ରଞ୍ଜନ ଦାସ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ଆଇଏଏସ୍, ଆଇପିଏସ୍ ସ୍ତରରେ ଅଦଳ ବଦଳ
ଭୁବନେଶ୍ୱର, ୨୯ା୪(ବୁ୍ୟରୋ): ବଦଳିଲେ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ । ବରିଷ୍ଠ ପ୍ରଶାସନିକ ଅଧିକାରୀ ରଞ୍ଜନ ଦାସଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବରେ ନିଯୁକ୍ତ ଦେଇଛନ୍ତି ରାଜ୍ୟ ସରକାର । ସେ ବର୍ତ୍ତମାନର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ଠାରୁ ଦାୟିତ୍ୱ ଗ୍ରହଣ କରିବେ । ଶ୍ରୀ ଦାସ ବର୍ତ୍ତମାନ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଦାୟିତ୍ୱ ତୁଲାଉଥିଲେ ।
ଦୀଲ୍ଲିପ ରାଉରାୟଙ୍କୁ ଓଡିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗର ନିଦେ୍ର୍ଦଶକ ଭାବେ ନିଯୁକ୍ତି ମିଳିଛି । ଏଥିସହିତ ଓଡିଶା ମୋ ପରିବାରର ନିଦେ୍ର୍ଦଶ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ସେହିପରି ବିରିଷ୍ଠ ପ୍ରଶାସନିକ ଅଧିକାରୀ ଶ୍ରୀକାନ୍ତ ପୃଷ୍ଟିଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅବସ୍ଥାପିତ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦ ପରେ ଏନେଇ ସାଦାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।
ରାଜ୍ୟର ବରିଷ୍ଠ ଆଇପିଏସ୍ ସ୍ତରରେ ଅଦଳ ବଦଳ ହୋଇଛି । ୧୯୯୩ ବ୍ୟାଚ୍ ର ବରିଷ୍ଠ ପୁଲିସ ଅଧିକାରୀ ବିନୟତୋଷ ମିଶ୍ରଙ୍କୁ ହୋମ୍ଗାର୍ଡ ଓ ଅଗ୍ନିଶମ ଡିଜି , ସିଭିଲ ଡିଫେନ୍ସ ନିଦେ୍ର୍ଦଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ବର୍ତ୍ତମାନ ଶ୍ରୀ ମିଶ୍ର ରାଜ୍ୟ କ୍ରାଇମ୍ ରେକର୍ଡ ବୁ୍ୟରୋର ନିଦେ୍ର୍ଦଶକ ଭାବେ ଦାୟିତ୍ୱ ତୁଲାଉଛନ୍ତି । ଆସନ୍ତାକାଲି ହୋମଗାର୍ଡ ଓ ଅଗ୍ନିଶମ ଡିଜି ସନ୍ତୋଷ କୁମାର ଉପାଧ୍ୟାୟଙ୍କ ଚାକିରୀ କାର୍ଯ୍ୟକାଳ ଶେଷ ହୋଉଛି । ଏହାକୁ ଦୃଷ୍ଟିରେ ରଖି ଶ୍ରୀ ମିଶ୍ରଙ୍କୁ ହୋମଗାର୍ଡ ଓ ଅଗ୍ନିଶମ ଡିଜି ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ୧୯୮୮ ବ୍ୟାଚ୍ ର ଆଇପିଏସ୍ ତଥା ସ୍ପେସାଲ ଡିଜି ( କମୁ୍ୟନିକେସନ୍) ଆରୁଣ ରାୟ ଏବଂ ୧୯୮୯ ବ୍ୟାଚର ଆଇପିଏସ୍ ତଥା ସ୍ପେଶାଲ ଜିଡି ସିଦ୍ଧାର୍ଥ ମହାଡୁ ନର୍ଭାଣେଙ୍କୁ ଗୃହ ବିଭାଗର ଓଏସିଡି ଭାବେ ବଦଳି କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଏନେଇ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି