ଓଡ଼ିଶାରେ ୪୯ ହଜାର

ଦେଶରେ ୧୦ ଲକ୍ଷ ଆଶା କର୍ମୀ
ଭୁବନେଶ୍ୱର (ତଥ୍ୟ): ସ୍ୱାସ୍ଥ୍ୟସେବାର ମଙ୍ଗ ଧରିଥିବା ଆଶା କର୍ମୀଙ୍କ ସଂଖ୍ୟା ରାଜ୍ୟରେ ୪୯ହଜାରରୁ ଅଧିକ ରହିଥିବାବେଳେ ସମଗ୍ର ଦେଶରେ ଏମାନଙ୍କ ସଂଖ୍ୟା ସାଢେ ୧୦ଲକ୍ଷରୁ ଅଧିକ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଣାଳୟର ସୂଚନାରୁ ଏହା ଜଣାପଡିଛି । ଏହି ସୂଚନା ଅନୁଯାୟୀ ସମଗ୍ର ଦେଶରେ ୧୦,୫୦,୭୮୪ଜଣ ଆଶାକର୍ମୀ ନିୟୋଜିତ ଥିବାବେଳେ ଓଡିଶାରେ ଏମାନଙ୍କ ସଂଖ୍ୟା ୪୯,୦୨୭ ରହିଛି । ତେବେ ପଡୋଶୀ ଛତିଶଗଡରେ ୭୨ହଜାରରୁ ଅଧିକ ଆଶାକର୍ମୀ ଥିବାବେଳେ ଝାଡଖଣ୍ଡରେ ଏମାନଙ୍କ ସଂଖ୍ୟା ୪୭ହଜାରରୁ ଅଧିକ ରହିଛି । ସେହିଭଳି ଆନ୍ଧ୍ର ପ୍ରଦେଶରେ ୪୩,୭୬୭ ଜଣ ଆଶାକର୍ମୀ କାର୍ଯ୍ୟରତ ଥିବାବେଳେ ପଶ୍ଚିମବଙ୍ଗରେ ଏମାନଙ୍କ ସଂଖ୍ୟା ୬୭ହଜାରରୁ ଅଧିକ ରହିଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ୨୦୧୮ ମସିହାରେ କେନ୍ଦ୍ର ସରକାର ଆଶାଙ୍କ ପାଇଁ କେତେକ ପ୍ୟାକେଜ ଘୋଷଣା କରିଛନ୍ତିି । ତଦନୁଯାୟୀ ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନାରେ ଆଶାଙ୍କ ପାଇଁ ୨ଲକ୍ଷ ଟଙ୍କାର ବୀମା ସୁବିଧା ରହିଛି । ଏହି ବୀମା ଅର୍ଥ ପାଇଁ ଦେବାକୁ ଥିବା ବାର୍ଷିକ ପ୍ରିମିୟମର ଅଧା ଦେୟ କେନ୍ଦ୍ର ସରକାର ବହନ କରୁଛନ୍ତି ।
ସେହିଭଳି ପ୍ରଧାନ ମନ୍ତ୍ରୀ ସୁରକ୍ଷା ବୀମା ଯେଜାନାରେ ମଧ୍ୟରେ ଆଶାଙ୍କ ପାଇଁ ୨ଲକ୍ଷ ଟଙ୍କାର ବୀମା ସୁବିଧା ରହିଛି । ଯଦି କୌଣସି ଦୁର୍ଘଟଣାରେ ଆଶାକର୍ମୀଙ୍କର ମୃତୁ୍ୟ ହୋଇଯାଏ ତେବେ ତାଙ୍କର ନିକଟ ସମ୍ପର୍କୀୟ ୨ଲକ୍ଷ ଟଙ୍କା ପାଇବେ । ସେହିଭଳି ଆଶାକର୍ମୀମାନେ ଅର୍କମଣ୍ୟ ହୋଇଗଲେ ସେମାନଙ୍କୁ ଏକ ଲକ୍ଷ ଟଙ୍କା ଦେବାର ବ୍ୟବସ୍ଥା ରହିଛି । ଏହି ବୀମା ରାଶିର ସମସ୍ତ ଦେୟ କେନ୍ଦ୍ର ସରକାର ବହନ କରୁଛନ୍ତି ।
ଅତିରିକ୍ତ ଭାବେ ପ୍ରଧାନ ମନ୍ତ୍ରୀ ଶ୍ରମଯୋଗୀ ମନ ଧନ ଯୋଜନାରେ ଆଶାକର୍ମୀମାନଙ୍କୁ ସାମିଲ କରାଯାଇଛି । ଏହି ଯୋଜନାରେ ସେମାନେ ୬୦ବର୍ଷ ବୟସ ପରେ ମାସିକ ୩୦୦୦ ଟଙ୍କାର ପେନ୍‌ସନ ପାଇବେ । ତେବେ ଏଥିପାଇଁ ଦେବାକୁ ଥିବା ଅର୍ଥ ମଧ୍ୟରୁ କେନ୍ଦ୍ର ସରକାର ୫୦ ପ୍ରତିଶତବହନ କରୁଥିବାବେଳେ ଅବଶିଷ୍ଟ ୫୦ ପ୍ରତିଶତ ଆଶାକର୍ମୀଙ୍କୁ ଦେବାକୁ ପଡୁଛି । ଏହାବାଦ୍‌ କେନ୍ଦ୍ର ସରକାର କାର୍ଯ୍ୟରତ ଆଶାକର୍ମୀଙ୍କ ପାଇଁ ୨୦ହଜାର ଟଙ୍କାର ପୁରସ୍କାର ରାଶି ରଖିଛନ୍ତି । ତେବେ ଯେଉଁ ଆଶା କର୍ମୀମାନେ ୧୦ବର୍ଷ କାର୍ଯ୍ୟ କରିଥିବେ ସେମାନେ ଏହାର ଲାଭ ପାଇପାରିବେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *