ସରିଲା ପ୍ରଥମ ଟ୍ରାଏଲ୍ ରନ୍

୩୦ରେ ଦ୍ୱିତୀୟ, ମେ’ ପହିଲାରେ ତୃତୀୟ ପର୍ଯ୍ୟାୟ ପରୀକ୍ଷାମୂଳକ ଚଳାଚଳ

ଭୁବନେଶ୍ୱର, ୨୮ା୪(ବୁ୍ୟରୋ): ଶୁକ୍ରବାର ବନେ୍ଦ ଭାରତ ଏକ୍ସପ୍ରେସ୍ର ଟ୍ରାଏଲ ରନ୍ ସଫଳତାର ସହ ସରିଛି । ସକାଳ ୬ ଟା ୧୦ ମିନିଟ୍ରେ ଏହା କଲିକତାର ହାୱଡା ଷ୍ଟେସନ ଛାଡି ୯ଟାରେ ବାଲେଶ୍ୱରରେ ପହଞ୍ଚିଥିଲା । ସେହିପରି ଏହା ଭଦ୍ରକରେ ୯ ଟା ୪୦ରେ, ୧୦ ଟା ୧୫ରେ ଯାଜପୁର ରୋଡ୍, ୧୧ଟା ୧ରେ କଟକ, ସାଢ଼େ ୧୧ଟା ଭୁବନେଶ୍ୱର ଏବଂ ପୂର୍ବନିର୍ଦ୍ଧାରିତ ୧୨ ଟା ୩୫ ମିନିଟ୍ରେ ପୁରୀ ଷ୍ଟେସନରେ ପହଞ୍ଚିଥିଲା । ପୁରୀରେ ୧ ଘଣ୍ଟା ୧୫ ମିନିଟ୍ ରହଣି ପରେ ଅପରାହ୍ଣ ୧ଟା ୫୦ ମିନିଟ୍ ସମୟରେ ଏହା ହାୱଡା ଅଭିମୁଖେ ବାହାରିଥିଲା ।
ଟ୍ରାଏଲ ରନ୍ ବେଳେ ପ୍ରତି ନିର୍ଦ୍ଧାରିତ ଷ୍ଟେସନରେ ୨ ମିନିଟ୍ ଲେଖାଏଁ ଅଟକିଥିଲା ବନେ୍ଦ ଭାରତ । ସ୍ୱଦେଶୀ ଅତ୍ୟାଧୁନିକ ହାଇସ୍ପିଡ୍ ଟ୍ରେନ୍କୁ ଦେଖିବା ପାଇଁ ପ୍ରତ୍ୟେକ ଷ୍ଟେସନ୍ରେ ଭିଡ ଜମିଥିଲା । ପୁରୀରେ ବନେ୍ଦ ଭାରତ ଏକ୍ସପ୍ରେସ୍ର ରହଣି ସମୟରେ ରେଳ କର୍ମଚାରୀ ଓ ଯାତ୍ରୀମାନେ ଟ୍ରେନ୍ ଭିତର ବୁଲି ଦେଖିଥିଲେ ।
ଏହି ଟ୍ରେନ୍ରେ ୧୬ଟି କୋଚ୍ ଅଛି । ଏହାର ଘଣ୍ଟା ପ୍ରତି ବେଗ ୧୮୦ କିମି । ଫଳରେ ହାୱଡା-ପୁରୀ ଯାତ୍ରା ସମୟ ପ୍ରାୟ ୨ ଘଣ୍ଟା କମିଯିବ । ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଟ୍ରେନ୍ରେ ସ୍ୱୟଂଚାଳିତ କ୍ଲୋଜ୍ ଡୋର ରହିଛି । ପ୍ରତ୍ୟେକ କୋଚରେ ୪ଟି ଇମର୍ଜେନ୍ସି ୱିଣ୍ଡୋ ଓ ୪ଟି ସିସିଟିଭି କ୍ୟାମେରା ଲାଗିଛି ।
ଓଡ଼ିଶାରେ ରେଳ ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟର ୩ଟି ରୁଟ୍ରେ ବନେ୍ଦ ଭାରତ ସୁପରଫାଷ୍ଟ ଏକ୍ସପ୍ରେସ ଚଳାଇବାକୁ ଦାବି କରିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ । ଏନେଇ ଶୁକ୍ରବାର ପରିବହନ ମନ୍ତ୍ରୀ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖିଛନ୍ତି ।
ପରିବହନ ମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି, ପଶ୍ଚିମ ଓଡ଼ିଶାକୁ ଖୁବ୍ କମ୍ ଦ୍ରୁତଗାମୀ ଟ୍ରେନ୍ ଯାତାୟାତ କରୁଛି । ତେଣୁ ପୁରୀ-ରାଉରକେଲା ଭାୟା ସମ୍ବଲପୁର ବନେ୍ଦ ଭାରତ ଏକ୍ସପ୍ରେସ୍ ଚଳାଚଳ କଲେ ରାଜ୍ୟର ରାଜଧାନୀକୁ ପଶ୍ଚିମ ଓଡ଼ିଶାର ଅଧିକଂଶ ଜିଲ୍ଲା ସହ ଯୋଡା ଯାଇପାରିବ । ଏହାଦ୍ୱାରା ରାଜ୍ୟ ଭିତରେ ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହନ ମିଳିବା ସହ ଭୁବନେଶ୍ୱର ବିମାନବନ୍ଦର ସହ ଝାରସୁଗୁଡ଼ା, ରାଉରକେଲା ବିମାନବନ୍ଦର ମଧ୍ୟରେ
ଯୋଗାଯୋଗରେ ଉନ୍ନତି ହେବ । ଓଡ଼ିଶାର ବହୁଭାଗ ଲୋକ ହାଇଦ୍ରାବାଦରେ ରହୁଛନ୍ତି । ତେଣୁ ଭୁବନେଶ୍ୱରରୁ ହାଇଦ୍ରାବାଦକୁ ବନେ୍ଦ ଭାରତ ଏକ୍ସପ୍ରେସ ଚଳାଇବାକୁ ସେ ଦାବି କରିଛନ୍ତି । ଏହି ୩ଟି ବନେ୍ଦ ଭାରତ ଏକ୍ସପ୍ରେସ ·ଲିଲେ ଯାତ୍ରୀଙ୍କୁ ଶୀଘ୍ର ଓ ଦ୍ରୁତଗାମୀ ଟ୍ରେନ୍ ଯାତ୍ରାର ସୁବିଧା ମିଳିବା ସହ ପର୍ଯ୍ୟଟକ ଓ ବ୍ୟବସାୟୀ ଉପକୃତ ହେବେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *