ଶି-ଜେଲେନ୍ସ୍କି ଆଲୋଚନା

କିବ୍/ବିଜିଂ, ୨୬ା୪: ଚୀନ୍ ରାଷ୍ଟ୍ରପତି ଶି-ଜିନ୍ ପିଙ୍ଗ୍ ଓ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍ସ୍କିଙ୍କ ମଧ୍ୟରେ ବୁଧବାର ଫୋନ୍ ମାଧ୍ୟରେ ରୁଷ୍-ୟୁକ୍ରେନ୍ ଯୁଦ୍ଧ ସମ୍ପର୍କରେ ଆଲୋଚନା ହୋଇଛି । ଜେଲେନ୍ସ୍କି ଓ ଚୀନ୍ର ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ହୁଆ ଚୁନଇଙ୍ଗ୍ ଟୁଇଟ୍ ମାଧ୍ୟମରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଚୀନ୍ ପକ୍ଷରୁ କୁହାଯାଇଛି ଯେ ୟୁକ୍ରେନ୍ ସଙ୍କଟର ରାଜନୈତିକ ସମାଧାନ ପ୍ରସଙ୍ଗରେ ସବୁ ପକ୍ଷଙ୍କ ସହ ବିସ୍ତୃତ ଆଲୋଚନା ପାଇଁ ସ୍ୱତନ୍ତ୍ର ପ୍ରତିନିଧି ପଠାଯିବ । ୟୁକ୍ରେନ୍କୁ ଚୀନ୍ ପକ୍ଷରୁ ମାନବିକ ସହାୟତା ପ୍ରଦାନ କରାଯାଇଛି, ଭବିଷ୍ୟତରେ ମଧ୍ୟ ଏହି ଧାରା ଜାରି ରହିବ । ରାଷ୍ଟ୍ରପତି ଜେଲେନ୍ସ୍କି କହିଛନ୍ତି, ମୁଁ ରାଷ୍ଟ୍ରପତି ଶି ଜିନ୍ପିଙ୍ଗ୍ଙ୍କ ସହ ବହୁ ସମୟ ଧରି ଫୋନ୍ରେ କଥା ହୋଇଛି । ମୋର ବିଶ୍ୱାସ ଚୀନ୍ରେ ୟୁକ୍ରେନ୍ର ରାଷ୍ଟ୍ରଦୂତ ନିଯୁକ୍ତି ଦ୍ୱାରା ଦ୍ୱିପାକ୍ଷିକ ସମ୍ପର୍କରେ ଉନ୍ନତି ଘଟିବ । ଜେଲେନ୍ସ୍କି କିନ୍ତୁ ଆଲୋଚନାର ବିଷୟ ବସ୍ତୁ ପ୍ରକାଶ କରି ନାହାନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *