ଫେରିଲେ ୨୭୮ ଭାରତୀୟ

ଖାର୍ତୁମ, ୨୫ା୪: ସୁଦାନରେ ଗୃହ ଯୁଦ୍ଧ ଯୋଗୁଁ ଅଟକି ରହିଥିବା ପ୍ରାୟ ୩ ହଜାର ଭାରତୀୟଙ୍କ ଭିତରୁ ପ୍ରଥମ ପର୍ଯ୍ୟାୟରେ ୨୭୮ ଜଣଙ୍କୁ ଉଦ୍ଧାର କରାଯାଇଛି । ନୌସେନାର ସୁମେଧା ବିମାନ ଯୋଗେ ସେମାନେ ଜେଦ୍ଦା ଅଭିମୁଖେ ଯାତ୍ରା କରିଛନ୍ତି । ଭାରତୀୟମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ଅପରେସନ୍ କାବେରୀ । ସୁଦାନରେ ପ୍ରାୟ ୩ ହଜାର ଭାରତୀୟ ଅଛନ୍ତି । ସେମାନଙ୍କ ଭିତରୁ ଅଧିକାଂଶ ଛୋଟକାଟର ବ୍ୟବସାୟ, ବିଶେଷକରି ଆୟୁର୍ବେଦ ଔଷଧ ବିକ୍ରି କରନ୍ତି ।
ଆମେରିକା ଓ ସାଉଦୀ ଆରବର ଉଦ୍ୟମକ୍ରମେ ୭୨ ଘଣ୍ଟା ପାଇଁ ସଂଘର୍ଷ ବିରତି ପାଇଁ ସୁଦାନ ସେନା ଓ ଅର୍ଦ୍ଧସାମରିକ ବାହିନୀ (ରାପିଡ୍ ସପୋର୍ଟ ଫୋର୍ସେସ୍)ର ଜେନେରାଲ ରାଜି ହେବା ଫଳରେ ଭାରତ ସମେତ ଅନେକ ଦେଶ ନିଜ ନିଜ ନାଗରିକମାନଙ୍କ ରେସ୍କୁ୍ୟ ଅଭିଯାନ ତ୍ୱରାନ୍ୱିତ କରିଛନ୍ତି । ସଂଘର୍ଷ ବିରତି ଏପ୍ରିଲ୍ ୨୪ ମଧ୍ୟରାତି୍ରରୁ ୭୨ ଘଣ୍ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ।
ଗତ ୧୧ ଦିନର ଗୃହଯୁଦ୍ଧରେ ଏ ପର୍ଯ୍ୟନ୍ତ ୪୫୯ରୁ ଅଧିକ ଲୋକ ପ୍ରାଣ ହରାଇଲେଣି । ୪ ହଜାରରୁ ଲୋକ ଆହତ ହୋଇଛନ୍ତି । ଆହତମାନେ ଯେପରି ହସ୍ପିଟାଲକୁ ଯାଇ ଚିକିତ୍ସିତ ହୋଇପାରିବେ ଏବଂ ବିଦେଶୀ ନାଗରିକମାନଙ୍କୁ ସୁବିଧାରେ ସ୍ଥାନାନ୍ତର
କରାଯାଇପାରିବ ସେହି ଉଦେ୍ଦଶ୍ୟରେ ସଂଘର୍ଷ ବିରତି ବ୍ୟବସ୍ଥା କରାଯାଇଛି । ଏହା ପୂର୍ବରୁ ୩ ଥର ସଂଘର୍ଷ ବିରତି ପାଇଁ ଦୁଇ ଜେନେରାଲ ରାଜି ହୋଇଥିଲେ କିନ୍ତୁ ତାହା କାର୍ଯ୍ୟକାରୀ ହୋଇପାରି ନ ଥିଲା । ଏଥର ମଧ୍ୟ ସଂଘର୍ଷ ବିରତି ପାଳନ ହେବା ନେଇ ସନେ୍ଦହ ଉପୁଜିଛି । ମଙ୍ଗଳବାର ସକାଳୁ ଦେଶର ବିଭିନ୍ନ ସ୍ଥାନରେ ବିମାନ ଆକ୍ରମଣ ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *