ଆଉ ୪ ବର୍ଷ ଚାଲିବ ଡିଜେଲ କାର୍
ନୂଆଦିଲ୍ଲୀ, ୮ା୫: ୨୦୨୭ ସୁଦ୍ଧା ଦେଶରେ ବନ୍ଦ ହୋଇପାରେ ସମସ୍ତ ପ୍ରକାରର ଡିଜେଲ ଚାଳିତ କାର୍ । ଏହିସବୁ କାର୍କୁ ୨୦୨୭ ସୁଦ୍ଧା ବ୍ୟାନ କରିବାକୁ ସୁପାରିସ କରିଛି ପୂର୍ବତନ ତୈଳ ସଚିବ ତରୁନ କପୁରଙ୍କ ଅଧ୍ୟକ୍ଷତାରେ ଗଠିତ ତୈଳ ମନ୍ତ୍ରଣାଳୟର ଏକ କମିଟି ।
ଡିଜେଲ କାର୍ ପରିବର୍ତ୍ତେ ଇଲେକ୍ଟ୍ରିକ ଓ ଗ୍ୟାସ·ଳିତ ଗାଡ଼ି ବ୍ୟବହାର କରିବାକୁ ପ୍ରୋତ୍ସାହନ ଦେବା ପାଇଁ ଏହି ସରକାରୀ ପ୍ୟାନେଲ ପ୍ରସ୍ତାବ ଦେଇଛି । ପ୍ରଦୂଷଣ ରୋକିବାକୁ ୧୦ ଲକ୍ଷରୁ ଅଧିକ ଲୋକ ରହୁଥିବା ସହରରେ ଏପରି ବ୍ୟବସ୍ଥା ସରକାର ଲାଗୁ କରୁନ୍ତୁ ବୋଲି ପ୍ୟାନେଲ ସଦସ୍ୟମାନେ କହିଛନ୍ତି । ସୁପାରିସକୁ ମନ୍ତ୍ରଣାଳୟ ପକ୍ଷରୁ କ୍ୟାବିନେଟ ଅନୁମୋଦନ ପାଇଁ ପ୍ରସ୍ତାବ ଆକାରରେ ଦିଆଯାଇଛି କି ନାହିଁ ଜଣାପଡ଼ିନାହିଁ । ଦେଶରେ ବ୍ୟବହାର ହେଉଥିବା ରିଫାଇଣ୍ଡ ତୈଳ ମଧ୍ୟରୁ ଦୁଇ-ପଞ୍ଚମାଂଶ ଡିଜେଲ ଯାହାର ୮୦% ପରିବହନ କ୍ଷେତ୍ରରେ ବ୍ୟବହାର ହେଉଛି ।