ଶ୍ରୀମନ୍ଦିର ମାମଲା ରାୟ ଦେଲେନି ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ, ୮ା୫: ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ମାମଲାର ସୋମବାର ଅନ୍ତ ଘଟିଛି । ମନ୍ଦିର ପ୍ରଶାସନ ପକ୍ଷରୁ ଦାଖଲ ହୋଇଥିବା ସତ୍ୟପାଠକୁ ବି·ରକୁ ନେବା ପରେ ମୃଣାଳିନୀ ପାଢ଼ୀଙ୍କ ମୂଳ ପିଟିସନକୁ ସମାପ୍ତ କରିବା ନିଷ୍ପତ୍ତି ନେଇଛନ୍ତି କୋର୍ଟ । ୫ ବର୍ଷରେ ୨୬ ଥର ଶୁଣାଣି ହୋଇଛି । ତେବେ ମାମଲାର ଅନ୍ତ ପରେ ବି ଆବେଦନକାରୀ କିଛି ନିଦେ୍ର୍ଦଶ ଅମାନ୍ୟ ହେବା ଦେଖିଲେ ହାଇକୋର୍ଟଙ୍କୁ ଜଣାଇପାରିବେ । ସୁପ୍ରିମକୋର୍ଟଙ୍କ ନିଦେ୍ର୍ଦଶର ଅନୁପାଳନ ନ ହେଲେ ହାଇକୋର୍ଟଙ୍କୁ ଅବଗତ କରିହେବ । ନିଦେ୍ର୍ଦଶ ଅନୁପାଳନ ହେଉଛି କି ନାହିଁ ହାଇକୋର୍ଟ ମନିଟର କରିବେ ।
ଲୋକଙ୍କ ଭାବନା ସହ ରତ୍ନ ଭଣ୍ଡାର ଜଡ଼ିତ ଥିବାରୁ ଏହା ଉପରେ କୌଣସି ରାୟ ଦେବୁନି ବୋଲି କୋର୍ଟ କହିଛନ୍ତି । ଯାହାର ଯାହା ଆପତ୍ତି ଅଭିଯୋଗ ରହିଛି, ସେମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୁଅନ୍ତୁ ବୋଲି ନିଦେ୍ର୍ଦଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ବି·ରପତି ଏମ୍ ଆର ଶାହା ଏବଂ ବି·ରପତି ସି.ଟି ରବି କୁମାରଙ୍କ ଖଣ୍ଡପୀଠ ମାମଲାରେ ଶୁଣାଣି କରିଥିଲେ ।