ଅଭିଯୋଗ ନ ଥିଲେ ବି ଏତଲା
ହେଟ୍ ସ୍ପିଚ୍: ସୁପ୍ରିମ୍କୋର୍ଟଙ୍କ କଠୋର ଆଭିମୁଖ୍ୟ
ନୂଆଦିଲ୍ଲୀ, ୨୮ା୪: ହେଟ୍ ସ୍ପିଚ୍ ବା ଘୃଣା ବୟାନ ମାମଲାରେ ସୁପ୍ରିମ୍ କୋର୍ଟ ଶୁକ୍ରବାର ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶକୁ ତକ୍ରାଳ କାର୍ଯ୍ୟାନୁଷ୍ଠାନ ନେବା ଲାଗି ନିଦେ୍ର୍ଦଶ ଦେଇଛନ୍ତି । ଶୀର୍ଷ ଅଦାଲତ କହିଛନ୍ତି, ଘୃଣା ବୟାନ ମାମଲା ସାମ୍ନାକୁ ଆସିବା ମାତ୍ରେ ଅଭିଯୋଗ ନ ଥିଲେ ମଧ୍ୟ ଏତଲା ରୁଜୁ କରିବାକୁ ହେବ । ଏ ସମ୍ବନ୍ଧୀୟ ମାମଲା ରୁଜୁରେ ବିଳମ୍ବ ହେଲେ ତାହାକୁ ଅଦାଲତ ଅବମାନନା ବୋଲି ଧରି ନିଆଯିବ । ଏପରି ମାମଲାରେ ବୟାନ ଦେଇଥିବା ବ୍ୟକ୍ତିଙ୍କ ଧର୍ମ ପ୍ରତି ଦୃଷ୍ଟି ଦିଆଯିବା ଅନୁଚିତ । ଅନ୍ୟଥା ସମ୍ବିଧାନର ଧର୍ମନିରପେକ୍ଷ ଅବଧାରଣା କ୍ଷୁଣ୍ଣ ହେବା ଆଶଙ୍କା ଅଛି । କୋର୍ଟ କହିଛନ୍ତି, ନ୍ୟାୟାଧିଶ ଅଣରାଜନୈତିକ । ପ୍ରଥମ ପକ୍ଷ ବା ଦ୍ୱିତୀୟ ପକ୍ଷଙ୍କ ସମ୍ପର୍କରେ ସେ ଚିନ୍ତା କରନ୍ତି ନାହିଁ । ବିଚାରପତିଙ୍କ ମସ୍ତିଷ୍କରେ କେବଳ ଗୋଟିଏ କଥା ଥାଏ – ଭାରତର ସମ୍ବିଧାନ ।
ଉଲ୍ଲେଖଯୋଗ୍ୟ ଯେ ସାମ୍ବାଦିକ ଶାହିନ ଅବଦୁଲ୍ଲାଙ୍କ ପିଟିସନ୍ର ଶୁଣାଣି କରି ସୁପ୍ରିମ୍କୋର୍ଟ ୨୦୨୨ ଅକ୍ଟୋବର ୨୧ ତାରିଖ ଦିନ ଏ ସମ୍ବନ୍ଧୀୟ ଆଦେଶ ୩ଟି ରାଜ୍ୟ (ଉତ୍ତର ପ୍ରଦେଶ, ଦିଲ୍ଲୀ ଓ ଉତ୍ତରାଖଣ୍ଡ)କୁ ଦେଇଥିଲେ । ସେହି ଆଦେଶ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ପାଇଁ ଲାଗୁ ହେଉ ବୋଲି ପ୍ରାର୍ଥନା କରି ଆବେଦନକାରୀ ପୁନଃପିଟିସନ୍ ଦାଖଲ କରିଥିଲେ । ନ୍ୟାୟମୂର୍ତ୍ତି କେଏମ୍ ଯୋଶେଫ୍, ନ୍ୟାୟମୂର୍ତ୍ତି ଡିଭି ନାଗରନôାଙ୍କ ପୀଠରେ ମାମଲାର ପରବର୍ତ୍ତୀ ଶୁଣାଣି ମେ’ ୧୨ ତାରିଖ ଦିନ ହେବ ।