୧୧ ମୃତ, ୧୧ ବେହୋସ

ଲୁଧିଆନାରେ ବିଷାକ୍ତ ଗ୍ୟାସ୍ ଲିକ୍
ଲୁଧିଆନା, ୩୦ା୪: ସ୍ଥାନୀୟ ଗ୍ୟାସ୍ପୁରା ଇଲାକାରେ ରବିବାର ସକାଳେ ଅଜ୍ଞାତ ସ୍ଥାନରୁ ବିଷାକ୍ତ ଗ୍ୟାସ୍ ଲିକ୍ ହେବା ଯୋଗୁଁ ୧୧ ଜଣ ଲୋକ ପ୍ରାଣ ହରାଇଥିବାବେଳେ ଅନ୍ୟ ୧୧ ଜଣ ବେହୋସ ହୋଇପଡିଛନ୍ତି । ଏହା କି ଗ୍ୟାସ୍ ଜଣାପଡି ନାହିଁ । ମୃତକଙ୍କ ମଧ୍ୟରେ ୨ ଶିଶୁ, ୫ ମହିଳା ଓ ୬ ପୁରୁଷ ଅନ୍ତର୍ଭୁକ୍ତ । ୧୦ଜଣ ୩ଟି ପରିବାରର ସଦସ୍ୟ । ଅନ୍ୟ ମୃତକଙ୍କ ପରିଚୟ ମିଳି ନାହିଁ ।
ସକାଳ ସାଢେ ୭ଟାବେଳେ ଗ୍ୟାସ୍ ଲିକ୍ ହୋଇଥିଲା । ଯେଉଁ କେଠା ନିକଟରେ ଗ୍ୟାସ୍ ଲିକ୍ ହୋଇଥିବା କୁହାଯାଉଛି ତାହା ଏକ ଦୋକାନ ତଥା ମିଲ୍କ ବୁଥ୍ । ନିକଟରେ ଗୋଟିଏ ସ୍ୱରେଜ୍ ଲାଇନ୍ ଯାଇଛି । ସନ୍ଧ୍ୟା ସୁଦ୍ଧା ହୋଇଥିବା ଯାଞ୍ଚ ଅନୁଯାୟୀ ସ୍ୱରେଜ୍ରେ ଏକ କାରଖାନାର କର୍ମଚାରୀ କିଛି ରାସାୟନିକ୍ ଦ୍ରବ୍ୟ ଢଳା ଯାଇଥିଲା । ସେହି କାରଣରୁ ଏକ ମ୍ୟାନ୍ ହୋଲ୍ ଦେଇ ବିଷାକ୍ତ ଗ୍ୟାସ୍ ଆସି ଲୋକଙ୍କ କାଳ ହେଲା ବୋଲି ଅନୁମାନ କରାଯାଉଛି । ଗୋଟିଏ ବିରାଡି ମଧ୍ୟ ଗ୍ୟାସ୍ ପ୍ରଭାବରେ ମରିଛି । ପୋଷ୍ଟମଟମ୍ ପାଇଁ ଶବଗୁଡିକୁ ଲୁଧିଆନା ସିଭିଲ୍ ହସ୍ପିଟାଲ୍କୁ ପଠାଇ ଦିଆଯାଇଛି ।
ଏନ୍ଡିଆର୍ଏଫ୍ର ୨ଟି ଟିମ୍ ଗ୍ୟାସ୍ ସାମ୍ପୁଲ୍ ସଂଗ୍ରହ କରିଛନ୍ତି । ସମଗ୍ର ଇଲାକାକୁ ସିଲ୍ କରି ଦିଆଯାଇଛି । ଘରକୁ ଘର ବୁଲି ପ୍ରଶାସନିକ ଅଧିକାରୀମାନେ ଲୋକଙ୍କୁ ସ୍ଥାନାନ୍ତର କରୁଛନ୍ତି । ଡ୍ରୋନ୍ ସାହାଯ୍ୟରେ ଘର ଛାତ ଉପର ତନଖି କରାଯାଉଛି । ପଞ୍ଜାବ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଓ ଅସୁସ୍ଥ ବ୍ୟକ୍ତିଙ୍କୁ ୫୦ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଦିଆଯିବ ବୋଲି ଘୋଷଣା କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *