ରାଜ୍ୟବାସୀଙ୍କୁ ଲେଖିଲେ ଚିଠି
ପ୍ରଧାନମନ୍ତ୍ରୀଙ୍କ ଶେଷ ପ୍ରଚେଷ୍ଟା
ନୂଆଦିଲ୍ଲୀ (ଏଜେନ୍ସି): କର୍ଣ୍ଣାଟକରେ ବିଜୟ ହାସଲ ଲାଗି ବିଜେପି ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ପ୍ରମୁଖ ସଭାସମିତି, ରୋଡ୍ ଶୋ’ ମାଧ୍ୟମରେ ଭୋଟରଙ୍କ ମନ ଜିଣିବା ଲାଗି ଉଦ୍ୟମ କରିଥିଲେ । ବୁଧବାର ଭୋଟ ଗ୍ରହଣ କରାଯିବ କିନ୍ତୁ ଏହାର ହେଲେ ଦିନକ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ରାଜ୍ୟବାସୀଙ୍କ ଉଦେ୍ଦଶ୍ୟରେ ଏକ ଖୋଲା ଚିଠି ଲେଖିଛନ୍ତି । ରାଜ୍ୟବାସୀ ସର୍ବଦା ମୋତେ ସ୍ନେହ ଓ ଭଲପାଇବା ଦେଇଆସିଛନ୍ତି । ଏହା ମୋ ପାଇଁ ଦୈବୀ ଆଶୀର୍ବାଦ ଭଳି ହୋଇଛି ବୋଲି ପ୍ରଧାନମନ୍ତ୍ରାୀ ଉଲ୍ଲେଖ କରିଛନ୍ତି ।
ଆଜାଦି ଅମୃତକାଳରେ ଆମେ ସମସ୍ତେ ଦେଶକୁ ବିକଶିତ ଦେଶରେ ପରିଣତ କରିବା ବୋଲି ଦର୍ଶାଇ କର୍ଣ୍ଣାଟକ ଲକ୍ଷ୍ୟ ପୂରଣ ପାଇଁ ଉଦ୍ଦିଷ୍ଟ ଆନେ୍ଦାଳନର ନେତୃତ୍ୱ ନେବ ବୋଲି କହିଛନ୍ତି । ଭାରତ ଏବେ ଦୁନିଆର ୫ମ ବୃହତ ଅର୍ଥନୀତିରେ ପରିଣତ ହୋଇଛି । ଆମେ ଟପ୍ ତିନିରେ ରହିବାକୁ ଲକ୍ଷ୍ୟ ରଖିଛୁ । କର୍ଣର୍ାଟକର ବିକାଶ ତ୍ୱାରାନ୍ୱିତ ହୋଇ ୧ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହୋଇପାରିଲେ ଦେଶ ଶ୍ରେଷ୍ଠ ତିନି ଦେଶଙ୍କ ମଧ୍ୟରେ ରହିପାରିବ ।
ଏହି ପତ୍ରରେ ସେ କର୍ଣ୍ଣାଟକ ଓ ଏହାର ଲୋକଙ୍କ ପାଇଁ ବିଜେପିର ପ୍ରତିବଦ୍ଧ୍ତାକୁ ଦର୍ଶାଇନ୍ତି । କୋଭିଡ୍ ସଂକ୍ରମଣ ସମୟରେ ରାଜ୍ୟର ପ୍ରଗତି ସଂପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, କରୋନା କାଳରେ ରାଜ୍ୟରେ ବାର୍ଷିକ ୯୦ ହଜାର କୋଟି ଟଙ୍କାର ବିଦେଶୀ ପୁଞ୍ଜି ନିବେଶ ହୋଇଥିଲା । କିନ୍ତୁ କଂଗ୍ରେସ ସରକାର ସମୟରେ ଏହାର ମାତ୍ର ୩୦ ହଜାର କୋଟି ଥିଲା । ଆମେ ରାଜ୍ୟକୁ ପୁଞ୍ଜି ନିବେଶ, ଶିଳ୍ପ, ନିଯୁକ୍ତି, ଓ ଉଦ୍ୟୋଗ କ୍ଷେତ୍ରରେ ଏକ ନମ୍ବର ରାଜ୍ୟରେ ପରିଣତ କରିବାକୁଲକ୍ଷ୍ୟ ରଖିଛୁ । ଲକ୍ଷ୍ୟ ପୂରଣ ଲାଗି ରାଜ୍ୟବାସୀଭ୍କ ସହଯୋଗ ଲୋଡ଼ା । ପ୍ରତ୍ୟେକ ଲୋକଙ୍କ ସ୍ୱପ୍ନ ମୋ ସ୍ୱପ୍ନ ବୋଲି ମୋଦି କହିଛନ୍ତି । ଏକ ଭିଡିଓ ବାର୍ତ୍ତା ଦେଇ ରାଜ୍ୟକୁ ଏକ ନମ୍ବରରେ ପରିଣତ କରିବାକୁ ହେଲେ ବିଜେପିକୁ ବିପୁଳ ସଂଖ୍ୟାରେ ବିଜୟୀ କରାଇବା ଲାଗି ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି ।