୧୨ରେ ଭୟଙ୍କର ବାତ୍ୟା!

ବଳ ଗୋଟାଉଛି ଘୂର୍ଣ୍ଣିବଳୟ
ଭୁବନେଶ୍ୱର,୯ା୫(ବୁ୍ୟରୋ): ଦକ୍ଷିଣ ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ କ୍ଷେତ୍ର ମଙ୍ଗଳବାର ସନ୍ଧ୍ୟାରେ ଅବପାତର ରୂପ ଧାରଣ କରିଛି । ବୁଧବାର ଠାରୁ ଏହା ଉତ୍ତର ଏବଂ ଉତ୍ତର-ପୂର୍ବ ଦିଗ ଆଡକୁ ଗତି କରିବ । ୧୨ ତାରିଖରେ ଏହା ଭୟଙ୍କର ବାତ୍ୟାର ରୂପ ଧାରଣ କରିବ । ତେବେ ଏହା କେଉଁଠି ଲ୍ୟାଣ୍ଡ୍ଫଲ୍ କରିବ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ତେବେ ଓଡ଼ିଶାକୁ ବାତ୍ୟା ବିପଦ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
ଏସମ୍ପର୍କରେ ସୂଚନା ଦେଇ ଆଇଏମଡି ଡିଜି ମୃତୁ୍ୟଞ୍ଜୟ ମହାପାତ୍ର କହିଛନ୍ତି, ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହେଲା ଲଘୁଚାପ । ମଙ୍ଗଳବାର ଭୋର ସାଢେ ୫ଟାରେ ସୁଦୃଶ୍ୟ ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ସନ୍ଧ୍ୟା ସୁଦ୍ଧା ଅବପାତରେ ପରିଣତ ହେବ । ବୁଧବାର ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରରେ ବାତ୍ୟାର ରୂପ ନେଇପାରେ । ୧୨ ତାରିଖ ସକାଳ ଯାଏଁ ଏହା ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ୧୨ ତାରିଖରେ ଏହା ଗତିପଥ ପରିବର୍ତ୍ତନ କରି ବାଂଲାଦେଶ, ମିଆଁମାର ଆଡକୁ ଯିବା ନେଇ ପୂର୍ବାନୁମାନ କରାଯାଇଛି । ଏହା ‘ଭେରି ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମ’ରେ ପରିଣତ ହୋଇପାରେ । ବାତ୍ୟା କେଉଁଠି ଲ୍ୟାଣ୍ଡ୍ଫଲ୍ କରିବ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।
ବାତ୍ୟା ପ୍ରଭାବରେ ମଙ୍ଗଳବାରଠାରୁ ଆଣ୍ଡାମାନ ନିକୋବରରେ ବର୍ଷା ଆରମ୍ଭ ହେବ । ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ସତର୍କତା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ୧୦ ତାରିଖରେ ବର୍ଷା ପବନ ବଢିବ । ଏହାର ପ୍ରଭାବରେ ୧୨ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ । ତେଣୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର, ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *