ମେ’ ୫ ପରେ ସାମୁଦ୍ରିକ ଝଡ଼

ଭୁବନେଶ୍ୱର, ୨୯ା୪(ବୁ୍ୟରୋ): ଦକ୍ଷିଣ ବଙ୍ଗୋପସାଗରରେ ଏକ ଲଘୁ·ପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ମେ’ ୫ ତାରିଖ ପାଖାପାଖି ଏହି ଲଘୁ·ପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।
ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ମହାପାତ୍ର କହିଛନ୍ତି, ଲଘୁ·ପ କ୍ଷେତ୍ରଟି କେଉଁ ଦିନ ସୃଷ୍ଟି ହେବ, ସେ ନେଇ ଚିତ୍ର ସ୍ପଷ୍ଟ ହୋଇନାହିଁ । ହେଲେ ମେ’ ୫ ତାରିଖ ପାଖାପାଖି ଏହା ସୃଷ୍ଟି ହେବାର ସମ୍ଭାବନା ରହିଛି । ଲଘୁ·ପ କ୍ଷେତ୍ର ଲଘୁ·ପରେ ପରିଣତ ହେବା ପରେ ଅବପାତରେ ପରିଣତ ହୋଇପାରେ । ତେବେ ଅବପାତ ବାତ୍ୟାରେ ପରିଣତ ହେବ କି ନାହିଁ ସ୍ପଷ୍ଟ ହୋଇ ନାହିଁ । ଆଇଏମ୍ଡି ଡିଜି ଶ୍ରୀ ମହାପାତ୍ର କହିଛନ୍ତି ଯେ ଲଘୁ·ପ କ୍ଷେତ୍ର ସୃଷ୍ଟି ହେବା ପରେ ଯାଇ ଏହାର ଗତିବିଧି ସ୍ପଷ୍ଟ ହେବ । ବର୍ତ୍ତମାନର ଆକଳନ ଅନୁସାରେ ଏହି ଲଘୁ·ପ କ୍ଷେତ୍ରର ପ୍ରଭାବ ଦକ୍ଷିଣ ବଙ୍ଗୋପସାଗର ଉପରେ ପଡ଼ିବ । ହେଲେ ଓଡ଼ିଶା ଉପରେ ଏହା ପ୍ରଭାବ ପଡ଼ିବ ନାହିଁ । ମତ୍ସ୍ୟଜୀବୀମାନେ ସେହି ସମୟରେ ଦକ୍ଷିଣ ବଙ୍ଗୋପସାଗରକୁ ନଯିବାକୁ ପରାମର୍ଶ ଦିଆଯାଇଛି । ସମ୍ଭାବ୍ୟ ଲଘୁ·ପ କ୍ଷେତ୍ର ଉପରେ ନିରନ୍ତର ଦୃଷ୍ଟି ରଖାଯାଇଛି । ଲଘୁ·ପ କ୍ଷେତ୍ର ସୃଷ୍ଟି ହେବା ପରେ ସଠିକ୍ ଭାବରେ ତଥ୍ୟ ଦିଆଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ସାରା ବିଶ୍ୱରେ ପାଣିପାଗ ଆକଳନ ପାଇଁ ୫ ଦିନ ଧରି ଯେଉଁ ଲକ୍ଷଣ ଦେଖାଯାଏ, ତାହାକୁ ନେଇ ପୂର୍ବନୁମାନ କରାଯାଇଥାଏ । ଏହି କ୍ଷେତ୍ରରେ ମଧ୍ୟ ଆସନ୍ତା ୧ ତାରିଖରେ ଅନେକ କିଛି ସ୍ପଷ୍ଟ ହେବ ବୋଲି କୁହାଯାଇଛି ।
ରବିବାର ରାଜ୍ୟର କେତେକ ସ୍ଥାନରେ ହାଲୁକା ବର୍ଷା ହୋଇପାରେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *