ଭିୱାଣ୍ଡିରେ କୋଠା ଭୁଶୁଡ଼ି ୬ ମୃତ

୧୮ ଘଣ୍ଟା ପରେ ଜଣେ ଜୀବିତାବସ୍ଥାରେ ଉଦ୍ଧାର
ମୁମ୍ବାଇ (ଏଜେନ୍ସି): ମହାରାଷ୍ଟ୍ର ଥାଣେ ଜିଲ୍ଲା ଭିୱାଣ୍ଡିରେ ଏକ ତିନି ମହଲା କୋଠା ଭୁଶୁଡ଼ି ପଡ଼ିବାରୁ ଜଣେ ନାବାଳିକା ସମେତ ଅନୁ୍ୟନ ୬ ଜଣ ପ୍ରାଣ ହରାଇଛନ୍ତି ଓ ୧୨ରୁ ଊଦ୍ଧ୍ୱର୍ ଆହତ ହୋଇ ଚିକିତ୍ସାଧୀନ ଥିବା ଜଣାପଡ଼ିଛି । ଶନିବାର ସନ୍ଧ୍ୟାରେ କୋଠା ଭୁଶୁଡ଼ି ପଡ଼ିଥିଲା । ଭୁଶୁଡ଼ିବାର ନିର୍ଦ୍ଦିଷ୍ଟ କାରଣ ଜଣାପଡ଼ି ନ ଥିଲେ ହେଁ ନିମ୍ନମାନର କାମ ଏହାର ଏକ କାରଣ ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ଏହି ଅଘଟଣ ପରେ ବିଲ୍ଡର୍ ଇନ୍ଦ୍ରଜିତ ପାଟିଲଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ତାଙ୍କୁ ଅଟକ ରଖାଯାଇଛି ।
ଡିସିପି ନବନୀତ ଡାଭଲେ କହିଛନ୍ତି, ୨୦୧୪ରେ ଏହା ନିର୍ମାଣ କରାଯାଇଥିଲା । ବିଲ୍ଡର ଓ ଆଉ କିଛି ଲୋକଙ୍କ ବିରୋଧରେ ରବିବାର ନାରପୋଲି ଥାନାରେ ମାମଲା ରୁଜୁ କରାଯାଇଛି । ଉକ୍ତ ଅଟ୍ଟାଳିକା ବେଆଇନ ଭାବେ ନିର୍ମାଣ କରାଯାଇଛି । ନିର୍ମାଣ ଲାଗି ମୁମ୍ବାଇ ମେଟ୍ରୋପଲିଟାନ ଡେଭଲପ୍ମେଣ୍ଟ ଅଥରିଟିର ଅନୁମତି ନିଆଯାଇ ନ ଥିଲା ।
ଏହାବ୍ୟତୀତ ଅଟ୍ଟାଳିକାର ଭଙ୍ଗାରୁଜା ଅଂଶ ତଳେ ଚାପି ହୋଇରହିଥିବା ଜଣେ ବ୍ୟକ୍ତିଙ୍କୁ ୧୮ ଘଣ୍ଟା ପରେ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି । ଏନ୍ଡିଆର୍ଏଫ୍ ଓ ଟିଡିଆର୍ଏଫ୍ ଦ୍ୱାରା ଉଦ୍ଧାର ହୋଇଥିବା ବ୍ୟକ୍ତି ହେଉଛନ୍ତି ସୁନୀଲ ପିଶା । ରବିବାର ସକାଳ ୮ଟାରେ ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୁଖ୍ୟମନ୍ତ୍ରୀ ଏକନାଥ ଶୀନେ୍ଦ ବିଳମ୍ବିତ ରାତିରେ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବା ସହିତ ଆହତମାନଙ୍କୁ ହସ୍ପିଟାଲରେ ଭେଟିଛନ୍ତି । ମୃତକଙ୍କ ନିକଟତମ ସଂପର୍କୀୟଙ୍କୁ ୫ ଲକ୍ଷ ଟଙ୍କା ଲେଖାଏ ସହାୟତା ପ୍ରଦାନ ଲାଗି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *