ପ୍ରିୟଙ୍କା ସର ଓଡିÿଶା ଟପ୍ପର

ଜେଇଇ ମେନ୍ ସେସନ୍-୨ ଫଳ ପ୍ରକାଶ
ଭୁବନେଶ୍ୱର, ୨୯ା୪(ବୁ୍ୟରୋ): ଇଞ୍ଜିନିୟରିଂରେ ନାମ ଲେଖା ପାଇଁ ନାସ୍ନାଲ୍ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ପକ୍ଷରୁ ଦେଶର ସର୍ବବୃହତ୍ ମିଳିତ ପ୍ରବେଶିକା ପରୀକ୍ଷା ଜେଇଇ(ମେନ୍) ସେସନ୍-୨ ପରୀକ୍ଷା ଫଳ ଶନିବାର ପ୍ରକାଶ କରାଯାଇଛି । ସର୍ବଭାରତୀୟ ସ୍ତରରେ ୪୩ ପରୀକ୍ଷାର୍ଥୀ ୧୦୦ ପର୍ସେଣ୍ଟାଇଲ୍ ସ୍କୋର୍ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ଟପ୍ ର୍ୟାଙ୍କ୍ର ପ୍ରାୟ ଅଢେଇ ଲକ୍ଷ ପରୀକ୍ଷାର୍ଥୀ ଜେଇଇ (ଆଡଭାନ୍ସଡ୍) ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସର୍ବଭାରତୀୟ ସ୍ତରରେ ତେଲେଙ୍ଗାନାର ସିଙ୍ଗରାଜୁ ଭେଙ୍କଟ କୁଣ୍ଡିନ୍ୟ ଟପ୍ପର ହୋଇଛନ୍ତି । ଆନ୍ଧ୍ର ପ୍ରଦେଶର କାଲ୍ଲାକୁରୀ ସାଇନାଥ ଶ୍ରୀମନ୍ଥ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି । ତୃତୀୟ ସ୍ଥାନରେ ଅଛନ୍ତି ରାଜସ୍ଥାନର ଇଶାନ ଖଣ୍ଡେନୱାଲ । ୯୯.୯୮ ପର୍ସେଣ୍ଟାଇଲ୍ ସହ ଭୁବନେଶ୍ୱର ଛାତ୍ରୀ ପ୍ରିୟଙ୍କା ସର ହୋଇଛନ୍ତି ରାଜ୍ୟ ଟପ୍ପର ।
ଏହି ପରୀକ୍ଷା ଏପ୍ରିଲ ୬, ୮, ୧୦, ୧୧, ୧୨, ୧୩ ଓ ୧୫ ତାରିଖରେ ହୋଇଥିଲା । ଏବର୍ଷ ପ୍ରାୟ ୯ ଲକ୍ଷ ଛାତ୍ରଛାତ୍ରୀ ଜେଇଇ ମେନ୍ସ ସେସନ୍-୨ ପରୀକ୍ଷା ଦେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *