ମହାମାରୀ ତାଲିକାରୁ ହଟିଲା କରୋନା

୩ ବର୍ଷ ପୂର୍ବେ ମହାମାରୀ ଘୋଷିତ ହୋଇଥିଲା
ଜିନିଭା, ୫ା୫: କରୋନା ସମ୍ପର୍କରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ରୁ ମିଳିଛି ଏକ ସୁସମ୍ବାଦ । ହୁ ଇମର୍ଜେନ୍ସି କମିଟିର ପଞ୍ଚଦଶ ବୈଠକର ନିଷ୍ପତ୍ତି ଅନୁଯାୟୀ କୋଭିଡ୍କୁ ବିଶ୍ୱ ମହାମାରୀ ତାଲିକାରୁ ବାଦ୍ ଦିଆଯାଇଛି । ଏହି ମାହମାରୀ ଯୋଗୁଁ ବିଭିନ୍ନ ଦେଶରେ ଲକ୍ଡାଉନ୍ ଲଗାଯାଇଥିଲା । ଅଧିକାଂଶ ଦେଶର ଅର୍ଥ ବ୍ୟବସ୍ଥା ମହାମାରୀ ଦ୍ୱାରା ପ୍ରଭାବିତ ହୋଇଥିଲା । ଅତିକମ୍ରେ ୭୦ ଲକ୍ଷ ଲୋକ ପ୍ରାଣ ହରାଇଥିଲେ ।
ହୁ’ର ମହାନିଦେ୍ର୍ଦଶକ ଟେଡ୍ରୋସ୍ କହିଛନ୍ତି, ଗୁରୁବାର ଇମର୍ଜେନ୍ସି କମିଟି ବୈଠକ ବସିଥିଲା । କମିଟିର ସୁପାରିସ ଅନୁଯାୟୀ କୋଭିଡ୍-୧୯ ବିଶ୍ୱ ହେଲ୍ଥ ଇମର୍ଜେନ୍ସି ତାଲିକାରୁ ଶୁକ୍ରବାର ବାଦ୍ ଦିଆଗଲା । ୨୦୨୦ ଜାନୁଆରୀ ୩୦ ତାରିଖ ଦିନ କୋଭିଡ୍-୧୯କୁ ଗ୍ଲୋବାଲ୍ ହେଲ୍ଥ ଇମର୍ଜେନ୍ସି ଘୋଷଣା କରାଯାଇଥିଲା । ସେ ସମୟରେ ଚୀନ୍ରେ ୧୦୦ରୁ କମ୍ ଲୋକ କରୋନାରେ ସଂକ୍ରମିତ ହୋଇଥିଲେ ଏବଂ କାହାରି ମୃତୁ୍ୟ ହୋଇ ନ ଥିଲା । କିନ୍ତୁ ଗତ ୩ ବର୍ଷ ଭିତରେ ମୃତୁ୍ୟ ସଂଖ୍ୟା ୭୦ ଲକ୍ଷକୁ ବୃଦ୍ଧି ପାଇଥିବା ଜଣାପଡିଛି । ତେବେ ଆମର ମନେହୁଏ ଏହି ମହାମାରୀ ୨ କୋଟି ଲୋକଙ୍କ ଜୀବନ ନେଇଛି । କରୋନା ଆଉ ବିଶ୍ୱ ମହାମାରୀ ତାଲିକାରେ ନ ଥିଲେ ହେଁ ଏହା ଗ୍ଲୋବାଲ୍ ହେଲ୍ଥ ଥ୍ରେଟ୍ ହୋଇ ରହିଛି ବୋଲି କହିଛନ୍ତି ଟେଡ୍ରୋସ୍ । ଏହାର କାରଣ ଦର୍ଶାଇବାକୁ ଯାଇ ସେ କହିଛନ୍ତି, ଗତ ସପ୍ତାହରେ କୋଭିଡ୍ ଯୋଗୁଁ ପ୍ରତି ୩ ମିନିଟ୍ରେ ଜଣେ ରୋଗୀ ପ୍ରାଣ ହରାଉଥିଲେ । ଏବେ ମଧ୍ୟ ହଜାର ହଜାର ଲୋକ କୋଭିଡ୍ରେ ସଂକ୍ରମିତ ହେଉଛନ୍ତି । ଏବେବି କରୋନାର ନୂଆ ଭାରିଏଣ୍ଟ୍ ସାମ୍ନାକୁ ଆସୁଛି । ତେଣୁ ସମସ୍ତେ ଏଥିପାଇଁ ସତର୍କ ରହିବା ଜରୁରୀ ।
ଗତ ଏକ ବର୍ଷର କୋଭିଡ୍ କେସ୍ ଅନୁଧ୍ୟାନ କରି ହୁ’ ଇମର୍ଜେନ୍ସି କମିଟି ଏପରି ନିଷ୍ପତ୍ତି ନେଇଛନ୍ତି । ବର୍ଷକ ଭିତରେ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ କମିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *