ଯୌନ ବିକୃତି: ୩ଠ ଛୋଟ ପିଲାଙ୍କୁ ବଳାକ୍ରାର ଓ ହତ୍ୟା କରିଥିଲା ଯୁବକ

ନୂଆଦିଲ୍ଲୀ (ଏଜେନ୍ସି): ଦିଲ୍ଲୀ ଓ ଏହା ଆଖପାଖ ଅଞ୍ଚଳରେ ପ୍ରାୟ ୩୦ ଜଣ କୋମଳମତି ଶିଶୁଙ୍କୁ ଦୁଷ୍କର୍ମ ଓ ହତ୍ୟା କରିଥିବା ରବୀନ୍ଦ୍ର କୁମାରର କଳା କାରନାମା ପଦାକୁ ଆସିଛି । ନିକଟରେ ଦଣ୍ଡିତ ହୋଇ ତିହାଡ଼ ଜେଲରେ ରହିଥିବା ରବୀନ୍ଦ୍ର ଦୈନିକ ୪୦ କିମି ବାଟ ·ଲି ·ଲି ଛୋଟ ପିଲାଙ୍କୁ ଠାବ କରି ଦୁଷ୍କର୍ମ ପରେ ହତ୍ୟା କରୁଥିଲା । ୨୦୦୮ରୁ ୨୦୧୫ ମଧ୍ୟରେ ସେ ପ୍ରାୟ ୩୦ ଜଣ ପିଲାଙ୍କ ସହ ପୈଶାଚିକ କାଣ୍ଡ ଘଟାଇଥିଲା । ତା’ ଦ୍ୱାରା ବଳାକ୍ରାର ଓ ହତ୍ୟାର ଶିକାର ହୋଇଥିବା ପିଲାଙ୍କ ବୟସ ୨ ରୁ ୧୨ ବର୍ଷ ମଧ୍ୟରେ ।
ରବୀନ୍ଦ୍ର ଏକ ସିଡି ପ୍ଲେୟାରରେ ୨ଟି ସେମି ପର୍ଣ୍ଣ ହରର ଫିଲ୍ମ ଦେଖିବା ପରେ ମାନସିକ ସ୍ତରରେ ପ୍ରଭାବିତ ହୋଇ ଯøନ କେଳେଙ୍କାରି ଓ ହତ୍ୟା ଅପରାଧ ଘଟାଇ ଚାଲିଥିଲା ।
କାମ କରି ସନ୍ଧ୍ୟାରେ କ୍ଲାନ୍ତ ହୋଇ ଫେରୁଥିବା ଶ୍ରମିକମାନଙ୍କ ପିଲାମାନଙ୍କୁ ସେ ଟାର୍ଗେଟ କରୁଥିଲା । ପିଲାମାନଙ୍କ ବାପା ମା’ ଝୁମ୍ପୁଡିରେ ଶୋଇଗଲା ପରେ ରବୀନ୍ଦ୍ର ରାତି ୮ଟାରୁ ୧୨ଟା ମଧ୍ୟରେ ସେମାନଙ୍କ ପିଲାମାନଙ୍କୁ ୧୦ ଟଙ୍କିଆ ନୋଟ କିମ୍ବା ମିଠା ଦେଖାଇ ପ୍ରଲୋଭିତ କରି ନିଛାଟିଆ ସ୍ଥାନକୁ ନେଇ ଲାଳସା ମେଣ୍ଟାଉଥିଲା । ଅଧିକାଂଶ ଗ୍ରାମୀଣ ଓ ଗିରବ ଶ୍ରେଣୀର ଛୋଟ ଝିଅମାନଙ୍କୁ ଟାର୍ଗେଟ କରୁଥିବାରୁ ଦୀର୍ଘଦିନ ଧରି ଅପରାଧିକ କାର୍ଯ୍ୟକଳାପ ଜାରି ରଖିବାକୁ ସକ୍ଷମ ହୋଇଥିଲା ବୋଲି ପୁଲିସ କହିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *