ପୁରୀ-ହାୱଡ଼ା ବନେ୍ଦ ଭାରତ
ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ
ମେ’ରୁ ଚାଲିବା ସମ୍ଭାବନା
ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର, ୨୬ା୪(ବୁ୍ୟରୋ): ଆସନ୍ତା ମାସରେ ଓଡ଼ିଶାରେ ଦୌଡ଼ିପାରେ ବନେ୍ଦ ଭାରତ ଏକ୍ସପ୍ରେସ୍ । ସେଥିପାଇଁ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ହୋଇଛି । ଚେନ୍ନାଇ ସ୍ଥିତ ଇଣ୍ଟିଗ୍ରାଲ କୋଚ୍ ଫ୍ୟାକ୍ଟ୍ରିରୁ ବଗି କୋଲକାତା ଅଭିମୁଖେ ଯାଇଥିବା ଜଣାପଡିଛି । ସେଠାରେ ଆନୁଷଙ୍ଗିକ ରକ୍ଷଣାବେକ୍ଷଣ ପରେ ଓଡ଼ିଶା ଆସିବ । ଓଡ଼ିଶାରେ ତ୍ୱତୀୟ ପର୍ଯ୍ୟାୟ ମେଣ୍ଟିନାନ୍ସ ପରେ ବିଧିବଦ୍ଧ ବନେ୍ଦ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଉଦ୍ଘାଟନ ହେବ ବୋଲି ଜଣାପଡ଼ିଛି ।
ସୂଚନା ଅନୁସାରେ, ନୂଆ ବନେ୍ଦ ଭାରତ ଏକ୍ସପ୍ରେସ୍ ପୁରୀରୁ ହାୱାଡା ଭାୟା ଭୁବନେଶ୍ୱର ଦେଇ ଚଳାଚଳ କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭ ଉଦ୍ଘାଟନ କରିପାରନ୍ତି । ତେବେ ଏହାର ସମୟ ସାରଣୀ ପ୍ରସ୍ତୁତ ହୋଇ ନ ଥିବା ଜଣାପଡିଛି ।
ବନେ୍ଦ ଭାରତ ଚାଲିଲେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ ବୋଲି କୁହାଯାଉଛି । ବନେ୍ଦ ଭାରତ ଏକ୍ସପ୍ରେସରେ ଯାତ୍ରୀମାନଙ୍କ ପାଇଁ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ରହିଛି ଯାହାଦ୍ୱାରା ଯାତ୍ରା ଆରାମଦାୟକ ହେବା ସହ କମ୍ ସମୟ ମଧ୍ୟରେ ଯାତ୍ରୀମାନେ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରିବେ । ବର୍ତ୍ତମାନ ସୁଦ୍ଧା ଦେଶର ୯ଟି ରୁଟ୍ରେ ବନେ୍ଦ ଭାରତ ଚଳାଚଳ କରୁଛି ।