ରାଜ୍ୟ ସରକାରଙ୍କୁ ଜବାବ ତଲବ

ରନଭଣ୍ଡାର ଚାବି ହଜିବା ପ୍ରସଙ୍ଗ
କଟକ, ୨୫ା୪(ବୁ୍ୟରୋ): ଶ୍ରୀମନ୍ଦିର ରନôଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଜବାବ ଦେବା ଲାଗି ନୋଟିସ୍ ଜାରି କରିଛନ୍ତି । ଏହି ପ୍ରସଙ୍ଗରେ ମୁଖ୍ୟ ଶାସନ ସଚିବ ଓ ଆଇନ ସଚିବଙ୍କୁ ହାଇକୋର୍ଟ ନୋଟିସ କରିଛନ୍ତି ।
ସୂଚନାଯୋଗ୍ୟ, ଇନକ୍ୱାରୀ ଅଫ୍ କମିଶନ ଆକ୍ଟକୁ ରାଜ୍ୟ ସରକାର ଅନୁସରଣ କରିନାହାନ୍ତି । ନଭେମ୍ବର ୨୦୧୮ରୁ ଜଷ୍ଟିସ୍ ରଘୁବୀର ଦାସ କମିଶନ ରନôଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ ସାରି ରାଜ୍ୟ ଆଇନ ବିଭାଗକୁ ହସ୍ତାନ୍ତର କରିସାରିଥିବା ସତ୍ତ୍ୱେ କାହିଁକି ସରକାର ଏହାକୁ ସାର୍ବଜନୀନ କରୁନାହାନ୍ତି । ଏହି ଆବେଦନ ନେଇ ସମାଜସେବୀ ଦିଲୀପ ବରାଳ ହାଇକୋର୍ଟର୍ଙ୍କ ଦ୍ୱାରସ୍ଥ ହୋଇଥିଲେ । ମାମଲାକୁ ଗ୍ରହଣ କରି ଅଦାଲତ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି । ଆସନ୍ତା ଜୁଲାଇ ୧୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅନୁପ ମହାପାତ୍ର ମାମଲା ପରିଚାଳନା କରୁଛନ୍ତି ।
ଉଲ୍ଲେଖଯୋଗ୍ୟ, ୨୦୧୮ରେ ଶ୍ରୀମନ୍ଦିର ରନôଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ତଦନ୍ତ କମିଶନ ପୂର୍ଣ୍ଣାଙ୍ଗ ରିପୋର୍ଟ ଦାଖଲ କରିଥିଲେ । ଚାବି ହଜିବା ପ୍ରସଙ୍ଗ ନେଇ ଜଷ୍ଟିସ ରଘୁବୀର ଦାସ କମିଶନଙ୍କ ସଚିବ ଗୃହ ବିଭାଗ ଅନୁ ସଚିବଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ତଦନ୍ତ କମିଶନ ରାଜ୍ୟ ସରକାରଙ୍କ ଆଇନ ବିଭାଗ ଓ ଗୃହ ବିଭାଗକୁ ୩୨୪ ପୃଷ୍ଠାର ଏହି ତଦନ୍ତ ରିପୋର୍ଟ ୨୦୧୮ ନଭେମ୍ବର ୩୦ରେ ପ୍ରଦାନ କରିଥିଲେ । ସେ ସମୟରେ ଏ ବାବଦରେ ରାଜ୍ୟ ରାଜକୋଷରୁ ୨୨ ଲକ୍ଷ ୨୭ ହଜାର ୯୧୮ ଟଙ୍କା ଖର୍ଚ୍ଚ ହୋଇଥିଲା । ରିପୋର୍ଟ ଦାଖଲ ହେବା ୪ ବର୍ଷ ପୂରିଯାଇଛି, ତଥାପି ରିପୋର୍ଟ ସାର୍ବଜନୀନ ହୋଇପାରିନି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *