ଝାରସୁଗୁଡ଼ା ଉପନିର୍ବାଚନ

୭ରେ ପ୍ରଚାର ମୈଦାନକୁ
ଓହ୍ଲାଇବେ ନବୀନ, ଧର୍ମେନ୍ଦ୍ର
ଭୁବନେଶ୍ୱର, ୪ା୫(ବୁ୍ୟରୋ): ଝାରସୁଗୁଡା ଉପନିର୍ବାଚନ ପାଇଁ ମତଦାନ ତାରିଖ ଯେତିକି ପାଖେଇ ଆସୁଛି ପ୍ରଚାର ମୈଦାନ ସେତିକି ସରଗରମ ହେବାରେ ଲାଗିଛି । ଆସନ୍ତା ୭ ତାରିଖ ଦିନ ଝାରସୁଗୁଡାରେ ହାଇପ୍ରୋଫାଇଲ ପ୍ରଚାର ହେବ । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ମୈଦାନକୁ ଓହ୍ଲାଇବେ । ରୋଡ୍ ଶୋ’ ସାଙ୍ଗକୁ ସାଧାରଣ ସଭା କରି ଦଳୀୟ ପ୍ରାର୍ଥୀ ଦୀପାଳୀ ଦାସଙ୍କ ସମର୍ଥନରେ ମୁଖ୍ୟମନ୍ତ୍ରୀ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ବିଜେପି ବିଧାୟକ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ସପକ୍ଷରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର କରିବେ ।
ସୂଚନା ଅନୁଯାୟୀ, ଆସନ୍ତା ୭ ତାରିଖ ରବିବାର ମୁଖ୍ୟମନ୍ତ୍ରୀ ଝାରସୁଗୁଡା ଗସ୍ତରେ ଯାଇ ନିର୍ବାଚନମଣ୍ଡଳୀର ଏକାଧିକ ସ୍ଥାନରେ ସଭା ଓ ରୋଡ୍ ଶୋ’ କରିବେ ।
ସେହିପରି ଉକ୍ତ ଦିନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଝାରସୁଗୁଡା ପ୍ରଚାରକୁ ଯିବେ । ଗୋଟିଏ ଦିନରେ ଦୁଇଟି ପ୍ରମୁଖ ଦଳର ମୁଖ୍ୟ ପ୍ରଚାରକ ସେମାନଙ୍କ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଯାଉଥିବାରୁ କର୍ମୀଙ୍କ ମହଲରେ ବେଶ୍ ଉତ୍ସାହ ସୃଷ୍ଟି ହୋଇଛି ।
ଝାରସୁଗୁଡା ଉପନିର୍ବାଚନ ପାଇଁ ମେ’ ୧୦ରେ ଭୋଟ ଗ୍ରହଣ ହେବ । ହାତରେ କମ୍ ସମୟ ଥିବାରୁ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସର ତୁଙ୍ଗ ନେତାମାନେ ଡେରା ପକାଇ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି । ଘରକୁ ଘର ବୁଲି କ୍ୟାମ୍ପେନିଂକୁ ତ୍ୱରାନ୍ୱିତ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *