନଖ୍ୱା ପ୍ରଦେଶରେ ସେନା ମୁତୟନ କରାଯାଇଛି । ଚାଙ୍ଗ୍ ଇଲାକାରେ ଥିବା ପରମାଣୁ କେନ୍ଦ୍ରକୁ ସେନାର କମାଣ୍ଡୋମାନେ ଜଗି ରହିଛିନ୍ତି । ଅନେକ ସହରରେ ପୋଡାଜଳା ଦେଖିବାକୁ ମିଳିଛି । ଇମ୍ରାନଙ୍କ ଦଳ ପିଟିଆଇର ଉପାଧ୍ୟ ତଥା ପୂର୍ବତନ ବିଦେଶ ମନ୍ତ୍ରୀ ଶାହ ମହମୁଦ କୁରେସୀ ଏବଂ ହଜାର ହଜାର ଦଳୀୟ କର୍ମୀଙ୍କୁ ପୁଲିସ୍ ଗିରଫ କରିଛି ।
ହିଂସାକାଣ୍ଡ ବଢିବା ଦେଖି ସରକାର ଦେଶସାରା ଇଣ୍ଟରନେଟ୍ ସେବାକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ କରିଦେଇଛନ୍ତି । ସୋସାଲ୍ ମିଡିଆ ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ବିଭିନ୍ନ ପ୍ରଦେଶରେ ଶିକ୍ଷାନୁଷ୍ଠାନ ବନ୍ଦ ରଖିବା ଲାଗି ନିଷ୍ପତ୍ତି ନିଆଯାଇଛି । ବୁଧବାର ପିଟିଆଇ ପକ୍ଷରୁ ଦେଶସାରା ବନ୍ଦ ପାଳନ ଆହ୍ୱାନ ଦିଆଯାଇଥିଲା । ବନ୍ଦ ପାଳନ ବେଳେ ପଞ୍ଜାବ ପ୍ରଦେଶରେ ବ୍ୟାପକ ହିଂସାକାଣ୍ଡ ଘଟିଥିବା ଖବର ଆସିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *