କୋଟିର ଖରିଫ ଫସଲ ଋଣ
ଚାଷୀଙ୍କୁ ମିଳିବ ୯୫ଠଠ
ଭୁବନେଶ୍ୱର, ୨୮ା୪(ବୁ୍ୟରୋ): ୨୦୨୨ ଖରିଫ ଋତୁରେ ସମବାୟ ସଂସ୍ଥା ଦ୍ୱାରା ୯ ହଜାର କୋଟି ଟଙ୍କା ଫସଲ ଋଣ ଲକ୍ଷ୍ୟ ରଖାଯାଇଥିଲା । ଉକ୍ତ ବର୍ଷ ରାଜ୍ୟର ୧୮ ଲକ୍ଷ ୯୯୯ ଜଣ ଚାଷୀଙ୍କୁ ୮୭୧୦ କୋଟି ୭୮ ଲକ୍ଷ ଟଙ୍କାର ଫସଲ ଋଣ ଯୋଗାଇ ଦିଆଯାଇଥିଲା । ଚଳିତ ଖରିଫ ଋତୁରେ ଚାଷୀଙ୍କୁ ୯୫୦୦ କୋଟି ଟଙ୍କାର ଫସଲ ଋଣ ଯୋଗାଇଦେବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ।
ମନ୍ତ୍ରୀ କହିଛନ୍ତି, କୃଷି ରାଜ୍ୟ ଅର୍ଥନୀତିର ମୂଳ ଆଧାର । ରାଜ୍ୟ ଜନସଂଖ୍ୟାର ୬୦ ପ୍ରତିଶତରୁ ଅଧିକ କୃଷି ଉପରେ ନିର୍ଭର କରୁଛନ୍ତି । କୃଷି କ୍ଷେତ୍ରରେ ଚାଷୀମାନଙ୍କୁ ସ୍ୱଳ୍ପ ମିଆଦୀ ଫସଲ ଋଣ ଯୋଗାଣ କ୍ଷେତ୍ରରେ ସମବାୟ ବିଭାଗ ସବୁବେଳେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛି । ରାଜ୍ୟରେ ମୋଟ ଫସଲ ଋଣର ସିଂହଭାଗ ସମବାୟ ସମିତି ମାଧ୍ୟମରେ ଚାଷୀମାନଙ୍କୁ ଯୋଗାଇଦିଆଯାଉଛି । ଖରିଫ ଚାଷ ନିମନ୍ତେ ଚାଷୀମାନେ ଆବଶ୍ୟକ କରୁଥିବା ଋଣ ଯେପରି ଠିକ୍ ସମୟରେ ପାଇପାରିବେ, ସେଥି ନିମନ୍ତେ ଆଗୁଆ ପଦକ୍ଷେପ ନେବାକୁ ସମବାୟ ମନ୍ତ୍ରୀ ଶ୍ରୀ ନାୟକ ନିଦେ୍ର୍ଦଶ ଦେଇଛନ୍ତି । ଫସଲ ଋଣ କ୍ଷେତ୍ରରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଅଗ୍ରାଧିକାର ଦେବାକୁ କୁହାଯାଇଛି । ଭାଗଚାଷୀ, ପ୍ରକୃତ ଚାଷୀମାନଙ୍କ ଯୁଗ୍ମଦେୟ ଗୋଷ୍ଠୀ ଗଠନ ମାଧ୍ୟମରେ ଫସଲ ଋଣ ଯୋଗାଇ ଦିଆଯିବ । ଏଥିସହିତ କୃଷି ଓ ଅନୁଷଙ୍ଗିକ କାର୍ଯ୍ୟ ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ, ବିଶେଷକରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ପ୍ରାଧାନ୍ୟ ଦେବା ପାଇଁ କୁହାଯାଇଛି । ଉଦ୍ୟାନ କୃଷି ଓ ବାଣିଜି୍ୟକ ଫସଲ ଚାଷ ନିମନ୍ତେ ଫସଲ ଋଣ ଯୋଗାଇ ଦେବାକୁ ପ୍ରାଥମିକତା ପ୍ରଦାନ ସହିତ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ବିଭାଗକୁ ପରାମର୍ଶ ଦିଆଯାଇଛି ବୋଲି ସମବାୟ ମନ୍ତ୍ରୀ ଶ୍ରୀ ନାୟକ ସୂଚନା ଦେଇଛନ୍ତି ।