ବନ୍ଧୁକ ମୁନରେ ଲୁଟିଲେ ୪୦ ଲକ୍ଷ ଟଙ୍କା ଓ ସୁନା
ଜଳେଶ୍ୱରରେ ବ୍ୟାଙ୍କ୍ ଡକାୟତି
ଜଳେଶ୍ୱର, ୨୬ ।୪: ସ୍ଥାନୀୟ ୟୁନିୟନ୍ ବ୍ୟାଙ୍କ ଶାଖାରେ ବଡ ଧରଣର ଲୁଟ୍ ହୋଇଛି । ଜଳେଶ୍ୱରର ଚନ୍ଦନେଶ୍ୱରଠାରେ ଥିବା ୟୁନିୟନ ବ୍ୟାଙ୍କ ଶାଖାରେ ୮ ଜଣ ଦୁର୍ବୃତ୍ତ ପଶି ବନ୍ଧୁକ ମୁନରେ କର୍ମଚାରୀଙ୍କୁ ଭୟଭୀତ କରାଇ ଗୋଟିଏ କୋଠରୀରେ ତାଲା ପକାଇ ପ୍ରାୟ ୪୦ ଲକ୍ଷ ଟଙ୍କା ଓ ସୁନା ଲୁଟି ନେଇଛନ୍ତି । ୮ ଦୁବୃର୍ତ୍ତ ଲୁଟ୍ କରିବା ପରେ କେଉଁଆଡେ ଫେରାର ହୋଇ ଯାଇଛନ୍ତି । ସୂଚନା ଅନୁଯାୟୀ, ବୁଧବାର ଅପରାହ୍ନ ପ୍ରାୟ ୧.୨୦ ସମୟରେ ପ୍ରଥମେ ୪ ଜଣ ଡକାୟତ ମାସ୍କ ପିନ୍ଧି ବ୍ୟାଙ୍କ ଭିତରେ ପଶିଥିଲେ । ବାହାରେ ରହି ସ୍ଥିତି ଉପରେ ନଜର ରଖିଥିବା ଆଉ ୩ ଜଣ ଡକାୟତ ପରେ ବ୍ୟାଙ୍କ ଭିତରକୁ ଯାଇଥିଲେ । ପରେ ପରେ ସେମାନେ ବ୍ୟାଙ୍କ କର୍ମ·ରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଟଙ୍କା, ସୁନା ଲୁଟିଥିଲେ । ବ୍ୟାଙ୍କ ଠାରୁ ପଶ୍ଚିମବଙ୍ଗ ଦୀଘା ମାତ୍ର ୨ କିଲୋମିଟର । ଦୁର୍ବୃତ୍ତମାନେ ବାଇକ୍ ଯୋଗେ ଦୀଘା ଦିଗକୁ ପଳାଇଥିଲେ । ପୁଲିସ ପହଞ୍ଚି ବିଭିନ୍ନ ଦିଗକୁ ନେଇ ଛାନଭିନ୍ ଆରମ୍ଭ କରିଛି । କର୍ମ·ରୀମାନଙ୍କୁ ପଚରାଉଚରା କରିବା ସହ ଆଖପାଖରେ ଥିବା ସିସିଟିଭି ଯାଞ୍ଚ କରି ଦୁର୍ବୃତ୍ତଙ୍କୁ ଖୋଜିବା ପ୍ରୟାସ ଆରମ୍ଭ କରିଛି ପୁଲିସ୍ । ଏହି ଲୁଟ୍ ପଛରେ ବ୍ୟାଙ୍କର କୌଣସି କର୍ମ·ରୀଙ୍କ ହାତ ଅଛି କି ନାହିଁ ତାହାର ଯାଞ୍ଚ ହେଉଛି । କରାଯାଉଛି । ଦିନ ଦ୍ୱିପ୍ରହରରେ ଏଭଳି ଲୁଟ୍ ହୋଇଥିବାରୁ ସାଧାରଣରେ ଭୟର ବାତାବରଣ ଖେଳିଯାଇଛି ।
ପ୍ରକୃତରେ କେତେ ଟଙ୍କା ଓ ସୁନା ଲୁଟ୍ ହୋଇଛି ସେ ନେଇ ପୁଲିସ କିମ୍ବା ବ୍ୟାଙ୍କ କର୍ତ୍ତୃପକ୍ଷ ସ୍ପଷ୍ଟ କରିନାହାନ୍ତି । ଡକାୟତି ବେଳେ ବ୍ୟାଙ୍କରେ ସୁରକ୍ଷା କର୍ମୀ ଥିଲେ ନା ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇନି ।