୫,୫ଠଠ କୋଟିର ପ୍ରକଳ୍ପ ଶୁଭାରମ୍ଭ
ରାଜସ୍ଥାନରେ ମୋଦିଙ୍କ ରୋଡ୍ ଶୋ’
ଜୟପୁର (ଏଜେନ୍ସି): କିଛି ଲୋକଙ୍କ ମଧ୍ୟରେ ଏଭଳି ନକାରାତ୍ମକଳ ମାନସିକତା ଭରିଯାଇଛି ଯେ ସୋମନେ ସବୁ ଭଲ କାମକୁ ସଲଟା ଦେଖୁଛନ୍ତି । କେବଳ ବିବାଦ ସୃଷ୍ଟି କରିବାକୁ ·ହୁଁଛନ୍ତି । “ଆଟା ପେହେଲେ ୟା ଡାଟା ପେହେଲେ’ (ଚାବି ଆଗ କି ତଥ୍ୟ ଆଗ) ବୋଲି କିଛି ଲୋକେ କହୁଛନ୍ତି । କିନ୍ତୁ ଦ୍ରୁତ ବିକାଶ ପାଇଁ ମୌଳିକ ସୁବିଧା ସମେତ ଆଧୁନିକ ଭିତ୍ତିଭୂମି ମଧ୍ୟ ଆବଶ୍ୟକ । ଏହାର ବହୁ ଉଦାରରଣ ରହିଛି ଓ ଇତିହାସ ସାକ୍ଷୀ ରହିଛି ବୋଲି ରାଜସ୍ଥାନର ନାଥଦ୍ୱାରାରେ ରୋଡ୍ ଶୋ’ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫,୫୦୦ କୋଟି ଟଙ୍କାର ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବା ଅବସରରେ ମତବ୍ୟକ୍ତ କରିଛନ୍ତି । ବୁଧବାର ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ଜୟପୁର ବିମାନବନ୍ଦରରେ ପହଞ୍ଚିବା ପରେ ରାଜ୍ୟପାଳ କଲରାଜ ମିଶ୍ରା ଏବଂ ଅନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି ତାଙ୍କୁ ସ୍ୱାଗତ କରିଥିଲେ । ସେଠାରୁ ରୋଡ୍ ଶୋ’ରେ ନାଥଦ୍ୱାରାରେ ପହଞ୍ଚିଥିଲେ । ସେଠାରେ ଉପସ୍ଥିତ ଲୋକେ ପ୍ରଧାନମନ୍ତ୍ରୀଙ୍କ କାର୍ ଉପରେ ଫୁଲ ବୃଷ୍ଟି କରିଥିଲେ । ଶ୍ରୀନାଥଜୀ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବା ପରେ ପ୍ରଧାନମନ୍ତ୍ରୀ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେଇ କହିଛନ୍ତି, ରାଜସ୍ଥାନରେ ୫,୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଭିତ୍ତିଭୂମି ପ୍ରକଳ୍ପର କରିଛି । ଏସବୁ ବିକାଶମୂଳକ ପ୍ରକଳ୍ପ ଲାଗି ରାଜସ୍ଥାନବାସୀଙ୍କୁ ଅଭିନନ୍ଦନ ଜଣାଉଛି । ରାଜ୍ୟରେ ଆଧୁନିକ ଭିତ୍ତିଭୂମି ଯୋଗାଇ ଦେବା ଉପରେ କେନ୍ଦ୍ର ସରକାର ପ୍ରାଧାନ୍ୟ ଦେଉଛନ୍ତି । ନିଜ ସରକାରର ଜନକଲ୍ୟାଣ କାର୍ଯ୍ୟାବଳି ଉପରେ ସୂଚନା ଦେଇ କହିଛନ୍ତିି, କଂଗ୍ରେସ ସମୟରେ ୧୦ କୋଟି ଭାରତୀୟଙ୍କର ଶୌଚାଳୟରୁ ବଞ୍ଚିତ ଥିଲେ । ବ୍ୟାଙ୍କ ଆକାଉଣ୍ଟ ନ ଥିଲା । ଏବେ କିନ୍ତୁ କଂଗ୍ରେସର ଗରିବ ହଟାଅ ଭେଳିକି ଥିଲା । ସଂପ୍ରତି ପରିସ୍ଥିତି ବଦଳି ଯାିଛି ବୋଲି ସେ କହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରି କହିଛନ୍ତି, ରାଜସ୍ଥାନରେ ଭଲ କାମ ହୋଇଛି । ରାସ୍ତାଘାଟ ସବୁ ଭଲ । ପୂର୍ବରୁ ଆମେ ଗୁଜରାଟ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବା ବେଳେ ଅନୁଭବ କରୁଥିଲୁ ଯେ, ଆମେ ଅନୁନ୍ନତ କିନ୍ତୁ ଏବେ ଆମେ ଅଗ୍ରଣୀ ।