ବାଂଲା-ମିଆଁମାର୍ ମୁହାଁଇବ ମୋକା

ଟଳିଲା ବାତ୍ୟା ବିପଦ!
ଭୁବନେଶ୍ୱର,୮ା୫ (ବୁ୍ୟରୋ): ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ବାତ୍ୟାର ରୂପ ନେବ । ସମ୍ଭାବ୍ୟ ବାତ୍ୟା ବାଂଲାଦେଶ ବା ମିଆଁମାର ମୁହାଁ ହୋଇପାରେ । ଓଡ଼ିଶା ସହ ଅନ୍ୟ ପୂର୍ବ ଉପକୂଳ ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୌଣସି ସତର୍କତା ଜାରି କରାଯାଇନି । ବର୍ଷା, ପବନ ନେଇ ମଧ୍ୟ ଓଡ଼ିଶା, ଆନ୍ଧ୍ରପ୍ରଦେଶ କିମ୍ବା ପଶ୍ଚିମବଙ୍ଗକୁ ୱାର୍ଣ୍ଣିଂ ଦିଆଯାଇନି ବୋଲି ଭାରତୀୟ ପାଣିପାଗ ବିଭାଗର ଡିଜି ମୃତୁ୍ୟଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।
ନୂଆଦିଲ୍ଲୀରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଆଇଏମ୍ଡି ଡିଜି ଶ୍ରୀ ମହାପାତ୍ର କହିଛନ୍ତି, ୬ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ସୋମବାର ସକାଳେ ଲଘୁ·ପ କ୍ଷେତ୍ର ରୂପ ନେଇଛି । ମଙ୍ଗଳବାର ଏହା ଅବପାତରେ ପରିଣତ ହୋଇପାରେ । ୧୦ ତାରିଖରେ ଏହା ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ । ୧୨ ତାରିଖ ସକାଳ ଯାଏଁ ଏହା ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରିବ ଏବଂ ୧୨ ତାରିଖରେ ରିକର୍ଭ (ଗତିପଥ ପରିବର୍ତ୍ତନ) କରି ବାଂଲାଦେଶ ବା ମିଅାଁମାର ଆଡକୁ ଯିବା ନେଇ ପୂର୍ବାନୁମାନ କରାଯାଇଛି । ଏହା ଅତି ଭୟଙ୍କର (ଭେରି ସିଭିୟର) ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇପାରେ । ପ୍ରଭାବରେ ସୋମବାରଠାରୁ ଆଣ୍ଡାମାନ ନିକୋବରରେ ବର୍ଷା ଆରମ୍ଭ ହୋଇଛି । ମଙ୍ଗଳବାରଠୁ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଛି । ୧୦ତାରିଖରେ ବର୍ଷା ପବନ ବଢିବ । ଏହାର ପ୍ରଭାବରେ ୧୨ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ । ତେଣୁ ଦକ୍ଷିଣ-ପୂର୍ବ ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର, ଆଣ୍ଡାମାନ ସାଗରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *