ନିଟ୍ ଦେଲେ ୨ଠ.୮୭ ଲକ୍ଷ ଛାତ୍ରଛାତ୍ରୀ
ଭୁବନେଶ୍ୱର,୭ା୫(ବୁ୍ୟରୋ): ଭୁବନେଶ୍ୱର ସମେତ ଦେଶର ୪୦୦ ସହରରେ ୨୦ ଲକ୍ଷ ୮୭ ହଜାର ଛାତ୍ରଛାତ୍ରୀ ରବିବାର ସର୍ବଭାରତୀୟ ମେଡିକାଲ୍ ପ୍ରବେଶିକା ପରୀକ୍ଷା (ନିଟ୍) ଦେଇଛନ୍ତି । ଦେଶର ବିଭିନ୍ନ ମେଡିକାଲ୍ କଲେଜରେ ନାମ ଲେଖାଇବା ପାଇଁ ଉଦ୍ଦିଷ୍ଟ ନିଟ୍ ଆୟୋଜନ କରିଥାଏ ଏନ୍ଟିଏ । ପରୀକ୍ଷା ଦିନ ୨ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫.୨୦ମି.ରେ ଶେଷ ହୋଇଥିଲା । ଓଡ଼ିଶାରୁ ପ୍ରତିବର୍ଷ ପ୍ରାୟ ୩୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥାନ୍ତି । ଚଳିତ ବର୍ଷ ୫୬ ହଜାର ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ । ରାଜ୍ୟର ୨୭ ସହରରେ ପରୀକ୍ଷା କେନ୍ଦ୍ର ଆୟୋଜିତ ହୋଇଥିଲା । ପରୀକ୍ଷା ହଲ୍ ଭିତରକୁ ହଲ୍ ଟିକେଟ୍, ପାସ୍ପୋର୍ଟ ସାଇଜ୍ ଫଟୋ, ପରିଚୟ ପତ୍ର ବ୍ୟତୀତ ଅନ୍ୟ କୌଣସି ଜିନିଷ ନେବାକୁ ଅନୁମତି ନ ଥିଲା ।