ମୋଦି ହେବେ ବାଷ୍ଟାଇଲ୍ ପରେଡ୍ର ବିଶିଷ୍ଟ ଅତିଥି

ନୂଆଦିଲ୍ଲୀ, ୫ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଜୁଲାଇ ୧୪ରେ ପ୍ୟାରିସ୍ଠାରେ ହେବାକୁ ଥିବା ଫ୍ରାନ୍ସର ପାରମ୍ପରିକ ବାଷ୍ଟାଇଲ୍ ଡେ ମିଲିଟାରୀ ପରେଡ୍ରେ ବିଶିଷ୍ଟ ଅତିଥିରୂପେ ଯୋଗ ଦେବେ । ବିଦେଶ ମନ୍ତ୍ରାଳୟର ଏକ ବିବୃତିରେ କୁହାଯାଇଛି ଯେ ବାଷ୍ଟାଇଲ୍ ପରେଡ୍ରେ ଭାରତୀୟ ସଶସ୍ତ୍ର ବାହିନୀର ଏକ ୟୁନିଟ୍ ମଧ୍ୟ ସାମିଲ ହେବ । ଭାରତ-ଫ୍ରାନ୍ସ ରଣନୀତିକ ସହଭାଗିତାର ୨୫ତମ ବର୍ଷପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହି ପରେଡ୍ରେ ଯୋଗଦେବା ପାଇଁ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମେକ୍ରୋଁ ନିମନ୍ତ୍ରଣ କରିଛନ୍ତି । ପ୍ରଧାନମନ୍ତ୍ରୀ ଏହାକୁ ସ୍ୱୀକାର ମଧ୍ୟ କରିଛନ୍ତି । ଫ୍ରାନ୍ସ ରାଷ୍ଟ୍ରପତି ଟ୍ୱିଟ୍ରେ ଲେଖିଛନ୍ତି, ପ୍ରିୟ ନରେନ୍ଦ୍ର! ୧୪ ଜୁଲାଇ ପରେଡ୍ରେ ସମ୍ମାନିତ ଅତିଥିଭାବେ ଆପଣଙ୍କୁ ପ୍ୟାରିସ୍ରେ ସ୍ୱାଗତ କରି ମୁୁଁ ଅତ୍ୟନ୍ତ ଆନନ୍ଦିତ ହେବି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *