କଂଗ୍ରେସ ପୁରୁଣା ଇଞ୍ଜିନ

କର୍ଣ୍ଣାଟକରେ ମୋଦିଙ୍କ ପ୍ରଚାର
ଦେଶବାସୀ ହେଉଛନ୍ତି ଶିବ, ସେମାନଙ୍କ ପାଇଁ ସାପ ହେବାରେ କ୍ଷତି ନାହିଁ
ବେଙ୍ଗାଲୁରୁ (ଏଜେନ୍ସି): କର୍ଣ୍ଣାଟକରେ ପ୍ରଚାର କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ଦିନରେ କଂଗ୍ରେସ ଓ ଜେଡି (ଏସ)କୁ ତୀବ୍ର ସମାଲୋଚନା କରିଛନ୍ତି । ରବିବାର କୋଳାରରେ ଆୟୋଜିତ ରାଲିରେ ବକ୍ତବ୍ୟ ପ୍ରଦାନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, କର୍ଣ୍ଣାଟକର ବିକାଶ କ୍ଷେତ୍ରରେ ଉଭୟ ଦଳ ସବୁଠାରୁ ବଡ଼ ପ୍ରତିବନ୍ଧକ । ଦଇଦଳ ଟିମ୍ ଗଠନ କରି ଲଢ଼ୁଛନ୍ତି । କିନ୍ତୁ ରାଜ୍ରବାସୀ ଏମାନଙ୍କୁ ନିର୍ବାଚନରେ ଉଚିତ ଶିକ୍ଷା ଦେବେ । କଂଗ୍ରେସ ଏକ ପୁରୁଣା ଇଞ୍ଜିନ ବୋଲି ଅଭିହିତ କରି ମୋଦି କହିଛନ୍ତି, ଦଳର ନେତାମାନେ କେବଳ ପ୍ରତିଶ୍ରୁତି ଦେଇଥାନ୍ତି । କ୍ଷମତା ହାସଲ ପରେ ଜନତାଙ୍କୁ ଭୁଲି ଯାଇଥାନ୍ତି । ଜେଡି(ଏସ୍) ମଧ୍ୟ ପଙ୍ଗୁ । କିନ୍ତୁ ରାଜ୍ୟର ବିକାଶ ଲାଗି ଡବଲ ଇଞ୍ଜିନଯୁକ୍ତ ସରକାର ଆବଶ୍ୟକ । କେବଳ ବିଜେପି ଏଭଳି ସରକାର ଦେଇପାରିବ ।
କୋଲାର ଠାରେ ଆୟୋଜିତ ରାଲିରେ ବିକଶିତ ଭାରତର ରୋଡ୍ମ୍ୟାପ୍ ସଂପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, କର୍ଣର୍ାଟକ ନିର୍ବାଚନ କେବଳ ଆସନ୍ତା ୫ ବର୍ଷ ଲାଗି ବିଧାୟକ କିମ୍ବା ମନ୍ତ୍ରୀ ନିର୍ବାଚନ ଲାଗି ଉଦ୍ଦିଷ୍ଟ ନୁହେଁ । ଉକ୍ତ ନିର୍ବାଚନ ଆଗାମୀ ୨୫ ବର୍ଷ ଯାଏ ବିକଶିତ ଭାରତବର୍ଷର ରୋାଡ୍ମ୍ୟାପ୍କୁ ସଶକ୍ତ କରିବ ।
ନିକଟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ‘ବିଷଧର ସର୍ପ’ ମନ୍ତବ୍ୟର ଜବାବ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ସାପ ହେଉଛି ଶିବଙ୍କ ବେକର ସୁନ୍ଦରତା । ସାପ ଶିବଙ୍କ ବେକରେ ସଜେଇ ହୋଇରହିଥାଏ । ଦେଶବାସୀ ଭଗବାନ ଶିବଙ୍କ ସଦୃଶ । ସେମାନଙ୍କ ବେକ ପାଇଁ ମୋତେ ସାପ ସହ ତୁଳନା କଲେ ବି ଅସୁବିଧା ନାହିଁ । ଦୁର୍ନୀତି ପାଇଁ କଂଗ୍ରେସ ଓ ଏହାର ରାଜ ପରିବାର ଉପରୁ ଭରସା ତୁଟି ଯାଇଛି । କଂଗ୍ରେସର ପରିଚୟ ସବୁବେଳେ ୮୫% କମିଶନ ସହ ଜଡ଼ିତ । ଏହି ଅବସରରେ ସେ ଡିଜିଟାଲ ଭାରତର ଶକ୍ତି ସଂପର୍କରେ କହିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *