ଦିଲ୍ଲୀକୁ ୧୬୮ ବିଜୟ ଲକ୍ଷ୍ୟ

ଆଇପିଏଲ୍-୧୬ । ୫୫ତମ ମ୍ୟାଚ୍
ଚେନ୍ନାଇ, ୧୦ା୫ (ଏଜେନ୍ସି): ଚେନ୍ନାଇ ସୁପର୍ କିଙ୍ଗ୍ସ ଚଳିତ ଆଇପିଏଲ୍ର ୫୫ତମ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୬୮ ରନ୍ର ବିଜୟ ଲକ୍ଷ୍ୟ ଦେଇଛି । ରିପୋର୍ଟ ଲେଖା ଶେଷ ହେବା ବେଳକୁ ଦିଲ୍ଲୀ ଟିମ୍ ୧୭ ଓଭର୍ରେ ୫ ୱିକେଟ୍ ହରାଇ ୧୦୮ ରନ୍ ସଂଗ୍ରହ କରିଥିଲା । ରିପଲ୍ ପଟେଲ୍ ୫ ଓ ଅକ୍ଷର ପଟେଲ୍ ୧୬ ଅପରାଜିତ ଥିଲେ ।
୧୭୯ ରନ୍ର ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ଦିଲ୍ଲୀ ଟିମ୍ର ଅଧା ବ୍ୟାଟର୍ ୮୯ ରନ୍ ମଧ୍ୟରେ ପାଭିଲିଅନ୍ ଫେରିଥିଲେ । ଅଧିନାୟକ ଡେଭିଡ୍ ୱାର୍ଣ୍ଣର କୌଣସି ସ୍କୋର୍ ନ କରି ଦୀପକ ଚାହରଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଅନ୍ୟତମ ଓପନର୍ ଫିଲ୍ ସଲ୍ଟ (୧୭) ମଧ୍ୟ ଚାହରଙ୍କ ଶିକାର ହୋଇଥିଲେ ।
ମିଚେଲ୍ ମାର୍ଶ (୫) ଦୁର୍ଭାଗ୍ୟଜନକ ଭାବେ ରନ୍ଆଉଟ୍ ହୋଇଯାଇଥିଲେ । ୨୫ ରନ୍ ମଧ୍ୟରେ ୩ ୱିକେଟ୍ ପଡ଼ିଥିଲା । ଏହାପରେ ମନୀଷ ପାଣ୍ଡେ ଓ ରିଲୀ ରୋସୋଉ ଚତୁର୍ଥ ୱିକେଟ୍ ପାଇଁ ୫୯ ରନ୍ର ଭାଗୀଦାରୀ କରିଥିଲେ । ପାଣ୍ଡେ ୨୫ ଓ ରୋସୋଉ ୩୫ ରନ୍ କରି ଯଥାକ୍ରମେ ପାଥିରାନା ଓ ଜାଡ଼େଜାଙ୍କ ବଲ୍ରେ ଆଉଟ୍ ହୋଇଥିଲେ ।
ଚେନ୍ନାଇ ଟିମ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇ ଧାର୍ଯ୍ୟ ୨୦ ଓଭର୍ରେ ୮ ୱିକେଟ୍ ହରାଇ ୧୬୭ ରନ୍ ସଂଗ୍ରହ କରିଥିଲା । ଟିମ୍ ପକ୍ଷରୁ କୌଣସି ବ୍ୟାଟର୍ ବଡ଼ ସ୍କୋର୍ ଛିଡ଼ା କରିପାରି ନ ଥିଲେ । ଶିବମ୍ ଦୁବେ ସର୍ବାଧିକ ୨୫ ରନ୍ କରି ଅପରାଜିତ ଥିଲେ । ବିପକ୍ଷ ବୋଲର୍ ମିଚେଲ୍ ମାର୍ଶ ୧୮ ରନ୍ ଦେଇ ସର୍ବାଧିକ ୩ ୱିକେଟ୍ ନେଇଥିବା ବେଳେ ଅକ୍ଷର ପଟେଲ୍ ୨ ଏବଂ ଖଲୀଲ ଅହମଦ, ଲଳିତ ଯାଦବ ଏବଂ କୁଲଦୀପ ଯାଦବ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
ଋତୁରାଜ ଗାଏକୱାଡ଼ ଓ ଡେଭନ୍ କନୱେ ଓପନିଂ ଯୋଡ଼ିରେ ମାତ୍ର ୩୨ ରନ୍ର ଭାଗୀଦାରୀ କରିଥିଲେ । କନୱେ (୧୦) ଓ ଋତୁରାଜ (୨୪)ଙ୍କୁ ଅକ୍ଷର ପଟେଲ୍ ପାଭିଲିଅନ୍ ପଠାଇଥିଲେ ।
ମୋଇନ୍ ଅଲୀ ମାତ୍ର ୭ ରନ୍ କରି କୁଲଦୀପ ଯାଦବଙ୍କ ଶିକାର ହୋଇଥିବା ବେଳେ ଅଜିଙ୍କ୍ୟ ରାହାଣେ (୨୧)ଙ୍କୁ ଲଳିତ ଯାଦବ ଆଉଟ୍ କରିଥିଲେ । ୭୭ ରନ୍ ମଧ୍ୟରେ ଚାରି ୱିକେଟ୍ ପଡ଼ିଥିଲା । ଏହାପରେ ଦୁବେ ଓ ଅମ୍ବାତି ରାୟୁଡ଼ୁ ସ୍ଥିତି ସୁଧାରିବାକୁ ପ୍ରୟାସ କରି ଇନିଂସ୍କୁ ୧୦୦ ଅତିକ୍ରମ କରାଇଥିଲେ । ତେବେ ଉଭୟ ପଞ୍ଚମ ୱିକେଟ୍ ପାଇଁ ୩୬ ରନ୍ ଯୋଗ କରିଥିଲେ । ଦୁବେ (୨୫) ଓ ଅମ୍ବାତି (୨୩) ଯଥାକ୍ରମେ ମାର୍ଶ ଓ ଖଲୀଲଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ ।
ଏହାପରେ ରବୀନ୍ଦ୍ର ଜାଡ଼େଜା (୨୧) ଓ ଅଧିନାୟକ ମହେନ୍ଦ୍ର ସିଂ ଧୋନି (୨୦) ଇନିଂସ୍କୁ ଆଗେଇ ନେବାରେ କିଛିଟା ଯୋଗଦାନ ଦେଇଥିଲେ । ଉଭୟ ମାର୍ଶଙ୍କ ଶିକାର ହୋଇଥିଲେ । ଦୀପକ ଚାହର ୧ ଓ ତୁଷାର ଦେଶପାଣ୍ଡେ କୌଣସି ସ୍କୋର୍ ନ କରି ଅପରାଜିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *