ସାମୁଦ୍ରିକ ଝଡ଼ ରୂପ ନେବ ଘୂର୍ଣ୍ଣିବଳୟ

ବଢିÿଲା ବାତ୍ୟା ଆଶଙ୍କା
ଭୁବନେଶ୍ୱର, ୪ା୫(ବୁ୍ୟରୋ): ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଆଶଙ୍କା ରହିଥିବା ସ୍ପଷ୍ଟ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) । ଆଇଏମ୍ଡିର ସୂଚନା ଅନୁଯାୟୀ ଆସନ୍ତା ୭ ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ନିମ୍ନ ଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ଯାହା ୯ରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି କରିପାରେ । ଏହି ଘୂର୍ଣ୍ଣିବଳୟ ଉତ୍ତର ଉତ୍ତର-ପୂର୍ବ ଦିଗକୁ ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଆଡକୁ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଗତି କରିବ ।
ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଥିବା ନିମ୍ନ ଚାପ ଅଞ୍ଚଳ ୮ରେ ଏକ ଅବପାତରେ ପରିଣତ ହେବ ଏବଂ ପରଦିନ ଝଡବାତ୍ୟା ଓ ୧୦ ତାରିଖ ଦିନ ଭୟଙ୍କର ଘୂର୍ଣ୍ଣି ଝଡ଼ରେ ପରିଣତ ହୋଇପାରେ । ତେବେ ଓଡିଶା ଉପକୂଳରେ ଏହାର ତୀବ୍ରତା, ପଥ ଏବଂ ପ୍ରଭାବ କିଭଳି ରହିବ ଏପର୍ଯ୍ୟନ୍ତ ପୂର୍ବାନୁମାନ କରାଯାଇ ନ ଥିବା କହିଛନ୍ତି ଆଇଏମ୍ଡି ଡିଜି ମୃତୁ୍ୟଞ୍ଜୟ ମହାପାତ୍ର ।
ଶ୍ରୀ ମହାପାତ୍ର କହିଛନ୍ତି, ନିମ୍ନ ଚାପ ପ୍ରଭାବରେ ଘୂର୍ଣ୍ଣିବଳୟ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଏହାର ପଥ ଏବଂ ତୀବ୍ରତା ଏବଂ ଯେଉଁ ଠାରେ ଏହା ମାଡ ହେବାର ସମ୍ଭାବନା ଅଛି ତାହା ନିର୍ଦ୍ଦିଷ୍ଟଭାବେ ଜଣାପଡିନାହିଁ । ଥରେ ଲଘୁଚାପ ରୂପ ନେବା ପରେ, ସ୍ଥଳଭାଗ ଛୁଇଁବା ଏବଂ ଏହାର ତୀବ୍ରତା ବିଷୟରେ ବିସ୍ତୃତ ପୂର୍ବାନୁମାନ କରାଯିବ । ବର୍ତ୍ତମାନ ସୁଦ୍ଧା ଭାରତୀୟ ଉପକୂଳରେ ଏହା ମାଡ ହେବା ନେଇ କୌଣସି ପୂର୍ବାନୁମାନ କରାଯାଇ ନାହିଁ ।
ପ୍ରାରମ୍ଭିକ ଅବସ୍ଥାରେ ବାତ୍ୟା ଭଳି ପାଗ ହେବ । ତେଣୁ ମତ୍ସ୍ୟଜୀବୀମାନେ ଦକ୍ଷିଣ-ପୂର୍ବ ବଙ୍ଗେପସାଗରରେ ପ୍ରବେଶ କରିବା ଉଚିତ ନୁହେଁ । ମତ୍ସ୍ୟଜୀବୀ ସମ୍ପ୍ରଦାୟ ପାଇଁ ଏହା ଏକ ଚେତାବନୀ । ଆସନ୍ତା ୭ ତାରିଖରୁ ସମୁଦ୍ରକୁ ନ ଯିବା ପାଇଁ ସେମାନଙ୍କୁ ପରାମର୍ଶ ଦିଆଯାଇଛି । ଓଡ଼ିଶା ଉପକୂଳ ପାଇଁ କୌଣସି ସତର୍କ ସୂଚନା ଜାରି କରାଯାଇ ନାହିଁ ତଥା ଓଡିଶା ଉପରେ ଏହି ସିଷ୍ଟମର ପ୍ରଭାବ ବିଷୟରେ କୌଣସି ପୂର୍ବାନୁମାନ କରାଯାଇ ନାହିଁ । ତେବେ ସମ୍ଭାବ୍ୟ ଘୂର୍ଣ୍ଣିବଳୟକୁ ନେଇ ଭୟଭୀତ ନ ହୋଇ ପରିସ୍ଥିତିର ସମ୍ମୁଖୀନ ହେବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ଆଇଏମଡି ଏହା ଉପରେ ନିୟମିତ ବୁଲେଟିନ୍ ଜାରି କରିବ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *