୨୧ ସୁଦ୍ଧା ବ୍ରିଜ୍ଭୂଷଣ ଗିରଫ ନ ହେଲେ ବଡ଼ ନିଷ୍ପତ୍ତି
କୁସ୍ତି ଯୋଦ୍ଧାଙ୍କୁ ସମର୍ଥନ କଲା କିଷାନ ମୋର୍ଚ୍ଚା
ଅଭିଯୋଗ ପ୍ରମାଣିତ ହେଲେ ଜୀବନ ହାରିବି: ବ୍ରିଜଭୂଷଣ
ନୂଆଦିଲ୍ଲୀ (ଏଜେନ୍ସି): ଭାରତୀୟ କୁସ୍ତି ମହାସଂଘ ମୁଖ୍ୟ ବ୍ରିଜଭୂଷଣ ଶରଣ ସିଂହଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିକରି ପ୍ରାୟ ୧୦ ଦିନ ହେଲା ଯନ୍ତର ମନ୍ତରରେ ଆନେ୍ଦାଳନ ଚଳାଇଥିବା କୁସ୍ତିଯୋଦ୍ଧାଙ୍କୁ ସମର୍ଥନ କରିଛି କୃଷକ ସଙ୍ଗଠନ ଓ ଖାପ୍ ପଞ୍ଚାୟତ । ବାରମ୍ବାର ଦାବିସତ୍ତ୍ୱେ ବ୍ରିଜଭୂଷଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠା ଗ୍ରହଣ କରାଯାଉନାହିଁ । ଏହିପରିପ୍ରେକ୍ଷୀରେ ରବିବାର କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଛନ୍ତି ·ଷୀ ନେତା ଓଖାପ୍ ପଞ୍ଚାୟତ ସଦସ୍ୟ । ସରକାରଙ୍କୁ ୧୫ ଦିନିଆ ଅଲଟିମେଟମ୍ ଦିଆଯାଇଛି । ଯଦି ବ୍ରିଜଭୂଷଣ ଶରଣ ସିଂହଙ୍କୁ ମେ’ ୨୧ ସୁଦ୍ଧା ଗିରଫ କରା ନ ଯାଏ ତେବେ ବଡ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି ।
ରବିବାର ଅପରାହ୍ଣ ପ୍ରାୟ ୪.୩୦ରେ ଏକ ସାମ୍ବାଦିକ ସମ୍ମିଳନୀରେ କୃଷକ ନେତା ରାକେଶ ଟିକାୟତ କହିଛନ୍ତି ଯେ କୁସ୍ତିଯୋଦ୍ଧାମାନେ ସେମାନଙ୍କ ସଂଗ୍ରାମ ଜାରି ରଖିବା ଉଚିତ । ସଂଯୁକ୍ତ କିଷାନ୍ ମୋର୍ଚ୍ଚା ଏବଂ ଖାପ୍ ପଞ୍ଚାୟତର ପ୍ରାୟ ୩୧ ଜର ପ୍ରତିିନିଧି ବ୍ରିଜଭୂଷଣଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି । ଖେଳାଳିଙ୍କ ଅପମାନକୁ ବରଦାସ୍ତ କରାଯିବ ନାହିଁ । କୁସ୍ତିଯୋଦ୍ଧାମାନେ ଦେଶର ସମ୍ପତ୍ତି । ସେମାନଙ୍କ ପ୍ରତି ଦେଶବାସୀଙ୍କ ସମର୍ଥନ ରହିଛି ବୋଲି ଖାପ
ତେବେ ବି୍ରଜଭୂଷଣ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ଯଦି ଗୋଟିଏ ବି ଅଭିଯୋଗ ପ୍ରମାଣ କରିଦିଅନ୍ତି ତେବେ ଚୀବନ ହାରିଦେବେ । କେବେ କେଉଁଦିନ କୁସ୍ତି ଯୋଦ୍ଧାମାନଙ୍କୁ ନିର୍ଯାତନା ଦେଇଛି ତା’ର ନିର୍ଦ୍ଦିଷ୍ଟ ତାରିଖ ଦେବେକି? ଯଦି ଅଭିଯୋଗକାରୀମାନେ କିଛି ଭିଡିଓ କିମ୍ବା ପ୍ରମାଣ ରଖିଛନ୍ତି ତେବେ ଉପସ୍ଥାପନ କରନ୍ତୁ । ପ୍ରଥମରୁ କହିଆସୁଛି, ଏବେ ମଧ୍ୟ କହୁଛି ପ୍ରମାଣ ଦିଅ । କୁସ୍ତିକୁ ଶୀର୍ଷକୁ ନେବା ଲାଗି ୧୧ ବର୍ଷ ଧରି ଅକ୍ଳାନ୍ତ ପରିଶ୍ରମ କରିଛି ବୋଲି ବ୍ରିଜ୍ଭୂଷଣ କହିଛନ୍ତି ।
ସଂଯୁକ୍ତ କିଷାନ ମୋର୍ଚ୍ଚା ସଦସ୍ୟମାନେ କୁସ୍ତି ଯୋଦ୍ଧାମାନଙ୍କୁ ସମର୍ଥନ କରି ଯନ୍ତରମନ୍ତରକୁ ଆସୁଥିବା ନେଇ ଶନିବାରଠାରୁ ଘୋଷଣା କରାଯାଇଥିଲା । ଅଘଟଣ ଆଶଙ୍କା କରି ସରକାରଙ୍କ ପକ୍ଷରୁ ବିକ୍ଷୋଭସ୍ଥଳରେ କଡ଼ା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।