ଇସ୍ତଫା ଫେରାଇ ନେଲେ ପାୱାର

ମୁମ୍ବାଇ, ୫ା୫: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନ୍ସିପି) ଅଧ୍ୟକ୍ଷ ପଦରୁ ଶରଦ ପାୱାର ୨ ତାରିଖ ଦିନ ଇସ୍ତଫା ଦେବା ସହ ନୂଆ ଅଧ୍ୟକ୍ଷ ଚୟନ ଲାଗି ଏକ କମିଟି ଗଠନ କରିଥିଲେ । ଚାରି ଦିନ ପରେ ଶୁକ୍ରବାର ସେ ତାଙ୍କ ଇସ୍ତଫା ପତ୍ର ପ୍ରତ୍ୟାହାର କରିନେଇଥିବା କଥା ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । ସେ କହିଛନ୍ତି, ଦଳର କର୍ମକର୍ତ୍ତା ଓ ନେତାଙ୍କ ଭାବନାକୁ ଅପମାନିତ କରିପାରିବି ନାହିଁ । ତେଣୁ ମୁଁ ଇସ୍ତଫା ପତ୍ର ଫେରାଇ ନେଇ ପୁନର୍ବାର ଦଳର ଦାୟିତ୍ୱ ଗ୍ରହଣ କରିବାକୁ ନିଷ୍ପତ୍ତି ନେଲି ।
ପାୱାରଙ୍କ ନିଷ୍ପତ୍ତି ପରେ କର୍ମୀ ଓ ନେତାମାନେ ମୁମ୍ବାଇରେ ୱାଇବି ଚୌହାନ କେନ୍ଦ୍ର ବାହାରେ ଖୁସି ମନାଇଥିଲେ । ତେବେ ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ଅଧ୍ୟକ୍ଷ ପଦ ପାଇଁ ଅନ୍ୟତମ ଆଶାୟୀ ଅଜିତ ପାୱାର ଅନୁପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *