୧୫ରୁ ହାୱଡ଼ା-ପୁରୀ ବନେ୍ଦ ଭାରତ
ନୂଆଦିଲ୍ଲୀ/ ଭୁବନେଶ୍ୱର, ୧୦ା୫: ଦେଶରେ ଆଉ ଏକ ବନେ୍ଦ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଚାଲିବ । ଏହି ୧୭ତମ ବନେ୍ଦ ଭାରତ ଟ୍ରେନ୍ ହାୱଡ଼ା-ପୁରୀ ମଧ୍ୟରେ ଆସନ୍ତା ୧୫ ତାରିଖରୁ ଚଳାଚଳ କରିବା ସମ୍ଭାବନା ରହିଛି । ସେଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନ୍ଫରେନ୍ସିଂ (ଭିସି) ମାଧ୍ୟମରେ ସବୁଜ ପତାକା ଦେଖାଇ ଶୁଭ ଉଦ୍ଘାଟନ କରି ପାରନ୍ତି ବୋଲି ସୂଚନା ମିଳିଛି । ଏଥିପାଇଁ ଜୋରସୋର ପ୍ରସ୍ତୁତି ଜାରି ରହିଛି । ଏହା ହେବ ଓଡ଼ିଶା ପାଇଁ ପ୍ରଥମ ଓ ପଶ୍ଚିମବଙ୍ଗ ପାଇଁ ଦ୍ୱିତୀୟ ବନେ୍ଦ ଭାରତ ଟ୍ରେନ୍ ।
କିଛିଦିନ ପୂର୍ବେ ପୁରୀ-ହାୱଡା ରୁଟ୍ରେ ବନେ୍ଦ ଭାରତର ଟ୍ରାଏଲ୍ ରନ୍ କରାଯାଇଥିଲା । ମାତ୍ର ୬ ଘଣ୍ଟା ଭିତରେ ୫୦୦ କିମି ଅତିକ୍ରମ କରି ଏହି ଟ୍ରେନ୍ ଗନ୍ତବ୍ୟ ସ୍ଥଳରେ ପହଞ୍ଚôଥିଲା । ମିଡିଆ ରିପୋର୍ଟ ଅନୁଯାୟୀ, ଘଣ୍ଟାପ୍ରତି ୧୩୦ କିମି ବେଗରେ ଗତି କରୁଥିବା ବନେ୍ଦ ଭାରତ ପ୍ରତିଦିନ ଭୋର ୬.୧୦ରେ ହାୱଡାରୁ ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରି ଖଡ଼ଗପୁରରେ ୭.୩୮, ଭଦ୍ରକରେ ୯.୪୫, ଯାଜପୁର ଓ କେନ୍ଦୁଝର ରୋଡ୍ରେ ୧୦.୨୫, କଟକରେ ୧୧.୦୦, ଭୁବନେଶ୍ୱରରେ ୧୧.୨୫, ଖୋର୍ଦ୍ଧା ରୋଡ୍ରେ ୧୧.୪୫ ଓ ପୁରୀରେ ୧୨.୩୫ରେ ପହଞ୍ଚôଯିବ । ପୁରୀରୁ ଅପରାହ୍ଣ ୧.୫୦ରେ ବାହାରି ରାତି ୮.୩୦ ସୁଦ୍ଧା ହାୱଡାରେ ପହଞ୍ଚôବ ।
ବନେ୍ଦ ଭାରତ ଏକ୍ସପ୍ରେସର ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ପୁରୀରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗ ଦେଇ ପାରନ୍ତି ବୋଲି ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ସେ କହିଛନ୍ତି, ବିଭିନ୍ନ ସ୍ଥାନରେ ବନେ୍ଦ ଭାରତ ଏକ୍ସପ୍ରେସ୍ର ଲୋକାର୍ପଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗ ଦେଉଛନ୍ତି । ତେଣୁ ଆମେ ସମସ୍ତେ ଆଶା କରୁଛୁ ଓଡ଼ିଶାରେ ମଧ୍ୟ ‘ବନେ୍ଦ ଭାରତ ଏକ୍ସପ୍ରେସ୍’ର ଲୋକାର୍ପଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗଦେବେ । ତେବେ କେଉଁ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ଗସ୍ତ କରିବେ ସେନେଇ ଏବେ କିଛି କହିହେବ ନାହିଁ । ରଥଯାତ୍ରା ପୂର୍ବରୁ ଲୋକାର୍ପଣ ହେବା ଆଶା କରାଯାଉଛି ।