ମହାପ୍ରଭୁଙ୍କ ଆଶିଷ ନେଲେ ପ୍ରଧାନ ବିଚାରପତି

ପୁରୀ, ୫ା୫(ବୁ୍ୟରୋ): ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୂଡ ଶୁକ୍ରବାର ପୁରୀ ଗ୍ରସ୍ତରେ ଆସି ରତ୍ନସିଂହାସନରେ ବିରାଜମାନ ଶ୍ରୀଜୀଉଙ୍କୁ ପୂଜାର୍ଚ୍ଚନା କରିଥିଲେ । ପରେ ସେ ମା’ ବିମଳା, ମା’ଲକ୍ଷ୍ମୀ ଓ ପାଶ୍ୱର୍ଦେବାଦେବୀଙ୍କୁ ଦର୍ଶନ କରିଥିଲେ । ତାଙ୍କ ସହ ହାଇକୋର୍ଟର ମୁଖ୍ୟ ବିଚାରପତି ଏସ୍ ମୂରଲୀଧର, ଆଡଭୋକେଟ୍ ଜେନେରାଲ ଅଶୋକ କୁମାର ପରିଜା, ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ସମେତ ସେବାୟତମାନେ ଉପସ୍ଥିତ ଥିଲେ । ମୁଖ୍ୟ ଶାସନସଚିବ ଶ୍ରୀ ଜେନା ମୁଖ୍ୟ ବିଚାରପତିଙ୍କୁ ଜଗନ୍ନାଥଙ୍କ ଫଟୋଚିତ୍ର ପ୍ରଦାନ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *