ଘନୀଭୂତ ହେଉଛି ଘୂର୍ଣ୍ଣିବଳୟ

ଭୁବନେଶ୍ୱର,୭ା୫(ବୁ୍ୟରୋ): ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସୋମବାର ଲଘୁଚାପର ରୂପ ଧାରଣ କରିପାରେ । ୮ ତାରିଖ ବେଳକୁ ଏହା ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବାର ସମ୍ଭାବନା ରହିଛି । ପରେ ଏହା ଆହୁରି ଘନୀଭୂତ ହେବା ସହିତ ଉତ୍ତର ଦିଗରେ ଗତି କରି କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେଇପାରେ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ।
ଏସମ୍ପର୍କରେ ସୂଚନା ଦେଇ ଆଇଏମ୍ଡି ଡିଜି ମୃତୁ୍ୟଞ୍ଜୟ ମହାପାତ୍ର କହିଛନ୍ତି, ଯଦିଓ ଦକ୍ଷିଣ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି, ବାତ୍ୟା ରୂପ ନେବା ପୂର୍ବରୁ ଏହାର ଗତିପଥ ଓ ତାବ୍ରତା ନିର୍ଦ୍ଦିଷ୍ଟ ଭାବେ କହି ହେବ ନାହିଁ । ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯାଇଛି । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ସୋମବାର ସମ୍ଭାବ୍ୟ ବାତ୍ୟାର ତୀବ୍ରତା, ଗତିପଥ ସ୍ପଷ୍ଟ ହେବ ।
ଏହି ସମୟରେ ଦକ୍ଷିଣ ବଙ୍ଗୋପସାଗର, ବିଶେଷ କରି ଆଣ୍ଡାମାନ ଦୀପପୁଞ୍ଜ ଓ ଆଣ୍ଡାମାନ ସାଗର ଅଞ୍ଚଳରେ ସମୂଦ୍ର ଅଶାନ୍ତ ରହିବ । ୮ ତାରିଖ ପରେ ପବନର ବେଗ ବୃଦ୍ଧି ପାଇବ । ସମୂଦ୍ର ଭିତରେ ଘଣ୍ଟା ପ୍ରତି ୮୦ କିମି ବେଗରେ ପବନ ବୋହିବା ସମ୍ଭାବନା ରହିଛି । ୧୦ ଓ ୧୧ ତାରିଖ ବେଳକୁ ସମୂଦ୍ର ଆହୁରି ଅଶାନ୍ତ ହୋଇଯିବ । ତେଣୁ ଏହି ସମୟରେ ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ବାଂଲାଦେଶ ବା ମଁ୍ୟାମାର ଉପକୂଳରେ ବାତ୍ୟା ମୋକା ଲ୍ୟାଣ୍ଡଫଲ୍ କରିବା ସମ୍ଭାବନା ରହିଛି । ଘୂର୍ଣ୍ଣିବାତ୍ୟା ଆଶଙ୍କାରେ ପଶ୍ଚିମବଙ୍ଗ ସରକାର କୋଲକାତାରେ କଣ୍ଟ୍ରୋଲ୍ ରୁମ୍ ଖୋଲିଛନ୍ତି । ଅଲିପୁର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୋମବାର ଓ ମଙ୍ଗଳବାର ପ୍ରବଳ ବର୍ଷା ସମ୍ଭାବନା ଅଛି ବୋଲି କୁହାଯାଇଛି । ମୋକା ଯୋଗୁ ୨୧ଟି ରାଜ୍ୟ ପ୍ରଭାବିତ ହେବା ଆକଳନ କରାଯାଇଛି । ଆଇଏମ୍ଡି ୫ ଦିନ ପାଇଁ ଆଲର୍ଟ ଜାରି କରିଛି । ୟୁରୋପୀୟ ପାଣିପାଗ ସଂସ୍ଥା ଇସିଏମ୍ଡବ୍ଲୁ୍ୟଏଫ୍ କହିଛି, ଆସନ୍ତା ୧୧ ତାରିଖ ଦିନ ଭାରତ ସମେତ ଅନେକ ଦେଶରେ ମୋକାର ପ୍ରଭାବ ସ୍ପଷ୍ଟ ହେବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *