୭ ରାଜ୍ୟଠାରୁ ଓଡ଼ିଶା ସ୍ଥିତି ଭଲ

ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ
ଭୁବନେଶ୍ୱର (ତଥ୍ୟ): ରାଜ୍ୟର ୮୮୫୦ଟି ଗାଁରେ ପ୍ରତ୍ୟେକ ପରିବାରକୁ ଜଳ ଜୀବନ ମିଶନ ଅଧିନରେ ପାଇପ୍‌ ଯୋଗେ ପାନୀୟଜଳ ଯୋଗାଇ ଦିଆଯାଇଛି । ଜଳ ଜୀବନ ମିଶନ ଡାସ୍‌ ବୋର୍ଡ ତଥ୍ୟରୁ ଏହି ସୂଚନା ମିଳିଛି ।
ଏହି ସୂଚନା ଅନୁଯାୟୀ ଖଣିଜ ସମ୍ପଦ ଭରା କେନ୍ଦୁଝର ଜିଲ୍ଲାରେ ସର୍ବାଧିକ ୯୦୦ ଟି ଗ୍ରାମ ଏହି ଶତ ପ୍ରତିଶତ ପାଇପ୍‌ ଯୋଗେ ପାନୀୟଜଳ ଯୋଗାଣ ତାଲିକାରେ ଥିବାବେଳେ ଭଦ୍ରକରେ ୭୮୧, ମୟୂରଭଞ୍ଜରେ ୭୪୧, ବୌଦ୍ଧରେ ୫୬୫, ଗାମରେ ୫୦୦ଟି ଗାଁ ରହିଛି । ତେବେ ଏହି ତାଲିକାର ତଳ ଆଡୁ ଦେଖିଲେ ଝାରସୁଗୁଡାର ୪୧ଟି ଗ୍ରାମ ଥିବାବେଳେ ଜଗତ୍‌ସିଂହପୁରର ୭୪, ମାଲକାନଗିରିର ୭୮, ନବରଙ୍ଗପୁରର ୯୩ ଓ କେନ୍ଦ୍ରାପଡାର ୧୧୯ଟି ଗ୍ରାମ ରହିଛି ।
ଅନୁରୂପ ଭାବେ ରାଜ୍ୟର ୪୨୨ଟି ଗ୍ରାମ ପଞ୍ଚାୟତରେ ସମସ୍ତ ପରିବାରକୁ ପାଇପ୍‌ ଯୋଗେ ପାନୀୟଜଳ ଯୋଗାଣ ହୋଇପାରିଛି । ଅନ୍ୟ ପକ୍ଷରେ ରାଜ୍ୟର ୫୩.୧୫ ଲକ୍ଷ ପରିବାରକୁ ଜଳ ଜୀବନ ମିଶନ ଅଧିନରେ ବିଭିନ୍ନ ଯୋଜନାରେ ପାଇପ୍‌ ଯୋଗେ ପାନୀୟଜଳ ଯୋଗାଇ ଦିଆଯାଇଛି । ରାଜ୍ୟର ୮୮,୬୦,୦୭୮ ପରିବାର ମଧ୍ୟରୁ ୫୩,୧୫,୦୩୩ ପରିବାରକୁ ପାଇପ୍‌ ଜଳ ସଂଯୋଗ ମିଳିଛି ଯାହାକି ୫୯.୯୯ ପ୍ରତିଶତ । ଏ କ୍ଷେତ୍ରରେ ଓଡିଶାର ପ୍ରଦର୍ଶନ ଦେଶର ଅନ୍ୟାନ୍ୟ ରାଜ୍ୟ ଯଥା ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଝାଡଖଣ୍ଡ, ଛତିଶଗଡ, ପଶ୍ଚିମବଙ୍ଗ ଓ କେରଳ ଠାରୁ ଭଲ ରହିଛି । ଡାସବୋର୍ଡର ସୂଚନା ଅନୁଯାୟୀ ନୂଆପଡାରେ ସବାଧିକ ୯୭.୬୮ ପରିବାରକୁ ଟ୍ୟାପ୍‌ ସଂଯୋଗ ହୋଇଛି । ତେବେ ରାଜ୍ୟର ୨୧ଟି ଜିଲ୍ଲାରେ ଅଧା ପରିବାରକୁ ଟ୍ୟାପ୍‌ ସଂଯୋଗ କରାଯାଇ ପାରିଛି । ଏଥି ମଧ୍ୟରେ ନୂଆପଡା ବ୍ୟତିତ କେନ୍ଦ୍ରାପଡାରେ ୯୪.୬୭ ପ୍ରତିଶତ, ଭଦ୍ରକରେ ୮୩.୭୧ ପ୍ରତିଶତ, ବୌଦରେ ୭୯.୬୭ ପ୍ରତିଶତ, ଦେବଗଡରେ ୭୫.୫୮ ପ୍ରତିଶତ, ଢେଙ୍କାନାଳରେ ୭୪.୭୨ ପ୍ରତିଶତ, ଝାରସୁଗୁଡାରେ ୭୩.୫୮ ପ୍ରତିଶତ, କେନ୍ଦ୍ରାପଡାରେ ୬୭.୭୮, ନବରଙ୍ଗପୁରରେ ୬୫.୨୮, ଖୋରଧାରେ ୬୪.୭୨, ଅନୁଗୁଳରେ ୬୪.୬୩, ବରଗଡରେ ୬୪.୬୩, ବରଗଡରେ ୬୩.୪୬, ବାଲେଶ୍ୱରରେ ୬୨.୯୨, ଗାମରେ ୬୨.୧୪, ପୁରୀରେ ୬୧,୯୬, ଯାଜପୁରରେ ୬୧.୫୭, ସୋନପୁରରେ ୫୯.୮୫, ସୁନ୍ଦରଗଡରେ ୫୯.୬୭, କଟକରେ ୫୫.୩୫, କଳାହାଣ୍ଡିରେ ୫୨.୪୧ ଏବଂ ରାୟଗଡାରେ ୫୦.୬୧ ପ୍ରତିଶତ ହୋଇଛି । ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ୩୫.୧୦ ପ୍ରତିଶତ ପରିବାରକୁ ପାଇପ୍‌ ଯୋଗେ ପାନୀୟଜଳ ସଂଯୋଗ ହୋଇଛି । ଏହା ପଛକୁ ବଲାଙ୍ଗିରରେ ୩୮.୪୯ ପ୍ରତିଶତ ଓ ସମ୍ବଲପୁରରେ ୪୧.୬୫ ପ୍ରତିଶତ ରହିଛି ।
୫୦ ପ୍ରତିଶତ ତଳେ ଥିବା ଅନ୍ୟ ଜିଲ୍ଲାଗୁଡିକ ମଧ୍ୟରେ ଜଗତ୍‌ସିଂହପୁରରେ ୪୯.୮୫ ପ୍ରତିଶତ, କୋରାପୁଟରେ ୪୯.୫୨, ନୟାଗଡରେ ୪୭.୨୭, ଗଜପତିରେ ୪୬.୦୬, କନ୍ଧମାଳରେ ୪୩.୬୭ ଓ ମୟୁରଭରେ ଏହା ୪୨.୭୮ ପ୍ରତିଶତ ରହିଛି । ଗତ ଆର୍ଥିକ ବର୍ଷରେ ଜଳ ଜୀବନ ମିଶନରେ ୪୦୯୬.୩୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ତେବେ ୨୦୨୩-୨୪ ବର୍ଷ ପାଇଁ ଗ୍ରାମାଞ୍ଚଳରେ ପାନୀୟଜଳ ଯୋଗାଣ ପାଇଁ ରାଜ୍ୟ ସରକାର ୧୩,୨୧୫ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *