ଛତିଶଗଡ଼ରେ ଟ୍ରିବୁ୍ୟନାଲ ଟିମ୍
ମହାନଦୀ ଜଳ ବିବାଦ
୧ଠରେ ହୀରାକୁଦ ଡେଲ୍ଟା ଅନୁଧ୍ୟାନ
ଭୁବନେଶ୍ୱର, ୩୦ା୪(ବୁ୍ୟରୋ): ମହାନଦୀ ଜଳ ବିବାଦର ସମାଧାନ କରିବା ଲାଗି ଟ୍ରିବୁ୍ୟନାଲ ଟିମ୍ ରବିବାର ପୁଣି ଛତିଶଗଡ଼ ଗସ୍ତ କରିଛନ୍ତି । ଟ୍ରିବୁ୍ୟନାଲ ଅଧ୍ୟକ୍ଷ ଓ ଦୁଇ ବିଚାରପତି ସଦସ୍ୟ, ରେଜିଷ୍ଟ୍ରାର, ଦୁଇ ଆସେସର୍, ପକ୍ଷଭୁକ୍ତ ରାଜ୍ୟର ଜଳ ସମ୍ପଦ ଅଧିକାରୀ, ଆଇନଜୀବୀ, ବୈଷୟିକ ଟିମ୍ର ସଦସ୍ୟ ପ୍ରମୁଖ ରବିବାର ଦ୍ୱିତୀୟ ପର୍ଯ୍ୟୟ କ୍ଷେତ୍ର ପରିଦର୍ଶନ କରିଛନ୍ତି । ମେ’ ୩ ପର୍ଯ୍ୟନ୍ତ ଟ୍ରିବୁ୍ୟନାଲ ଟିମ୍ ସେଠାରେ ଉପସ୍ଥିତ ରହି ସ୍ଥ୍ିତି ଅନୁଧ୍ୟାନ କରିବେ । ଏହି ସମୟରେ ଉଭୟ ରାଜ୍ୟର ଜଳ ସମ୍ପଦ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ବେଳେ ଟ୍ରିବୁ୍ୟନାଲ ଟିମ୍ ଶିବନାରାୟଣ, କଲମା ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି । ଏହା ପରେ ଟ୍ରିବୁ୍ୟନାଲ ଟିମ୍ ଆସନ୍ତା ୧୦ ତାରିଖରେ ଓଡ଼ିଶା ଗସ୍ତ କରିବେ । ଏହି ସମୟରେ ହୀରାକୁଦ ଡେଲ୍ଟା ଅଞ୍ଚଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଟ୍ରିବୁ୍ୟନାଲ ଟିମ୍ ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ଛତିଶଗଡ ପରିଦର୍ଶନ କରିଥିଲେ । ଏହି ସମୟରେ ଅନୁଧ୍ୟାନକାରୀ ଦଳ ରବିବାର ମହାନଦୀର ଉତ୍ପତ୍ତି ସ୍ଥଳ ଫାରସିୟା ଗ୍ରାମ, ସୁନ୍ଦର ଡ୍ୟାମର କ୍ଷେତ୍ର ପରିଦର୍ଶନ କରି ଗ୍ରାଉଣ୍ଡ ଜିରୋ ସ୍ଥିତି ସମୀକ୍ଷା କରିଥିଲେ । ଓଡିଶାରେ ପ୍ରବାହିତ ମହାନଦୀ ଶୁଖିଲା ହୋଇପାଡିଥିବା ବେଳେ ଏପ୍ରିଲ ୨୬ ତାରିଖରେ ହଠାତ ଶତିଶଗଡ ସରକାର ଉପର ମୁଣ୍ଡରେ ଥିବା କଲମା ବ୍ୟାରେଜରେ ୨୦ଟି ଗେଟ୍ ଖୋଲି ଦେଇଥିଲେ । ମହାନଦୀର ୫୩ ପ୍ରତିଶତ ପାଣି ଛତିଶଗଡ଼ ପାଖରେ, ୪୬.୫ ପ୍ରତିଶତ ଓଡ଼ିଶାରେ ଅଛି । ମହାନଦୀରେ ଛୋଟବଡ଼ ପ୍ରାୟ ଦୁଇହଜାର ଡ୍ୟାମ୍ ଓ ବ୍ୟାରେଜ ନିର୍ମିତ ହୋଇଛି । ଛତିଶଗଡ଼ ଅବିଭକ୍ତ ମଧ୍ୟପ୍ରଦେଶର ଅଂଶ ଥିବାବେଳେ ଓଡ଼ିଶା ଓ ମଧ୍ୟପ୍ରଦେଶ ମଧ୍ୟରେ ଏକ ଚୁକ୍ତି ହୋଇଥିଲା ।
ସୂଚନା ଯୋଗ୍ୟ, ମହାନଦୀରର ଉପର ମୁଣ୍ଡରେ ଛତିଗଡ ସରକାର ବେଆଇନ ଭାବେ ବ୍ୟାରେଜ୍ ନିର୍ମାଣ କରିବା ଯୋଗୁଁ ମହାନଦୀର ଜଳ ସ୍ତର କମିବାରେ ଲାଗିଛି । ଏହାକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ବିବାଦ ଦେଖାଦେଇଥିଲା । ବିବାଦର ସମାଧାନ ଲାଗି କେନ୍ଦ୍ର ସରକାର ଗତ ୨୦୧୮ ମସିହା ମାର୍ଚ୍ଚ ୧୩ ତାରିଖରେ ଟ୍ରିବୁ୍ୟନାଲ ଗଠନ କରିଥିଲେ । ଏହି ଟ୍ରିବୁ୍ୟନାଲର କାର୍ଯ୍ୟକାଳ ୫ ବର୍ଷ ରହିଥିଲେ । ତେବେ ଏହି ୫ ବର୍ଷ ମଧ୍ୟରେ ମାମଲାର କୈଣସି ନିର୍ଷ୍କ ବାହାରି ପାରିନି । ମାମଲାର ସମ୍ବଦନଶୀଳତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଟ୍ରିବୁ୍ୟନାଲରେ କାର୍ଯ୍ୟକାଳକୁ ଆଉ ୨୧ ମାସ ପାଇଁ ବୃଦ୍ଧି କରିଛନ୍ତି । ଯଦିଓ ଜଳ ବିବାଦର ଚୁଡାନ୍ତ ସମାଧାନ ବାହିରି ପାରିନି, ତେବେ ଏହାରି ଭିତରେ ଉଭୟ ଟ୍ରିବୁ୍ୟନାଲରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ କରାଯାଇଛି । ଓଡିଶାକୁ ତାର ହକ୍କୁ କିଭଳି ବଞ୍ଚିତ କରାଯାଉଛି, ସେନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଟ୍ରିବୁ୍ୟନାଲରେ ସତ୍ୟପାଠ ଜରିଆରେ ଦାଖଲ କରାଯାଇଛି । ଏହାରି ଭିତରେ ମହାନଦୀ ଜଳ ବିବାଦ ପ୍ରସଙ୍ଗକୁ ନେଇ ଛତିଶଗଡର ଏକଚାଟିଆ କାରବାରକୁ ତୀବ୍ର ବିରୋଧ ଜାରି କରିଛନ୍ତି ରାଜ୍ୟ ସରକାର ।